Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Global Energy / ଗ୍ରୀନ୍ ଓ କ୍ଲିନ୍ ଏନର୍ଜି କ୍ଷେତ୍ରରେ ଓଡ଼ିଶା ରଖିବ ବଡ଼ ଅବଦାନ

Rashmita Mishra
Browse all articles by Rashmita Mishra
·7 months ago·2 min read
ଗ୍ରୀନ୍ ଓ କ୍ଲିନ୍ ଏନର୍ଜି କ୍ଷେତ୍ରରେ ଓଡ଼ିଶା ରଖିବ ବଡ଼ ଅବଦାନ
Global Energy

Key Points

ନୂତନ ଓ ଅକ୍ଷୟ ଶକ୍ତି ଉତ୍ସର ହବ୍ ହେବ ଓଡିଶା
ହାଇଡ୍ରୋଜେନ୍ ହବ୍ ପାଇଁ ବି ଓଡ଼ିଶାକୁ ଫୋକସ
ପୁରୀରେ ଉଦ୍ଘାଟିତ ଗ୍ଲୋବାଲ ଏନର୍ଜି ଲିଡର ସମ୍ମିଳନୀରେ ମାନସ ମନ୍ଥନ
ଗ୍ରୀନ ଏବଂ କ୍ଲିନ୍ ଏନର୍ଜି କ୍ଷେତ୍ରରେ ଓଡ଼ିଶା ରଖିବ ବଡ ଅବଦାନ
ପ୍ରଧାନ ମନ୍ତ୍ରୀଙ୍କ ସ୍ଵପ୍ନ ୨୦୭୦ ସୁଦ୍ଧା,ସଫଳ ହେବ ନେଟ ଜିରୋ ମିଶନ

ଶକ୍ତି କ୍ଷେତ୍ରରେ ଭାରତକୁ ଶକ୍ତିଶାଳୀ କରୁଥିବା ରାଜ୍ୟ ଭାବେ ଗଣା ହେବ ଓଡିଶା । ଜଳ,ସୌର ଓ ବାୟୁ ରୁ ଶକ୍ତି ଉତ୍ପାଦନ କ୍ଷେତ୍ରରେ ନୂଆ ପରିଚୟ ସୃଷ୍ଟି କରିବାକୁ ଯାଉଛି ଓଡ଼ିଶା । ଗ୍ଲୋବାଲ ଏନର୍ଜି ଲିଡର ସମ୍ମିଳନୀରେ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ମହାପ୍ରଭୁଙ୍କ ନିର୍ଦ୍ଦେଶରେ ସବୁ କିଛି ସଫଳ ହେବାକୁ ଯାଉଅଛି । ଗ୍ରୀନ ଏବଂ କ୍ଲିନ୍ ଏନର୍ଜି କ୍ଷେତ୍ରରେ ଆଗକୁ ବଢୁଛି ଓଡ଼ିଶା । ୨୦୦ ଜିଗା ୱାଟ ସୌର ଶକ୍ତି ଉତ୍ପାଦନ କରି ଓଡିଶା ଆଣିଛି ନୂଆ ସମ୍ଭାବନା ।

୨୦୧୬ ପୂର୍ବରୁ ବିଜୁଳି ଯୋଗାଇବା ଯେଉଁ ଚ୍ୟାଲେଞ୍ଜ ଥିଲା ତାହା ଏବେ ତାହା ବଦଳିଛି । ଗୋଟିଏ ଟେରାୱାଟ୍ ଉତ୍ପାଦନ ପାଇଁ ଯେଉଁଠି ୭୦ ବର୍ଷ ଲାଗିଥିଲା ଏବେ ଦୁଇ ବର୍ଷରେ ଦେଶରେ ୨ହଜାର ଜୀଗା ୱାଟ ଶକ୍ତି ଉତ୍ପାଦିତ ହୋଇ ପାରୁଛି । ଦେଶରେ ୨୦୧୪ ରେ ୧୧୬୮ ଆରବ ୟୁନିଟ ଉତ୍ପାଦନ ହୋଇଥିବା ବେଳେ ଏବେ ତାହା ୧୮୨୪ ଆରବ ୟୁନିଟ ରେ ପହଞ୍ଚିଛି । ଶକ୍ତି କ୍ଷେତ୍ରରେ ଆତ୍ମ ନିର୍ଭର ହୋଇଛି ଭାରତ । ଗ୍ଲୋବାଲ installed ସୋଲାର କାପାସିଟି କ୍ଷେତ୍ରରେ ୧୧ ବର୍ଷ ଭିତରେ ୨.୮ ଜିଗା ୱାଟ ରୁ ୧୩୦ ଜିଗା ୱାଟ କ୍ଷମତା ପର୍ଯ୍ୟନ୍ତ ପହଞ୍ଚି ପାରିଛି । ଯାହା ସୌର ଶକ୍ତି ଉତ୍ପାଦନରେ ବିଶ୍ବରେ ତୃତୀୟ ।

