Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପଶ୍ଚିମ ଓଡ଼ିଶାକୁ ସାବତ ପୁଅ ଭାବନ୍ତି କି ନବୀନ ?

Odisha

ପଶ୍ଚିମ ଓଡ଼ିଶାକୁ ସାବତ ପୁଅ ଭାବନ୍ତି କି ନବୀନ ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ପଶ୍ଚିମ ଓଡ଼ିଶାକୁ ସାବତ ପୁଅ ଭାବନ୍ତି କି ନବୀନ ?

Key Points

  • ନିର୍ବାଚନ ଆସିଲେ ପଶ୍ଚିମ ଓଡ଼ିଶା ସ୍ଥାୟୀ ବେଂଚ କଥା କୁହନ୍ତି ସରକାର
  • ଇଲେକ୍ସନ ସରିଲେ ଭୁଲି ଯାଆନ୍ତା
  • ପ୍ରତିଥର ପଶ୍ଚିମଓଡିଶାକୁ ନବୀନ ଦେଉଛନ୍ତି ଲଲିପପ୍‌

ଅର୍ଗସ ବ୍ୟୁରୋ: ପଶ୍ଚିମ ଓଡ଼ିଶାକୁ ସାବତ ସନ୍ତାନ ଭାବୁଛନ୍ତି କି ରାଜ୍ୟ ସରକାର ? ଯଦି ଭାବୁନାହାନ୍ତି ତାହାଲେ ଏମିତି ବାରମ୍ବାର ପ୍ରତାରଣା କରୁଛନ୍ତି କାହିଁକି ? ଆମେ କହୁଛୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଂଚର କଥା । ହେବ ହେବ ବୋଲି କହିଲେ କିନ୍ତୁ ଏଯାଏଁ କଲେନି । ପ୍ରତିଥର ନିର୍ବାଚନ ଆସିଲେ ହାଇକୋର୍ଟ ସ୍ଥାୟୀ ବେଂଚର କଥା କୁହନ୍ତି ରାଜ୍ୟ ସରକାର ହେଲେ ପରବର୍ତ୍ତୀ ସମୟରେ ପାଶୋରି ଦିଅନ୍ତି । ଅବଶ୍ୟ ଏ ଘଟଣାକୁ  ଏକାଧିକ ଓକିଲ ସଂଗଠନ ଏବଂ ସମାଜିକ ସଙ୍ଗଠନର ସମର୍ଥନ ମିଳିଛି କିନ୍ତୁ ଆଜି ପର୍ଯ୍ୟନ୍ତ ବେଂଚ ହେଲାନି ।

ଏ ଦାବି ଆଜିର ନୁହେଁ, ୫୦ ବର୍ଷରୁ ଅଧିକ ସମୟ ଧରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଂଚର ଦାବି ହୋଇ ଆସୁଛି । କେତେବେଳେ କେନ୍ଦ୍ର କୋର୍ଟରେ ବଲ୍ ରହୁଛି, ତ ଆଉ କେତେବେଳେ ରାଜ୍ୟ କୋର୍ଟରେ । ଏସବୁ ଭିତରେ ଅନେକ କମିଶନ ବସିଛି । ହେଲେ ହାଇକୋର୍ଟ ବେଂଚ୍ ନେଇ କୌଣସି ନିଷ୍ପତ୍ତି ଚୂଡାନ୍ତ ହୋଇପାରିନି । ଯାହା ଫଳରେ ତୀବ୍ରରୁ ତୀବ୍ରତର ହେଉଛି ଆନ୍ଦୋଳନ । ପ୍ରାୟ ୩ ମାସ ଧରି ପଶ୍ଚିମ ଓଡ଼ିଶାରେ କୋର୍ଟ କଚେରୀରେ ଅଚଳାବସ୍ଥା ସୃଷ୍ଟି ବି ହୋଇଥିଲା । କିନ୍ତୁ ଫଳ ଶୂନ... 

ମୋଟ୍‌ ଉପରେ ନିର୍ବାଚନ ଆସିଲେ, ସବୁ ରାଜନୈତିକ ଦଳର ଲମ୍ବା ପ୍ରତିଶ୍ରୁତି ଭିତରେ ଥାଏ-ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଂଚ । ପ୍ରତିଶ୍ରୁତି ପାଇବା ପରେ ଲୋକ ଆଶା ବାନ୍ଧନ୍ତି, ହେଲେ ନିର୍ବାଚନ ସରିଗଲେ, ଯେମିତି ଏହି ପ୍ରସଙ୍ଗକୁ ପୁରାପୁରି ଭୁଲି ଯାଆନ୍ତି ରାଜନୈତିକ ଦଳ । ବଡ କଥା ହେଉଛି- ୨୦୦୭ରୁ ଆରମ୍ଭ କରି ୨୦୧୩, ୨୦୧୪ ଏକାଧିକ ଥର କେନ୍ଦ୍ରକୁ ଏହି ପ୍ରସଙ୍ଗରେ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ଜବାବରେ ସଂପୂର୍ଣ୍ଣ ପ୍ରସ୍ତାବ, ସ୍ଥାନ ଚିହ୍ନଟ, ଖର୍ଚ୍ଚ ବିବରଣୀ ଏବଂ ହାଇକୋର୍ଟ ମତାମତ ସଂପର୍କରେ ଯେତେବେଳେ କେନ୍ଦ୍ର ସରକାର ଲେଖିଲେ ରାଜ୍ୟ ସରକାର ଚୁପ୍ ରହିଲେ । ଏମିତିକି କି ସି.ଆର ପାଲ୍ କମିଶନଙ୍କ ରିପୋର୍ଟ ବି ସାର୍ବଜନୀନ ହେଲାନି । ଆଉ ଏସବୁ ଭିତରେ ବର୍ଷ ବର୍ଷ ଗଡୁଛି ସିନା, ଚୁଡାନ୍ତ ନିଷ୍ପତି କିଛି ହୋଇପାରୁନି । ଆଉ ଏପଟେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଂଚ୍ ଦାବିକୁ ନେଇ ଆନ୍ଦୋଳନ ତେଜିବାରେ ଲାଗିଛି...ତେବେ ନିର୍ବାଚନ ସମୟରେ ନବୀନ କେମିତି ଲଲିପପ୍‌ ଦିଅନ୍ତି ସେନେଇ କିନ୍ତୁ ପୁରା ସ୍ପଷ୍ଟ ତଥ୍ୟ ଜଣାପଡିଲା । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
Western Odisha People | Argus News