|
logo
Live

Argus News - ନାଲିଆଖି ଦେଖାଉଛି ଆଳୁ : ୩୦ ଟଙ୍କାରେ ଦେବାକୁ ମୋହନ କଲେ ମାଷ୍ଟର ପ୍ଲାନ

Odisha

ନାଲିଆଖି ଦେଖାଉଛି ଆଳୁ : ୩୦ ଟଙ୍କାରେ ଦେବାକୁ ମୋହନ କଲେ ମାଷ୍ଟର ପ୍ଲାନ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ନାଲିଆଖି ଦେଖାଉଛି ଆଳୁ : ୩୦ ଟଙ୍କାରେ ଦେବାକୁ ମୋହନ କଲେ ମାଷ୍ଟର ପ୍ଲାନ

Key Points

  • କନ୍ଦାଇଲାଣି ଆଳୁ
  • ସପ୍ତାହ ପରେ ପୁଣି ମହରଗ 
  • କେଉଁଠି ୫୦, କେଉଁଠି ୬୦ ତ ଆଉ କେଉଁଠି ମୂଳରୁ ମିଳୁନି !

ଅର୍ଗସ ବ୍ୟୁରୋ : ପୁଣି ଆଳୁ ଟେନସନ୍‌ । ସପ୍ତାହେ ପରେ ଆଳୁ ଦର ଆକାଶ ଛୁଆଁ ହେଲାଣି । ସ୍ଥିତି ଏବେ ଏମିତି ହେଲାଣି ଯେ କେଉଁଠି ଆଳୁ ମିଳୁଛି କିଲୋ ପିଛା ୬୦ ଟଙ୍କାରେ ତ ଆଉ କେଉଁଠି ମୂଳରୁ ମିଳୁନି । କାରଣ ସୀମାରେ ଏବେ ବି ଆଳୁ ଗାଡିକୁ ଓଡ଼ିଶା ଛାଡୁନି ପଶ୍ଚିମବଙ୍ଗ ପୋଲିସ । ଆଉ ଏହାରି ଭିତରେ ଖାଉଟିଙ୍କୁ କମ୍‌ ଦାମରେ ଆଳୁ ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ମାତ୍ର ୩୦ ଟଙ୍କାରେ କେମିତି ଆଳୁ ମିଳିପାରିବ ସେନେଇ ନାଫେଡ୍‌ର ସହାୟତା ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ହେଲେ ଆଜି ବି ଆଳୁ ଭାଉ କିନ୍ତୁ ଉଚ୍ଚା ରହିଛି ।

୨୦ ଦିନ ହେଲାଣି ସୀମାରୁ ଆଳୁ ଟ୍ରକ୍‌ ପାର କରିବାକୁ ଦେଉନି ବଙ୍ଗ ପୋଲିସ । ଯଦି ସୀମା ପାର୍‌ କରିବାକୁ ଡ୍ରାଇଭର ଚାହୁଁଛନ୍ତି ତାହାଲେ ୩୦ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଲାଂଚ ଦେବାକୁ ଅଭିଯୋଗ ବି ହେଉଛି । ଏହାରି ମଧ୍ୟରେ ଦେଖିବାକୁ ମିଳୁଛି କି, ପରିବା ବୋଝେଇ ଟ୍ରକରେ ଆଳୁକୁ ଲୁଚାଇ ଆଣୁଛନ୍ତି ବ୍ୟବସାୟୀ । ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁଥିବା ଆଳୁ ବୋଝେଇ ଟ୍ରକ ଉପରେ କଟକଣା ଲାଗିଥିବାରୁ ପରିବା ବସ୍ତା ତଳେ ବ୍ୟବସାୟୀ ଆଳୁ ଆଣୁଥିବା କୁହାଯାଉଛି । 