ଅନ୍ୟପଟରେ ସୌର, ଜଳ, ବାୟୁ ରୁ ଶକ୍ତି ଉତ୍ପାଦନ କ୍ଷେତ୍ରରେ ନୂଆ ସମ୍ଭାବନା ଓ ନୂଆ ପରିଚୟ ସୃଷ୍ଟି କରିଛି ଓଡ଼ିଶା ପ୍ରଥମ କରି ସୁନ୍ଦରଗଡ଼ରେ ହେବାକୁ ଯାଉଛି କୋଲ୍ ଗ୍ୟାସିଫିକେଶନ ପ୍ରକଳ୍ପ । ଏଥିପାଇଁ ଖର୍ଚ୍ଚ ହେବ ୮୦ ହଜାର କୋଟି । ପୋର୍ଟ ବେସଡ ଏନର୍ଜି ପାଇଁ ଦିଆଯାଇଛି ଫୋକସ୍। ପାରାଦୀପରେ ହେବାକୁ ଯାଉଛି ଗ୍ରୀନ କରିଡ଼ର । ଗ୍ରୀନ ଓ କ୍ଲିନ୍ ଏନର୍ଜି କ୍ଷେତ୍ରରେ ବୃହତ୍ ଅବଦାନ ରଖି ଭାରତକୁ ଶକ୍ତିଶାଳୀ କରୁଥିବା ରାଜ୍ୟ ଭାବରେ ପରିଗଣିତ ହେବାକୁ ଯାଉଛି ଓଡ଼ିଶା । ପ୍ରଧାନମନ୍ତ୍ରୀଙ୍କ ୨୦୭୦ ନେଟ ଜିରୋ ମିଶନରେ ଓଡ଼ିଶା ହେବ ନୂଆ ଶକ୍ତି,ନୂଆ ସମ୍ଭାବନା । ଉପକୂଳବର୍ତ୍ତୀ ଅଞ୍ଚଳରେ ବାୟୁରୁ ଶକ୍ତି ଉତ୍ପାଦନ ଉତ୍ସ ପାଇଁ ଦିଆଯିବ ଫୋକସ । ଗ୍ରୀନ ହାଇଡ୍ରୋଜେନ୍ ହବ୍ ହେବ ଓଡିଶା ।

୫୭୫ କିଲୋମିଟର ବ୍ୟାପ୍ତ ବେଳାଭୂମି ଓଡ଼ିଶା ପାଇଁ ଆଣିଦେବ ପ୍ରଚୁର ସମ୍ଭାବନା । ଆଜିର ସମ୍ମିଳନୀରେ ବିକଶିତ ଭାରତରେ ଶକ୍ତି ଉତ୍ସର ଭିଜନ କୁ ଲକ୍ଷ୍ୟରେ ରଖି ଉଦ୍ଘାଟିତ ହୋଇଛି ବ୍ରୋଚର୍। ତିନି ଧରି ଚାଲିବ ଏହି ସମ୍ମିଳନୀ ଯୋଗଦେବେ ୫ ରାଜ୍ୟର ମୁଖ୍ୟମନ୍ତ୍ରୀ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Global Energy | Odisha Set to Make a Major Contribution in Green & Clean Energy | Argus News