Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଡ଼ ନିଷ୍ପତ୍ତି : ଆଉ ଖୋଲିବନି ନୂଆ ମଦ ଦୋକାନ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·3 min read
ବଡ଼ ନିଷ୍ପତ୍ତି : ଆଉ ଖୋଲିବନି ନୂଆ ମଦ ଦୋକାନ

Key Points

  • ମଦକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି
  • ଏଣିକି ଆଉ ଖୋଲିବନି ମଦ ଦୋକାନ

ଅର୍ଗସ ବ୍ୟୁରୋ : ରାଜ୍ୟରେ ଆଉ ଖୋଲିବନି ମଦ ଦୋକାନ । ମଦକୁ ନେଇ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ମଦ ପ୍ରସଙ୍ଗରେ ଦେଇଥିବା ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର । କାରଣ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଏଣିକି ଖୋଲିବନି ଆଉ ନୂଆ ମଦ ଦୋକାନ । ସରକାର ଏନେଇ ନିଷ୍ପତ୍ତି ନେଇଛନ୍ତି । ଏହାସହ ସେ କହିଛନ୍ତି ଯେ ଚୋରା ମଦ କେମିତି ବନ୍ଦ ହେବ ସେନେଇ ବଡ ଚ୍ୟାଲେଞ୍ଜ ରହିଛି । ଆଗାମୀ ବର୍ଷଠାରୁ ରାଜ୍ୟରେ ଚୋରା ମଦ ଚାଲାଣ ବନ୍ଦ ହେବ । ସେ ଆଧାରରେ ଆଗକୁ ଆମୂଳଚୂଳ ପରିବର୍ତ୍ତନ କରାଯିବ। ତେବେ ରାଜ୍ୟ ସରକାରଙ୍କ ଏମିତି ନିଷ୍ପତ୍ତିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ରାଜ୍ୟରେ ମଦ ଦୋକାନ ସଂଖ୍ୟା ଭୟଙ୍କର ଭାବରେ ବଢିଥିଲା । ଯାହାକୁ ନେଇ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା । କିନ୍ତୁ ଏହା ପରେ ବି ବିଜେଡି ସରକାର ବ୍ଲକ୍‌ ବ୍ଲକ୍‌ରେ ମଦ ଦୋକାନ ଖୋଲିଥିଲା । କାରଣ ମଦ ଦୋକାନରୁ ଚାନ୍ଦା ପାଇ ମାଲେମାଲ ହେଉଥିଲେ ବିଜେଡି ନେତା ଓ ମନ୍ତ୍ରୀ ।  ହେଲେ ସରକାର ବଦଳିବା ପରେ ନୂଆ ମଦ ଦୋକାନ ଖୋଲିବ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଯାହାକୁ ବିଭିନ୍ନ ମହଲରେ ସ୍ଵାଗତ ବି କରାଯାଉଛି । ସୂଚନା ଅନୁସାରେ,  ଆସନ୍ତା ବର୍ଷ ଯେଉଁ ମଦନୀତି ହେବ, ସେଥିରେ ଓଡିଶାରୁ ଚୋରାମଦ ବିକ୍ରି ବନ୍ଦ କରିବାକୁ ନୀତି ବାହାର କରାଯିବ । ଯେଉଁ ମଦନୀତି ଥିଲା, ସେଥିରେ କିଛି ସାବଲୀଳ କରାଯିବ । ଅନ୍ୟପଟେ ଯେଉଁ କିଛି ସମସ୍ୟା ରହିଥିଲା, ତାକୁ କିପରି ସୂଚାରୁରୂପେ କରାଯିବ ସେ ଦିଗରେ ପ୍ରଚେଷ୍ଟା କରାଯାଉଛି ବୋଲି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