କେମିତି ଓଡ଼ିଶାକୁ ଆଳୁ ଗାଡ଼ି ନଆସିବ ସେନେଇ ବଙ୍ଗ ପ୍ରଶାସନ ସୀମାରେ ପ୍ରହରା ଦେଉଛି । ସୀମା ପାର କରିବାକୁ ଥିବା ଟ୍ରକ୍‌କୁ ତନ୍ନତନ୍ନ କରି ସର୍ଚ୍ଚ କରୁଛି । ହେଲେ ଏହାରି ଭିତରେ ଜଳେଶ୍ଵରରୁ ଗତକାଲି ଯେଉଁ ଚିତ୍ର ସାମ୍ନାକୁ ଆସିଥିଲା ତାହା ଚିନ୍ତାର ବିଷୟ ଥିଲା । କାରଣ ପଶ୍ଚିମବଙ୍ଗରୁ ଗଳା ବାଟ ଦେଇ ଓଡିଶାକୁ ଆଳୁ ଆସୁଥିବା ବେଳେ ଗାଡ଼ିକୁ ଗୋଡେଇ ଧରିଥିଲା ପଶ୍ଚିମବଙ୍ଗ ପୋଲିସ । ବିଳମ୍ବିତ ରାତିରେ ଗୋମୁଣ୍ଡା - ବାଲିମ ରାସ୍ତା ଦେଇ ଓଡ଼ିଶାକୁ ଆଳୁ ଆସୁଥିଲା ଖବର ପାଇ, ଆଳୁ ଗାଡିକୁ ପଶ୍ଚିମବଙ୍ଗ ପୋଲିସ ଗୋଡ଼ାଇ ଥିଲା ଯାହା ଫଳରେ ଆଳୁ ଗାଡିଟି ଓଡ଼ିଶା ଭିତରକୁ ପ୍ରବେଶ କରିବାର ପାଞ୍ଚଶହ ମିଟର ଆସିବା ପରେ ଲୈଲାଣପୁର ପାଖରେ ଭାରସାମ୍ୟ ହରାଇ ଫଶିଯାଇଥିଲା । କଥା ହେଲା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପରେ ପଶ୍ଚିମବଙ୍ଗ ପୋଲିସ ଗାଡିକୁ ଜବତ କରିବା ସହ ଗାଡିରେ ଥିବା ଆଳୁ ସବୁ ଅନଲୋଡ୍‌ କରି ପୁଣି ଫେରି ନେଇଯିବାର ଦେଖିବାକୁ ମିଳିଥିଲା । ଖାଲି ଏତିକି ନୁହେଁ ବରଂ ଆଳୁ ନେଇକି ଆସିଥିବା ଗାଡିର ଡ୍ରାଇଭର ଓ ହେଲପରକୁ ଦାନ୍ତୁନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଏ ସବୁ ଖବର ଜଣାପଡ଼ିବା ପରେ କେମିତି ଖାଉଟି ଭଲରେ ଆଳୁ ପାଇବେ ସେନେଇ କିନ୍ତୁ ରାଜ୍ୟ ସରକାର ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରୁଛନ୍ତି ।  ରାଜ୍ୟରେ ଆଳୁ ସଙ୍କଟର ସମାଧାନ ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି । ନାଫେଡ ମାଧ୍ୟମରେ ଉତ୍ତରପ୍ରଦେଶରୁ ଆସିବ ଆଳୁ। ଖାଉଟିଙ୍କୁ କିଲୋ ପିଛା ୩୦ ଟଙ୍କାରେ ବିକ୍ରି କରାଯିବାକୁ ନିଷ୍ପତ୍ତି ହୋଇଛି ।  ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ- ପ୍ରଥମ ପର୍ଯ୍ୟାୟରେ ତିନି ଶହ ମେଟ୍ରିକ ଟନ୍ ଆଳୁ ପାଇଁ ନାଫେଡ ମାଧ୍ୟମରେ ଅର୍ଡର କରାଯାଇଛି। ଯାହାକି ଆସନ୍ତା ସପ୍ତାହକ ମଧ୍ୟରେ ରାଜ୍ୟରେ ଉପଲବ୍ଧ ହେବ। ପ୍ରଥମ ପର୍ଯ୍ୟାୟରେ ଏହା ଭୁବନେଶ୍ୱର, କଟକ, ରାଉଲକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ସରକାରୀ ଖୁଚୁରା ଦୋକାନ ମାଧ୍ୟମରେ ଉପଲବ୍ଧ ହେବ। ୩୦ ଟଙ୍କାରେ ଆଳୁ ବିକ୍ରି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଯୋଗାଣ ବିଭାଗର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
 

Sponsored
ନାଲିଆଖି ଦେଖାଉଛି ଆଳୁ : ୩୦ ଟଙ୍କାରେ ଦେବାକୁ ମୋହନ କଲେ ମାଷ୍ଟର ପ୍ଲାନ | Argus News