Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସେବେ ୨୦ ହୋଇଥିଲେ, ଏବେ ୧୮ IAS ବଦଳିଲେ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ସେବେ ୨୦ ହୋଇଥିଲେ, ଏବେ ୧୮ IAS ବଦଳିଲେ

Key Points

  • ସେବେ ୨୦ ହୋଇଥିଲେ, ଏବେ ୧୮ IAS ବଦଳିଲେ
  • ଏତେ ସଂଖ୍ୟାରେ କାହିଁକି ବଦଳିଲେ IAS ?
  • ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳବଦଳ ପଛରେ...

ଅର୍ଗସ ବ୍ୟୁରୋ: ଆଇଏଏସ ସ୍ତରରେ ପୁଣି ବଡ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ଏକା ସାଙ୍ଗରେ ୫ କି ୧୦ ନୁହେଁ ବରଂ ୧୮ ଜଣ ଆଇଏଏସଙ୍କୁ ଅଦଳ ବଦଳ ସହ ଦିଆଯାଇଛି ଅତିରିକ୍ତ ଦାୟିତ୍ଵ । କୁହାଯାଉଛି ସରକାର ବଦଳିବା ପରେ ଏହା ହେଉଛି ମୋହନଙ୍କ ଦ୍ଵିତୀୟ ବଡ଼ ଧରଣର ଆଇଏଏସ୍‌ ବଦଳି । ତେବେ ଅଭିଜ୍ଞତା ଭିତି କରି ବଦଳି ହେଉଛି ନା ଅଭିଯୋଗ ପରେ ବଦଳି ହେଉଛି ତାହାକୁ ନେଇ ଚର୍ଚ୍ଚା ।

ଗତକାଲି ରାତିରେ ଆଇଏଏସ୍‌ ସ୍ତରରେ ବଡ଼ ଧରଣର ବଦଳି କରାଯାଇଛି । ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ସତ୍ୟବ୍ରତ ସାହୁ ଗୃହ ବିଭାଗର ACS ହେବା ସହିତ ଦେଓରଞ୍ଜନ କୁମାର ସିଂହ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ACSର ଦାୟିତ୍ଵ ନେଇଛନ୍ତି । ସତ୍ୟବ୍ରତଙ୍କ ସ୍ଥାନରେ SRC ଭାବେ ଅତିରିକ୍ତ ଦାୟିତ୍ଵ ତୁଲାଇବେ ଦେଓ ରଂଜନ । ସେହିପରି ସୁରେନ୍ଦ୍ର କୁମାର ହୋଇଛନ୍ତି ଖଣି ଓ ଇସ୍ପାତ ବିଭାଗର ACS।

ଖାଲି ଏତିକି ନୁହେଁ ବରଂ ଶିଳ୍ପ ବିଭାଗ ପ୍ରମୁଖ ସଚିବ ଥିବା ହେମନ୍ତ ଶର୍ମାଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ଵ ମିଳିଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ହୋଇଛନ୍ତି ଉଷା ପାଢ଼ୀ। ଏଥିସହ ସେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ଵ ବି ତୁଲାଇବେ । ନୂଆଦିଲ୍ଲୀରେ ରାଜ୍ୟ ସରକାରଙ୍କ PRC ହୋଇଛନ୍ତି ବିଶାଲ ଗଗନ । ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ଵ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏପଟେ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନବିଏସ୍ ରାଜପୁତଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ଵ ମିଳିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ହୋଇଛନ୍ତି ଶାଳିନୀ ପଣ୍ଡିତ । ପୂର୍ବ ଭଳି ସେ ମିଶନ ଶକ୍ତି ବିଭାଗର ଦାୟିତ୍ଵରେ ବି ରହିବେ । ଆଇଏଏସ୍ ଅଶ୍ଵଥି ଏସ୍ ହୋଇଛନ୍ତି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ । ସେହିପରି ରୁପା ରୋଶନ ସାହୁ ଦକ୍ଷିଣାଞ୍ଚଳ ଆରଡିସି, ସଚିନ ରାମଚନ୍ଦ୍ର ଯାଦବ ଉତ୍ତରାଞ୍ଚଳ ଆରଡିସି ଏବଂ ବି. ପରମେଶ୍ଵରନ ହୋଇଛନ୍ତି କେନ୍ଦ୍ରାଂଚଳ ଆରଡିସି । ବଲୱନ୍ତ ସିଂଙ୍କୁ ପର୍ଯ୍ୟଟନ ବିଭାଗର ସଚିବ ଓ କମିଶନର ଦାୟିତ୍ଵ ମିଳିଛି । ଓଏମସି ଏମଡି ଭାବେ ସେ ଅତିରିକ୍ତ ଦାୟିତ୍ଵ ବି ତୁଲାଇବେ । ସେହିପରି ଭାବରେ ଆଦର୍ଶ ବିଦ୍ୟାଳୟ ସଂଗଠନ ପ୍ରକଳ୍ପ ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀଙ୍କୁ କମର୍ସିଆଲ ଟ୍ୟାକ୍ସ ଓ GSTର କମିଶନର ଅତିରିକ୍ତ ଦାୟିତ୍ଵ ମିଳିଛି । ବିଡିଏ ଉପାଧ୍ୟକ୍ଷ ହୋଇଛନ୍ତି ଏନ୍. ଥିରୁମାଲା ନାୟକ । ବିଡିଏ ଉପାଧ୍ୟକ୍ଷ ପଦବୀକୁ ଅତିରିକ୍ତ ସଚିବ ପାହ୍ୟା ନେଇ ଘୋଷଣା କରାଯାଇଛି । ସେହିପରି ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ହୋଇଛନ୍ତି ଆଇଏଏସ୍ ସମର୍ଥ ବର୍ମା। 

ମୋଟ୍‌ ଉପରେ, ଏକା ସାଙ୍ଗରେ ଏତେ ମାତ୍ରାରେ ବଦଳି କରାଯାଇଥିବାରୁ ଚର୍ଚ୍ଚା ହେବା ସ୍ଵାଭାବିକ । ହେଲେ ବଦଳି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି କି ଅନେକ ଆଇଏଏସ୍‌ଙ୍କୁ ଅତିରିକ୍ତ ଦାୟିତ୍ଵ ମିଳିବା ସହିତ ଏକାଧିକ ବିଭାଗର ଦାୟିତ୍ଵ ମିଳୁଛି । ତେବେ ସମୟ କହିବ ଆଗାମୀ ଦିନରେ ଅଧିକାରୀମାନେ କେଉଁ ବିଭାଗକୁ କେତେ ଆଗକୁ ନେଉଛନ୍ତି ।
 

Sponsored
18 senior IAS officers | Argus News