କଥା ହେଲା ପୂର୍ବରୁ ଚୋରା ମଦ ବିକ୍ରି ଉପରେ ଅଙ୍କୁଶ ଲଗାଇବାକୁ ସରକାର ଘୋଷଣା କରିଥିଲେ । ଏଣିକି କୋଚିଆ ମଦ ବେପାରୀଙ୍କୁ ସାବାଡ କରିବେ ସରକାର । ରାଜ୍ୟରେ ସରକାର ବଦଳିବା ପରେ ଅନେକ ନୂଆ ନୀତି ଆଣୁଛନ୍ତି ରାଜ୍ୟ ସରକାର । ସେହି ଭିତିରେ ଖୁବଶୀଘ୍ର ଆସିବ ନୂଆ ଅବକାରୀ ନୀତି । ଆସନ୍ତା ବର୍ଷରେ ଯେଉଁ ଅବକାରୀ ନୀତି ହେବ, ସେଥିରେ ଚୋରା ମଦକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ବ୍ୟବସ୍ଥା କରାଯିବ । କୋଚିଆ ମଦ ବିକ୍ରି ବନ୍ଦ କରିବା ପାଇଁ ଯାହା ବ୍ୟବସ୍ଥା କରିବା କଥା କରାଯିବ । ଆସନ୍ତା ବର୍ଷରୁ କଡାକଡି ଭାବରେ ଏବଂ କଠୋର ଭାବରେ କୋଚିଆ ମଦ ବିକ୍ରି ଓଡ଼ିଶାରେ ବନ୍ଦ ହେବ, ସେ ବାବଦରେ ସରକାର କଠୋର ପଦକ୍ଷେପ ନେବା ପାଇଁ ଯାଉଛନ୍ତି । ଏମିତିକି ନୂଆ ନୀତିରେ ହିଁ ଅବକାରୀ ବିଭାଗ କାର୍ଯ୍ୟକାରୀ କରିବ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ୍ୟରେ ଧୀରେ ଧୀରେ ବଢୁଛି ମଦୁଆଙ୍କ ସଂଖ୍ୟା । କାରଣ ୨ ହଜାର ମସିହାରେ ରାଜ୍ୟରେ ମାତ୍ର ୧୨ ପ୍ରତିଶତ ଲୋକ ମଦ ପିଉଥିବା ବେଳେ ଏବେ ସେହି ସଂଖ୍ୟା ୩୦ ପ୍ରତିଶତରେ ପହଞ୍ଚିଲାଣି । ମାତ୍ର ୨୪ ବର୍ଷରେ ମଦୁଆଙ୍କ ସଂଖ୍ୟା ପାଖାପାଖି ୧୮ ପ୍ରତିଶତ ବଢିଛି ।  ଯାହା ଏବେ ଚିନ୍ତାର ବିଷୟ ନିଶ୍ଚୟ । ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା, ବିଜେଡି ସରକାରରେ ଯେଉଁମାତ୍ରାରେ ମଦ ଦୋକାନ ସଂଖ୍ୟା ବଢିଥିଲା ତାହା ଆଖି ତରାଟିଲା ଭଳି । ଖାସ କରି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ରାଜ୍ୟର ସର୍ବାଧିକ ମଦ ଦୋକାନ ଖୋଲିଥିଲା । ବିରୋଧୀଙ୍କ ଅଭିଯୋଗ ଅନୁସାରେ, ମଦ ଭାଟିରୁ ଯେଉଁ ଟଙ୍କା ମିଳୁଥିଲା ସେଥିରେ ବିଜେଡିର ନିର୍ବାଚନ ପାଣ୍ଠି ଯୋଗାଡ ହେଉଥିଲା । ଏମିତିକି ନିର୍ଦ୍ଧିଷ୍ଟ ମଦ ମାଫିଆଙ୍କୁ ମିଳୁଥିଲା ମଦ ଲାଇସେନ୍ସ । ଗତ ନଭେମ୍ବର ମାସରେ ମଦ ବେପାରୀ ଧୀର ସାହୁଙ୍କ ଠାରୁ ଶହ ଶହ କୋଟି ଟଙ୍କା ଜବତ କରିଥିଲା ଆୟକର ବିଭାଗ। ସେହିଭଳି ଟିଟଲାଗଡ଼ର ସାହୁ ବ୍ରଦର୍ସର ବି ଆସିଥିଲେ ବିବାଦକୁ । ତେବେ ଏବେ ନୂଆ ମଦ ଦୋକାନ ବନ୍ଦ ହେବା ନିଷ୍ପତ୍ତି ଆସିବା ପରେ ଚର୍ଚ୍ଚା ଜୋର ଧରିଛି ।

 

Sponsored
licence to new liquor shops | Argus News