Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାର୍ଚ୍ଚ ଅଧାରୁ ତତଲା କଡ଼େଇରେ ସିଝୁଛି ଓଡ଼ିଶା

Rashmita Mishra
Browse all articles by Rashmita Mishra
·1 year ago·2 min read
ମାର୍ଚ୍ଚ ଅଧାରୁ ତତଲା କଡ଼େଇରେ ସିଝୁଛି ଓଡ଼ିଶା

Key Points

ମାର୍ଚ୍ଚ ଅଧାରୁ ତତଲା କଡ଼େଇରେ ସିଝୁଛି ଓଡ଼ିଶା
ଏବେଠୁ ଆକାଶରୁ ବର୍ଷୁଛି ନିଆଁ
ଖରା ସାଙ୍ଗକୁ ଜଙ୍ଗଲ ନିଆଁ ବୋଝ ଉପରେ ନଳିତା ବିଡା
ପ୍ରଶାସନ ସହ ନିଆଁ ଲିଭାରେ ଲାଗିଛନ୍ତି ସାଧାରଣ ଜନତା

ମାର୍ଚ୍ଚ ମାସ ଅଧାରୁ ଅସମ୍ଭାଳ ଖରା । ସକାଳ ୯ଟା ପରେ ଘରୁ ବାହାରିବା ମୁସ୍କିଲ । ଆହୁରି ୪ ଦିନ ଅସ୍ତବ୍ୟସ୍ତ କରିବ ତାତି । ଅସମ୍ଭାଳ ତାତିରେ ଜଳିବ ଆଭ୍ୟନ୍ତରୀଣରୁ ଉପକୂଳ । ୨ ଦିନ ଯାଏ ସିଭିୟର ହିଟ ୱେଭ ରହିଥିବା ବେଳେ, ଆସନ୍ତା ୨୪ ଘଣ୍ଟା ପାଇଁ ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, ସୋନପୁର ଓ ବୌଦ୍ଧକୁ ରେଡ୍ ଆଲର୍ଟ ଜାରି ହୋଇଛି । ହିଟ୍‌ ୱେଭକୁ ନେଇ ଅନୁଗୁଳ, ବଲାଙ୍ଗୀର , ସୁନ୍ଦରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ସହ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଓ ଗଜପତିକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୪ ଦିନ ପରେ ଅର୍ଥାତ ୨୦ ତାରିଖ ବେଳକୁ କମିବ ତାପମାତ୍ରା । ବିଜୁଳି, ଘଡ଼ଘଡ଼ି ସହ କିଛି ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ଗତ ୨୪ ଘଣ୍ଟାରେ ୧୩ ସହରରେ ୪୦ରୁ ଉର୍ଧ୍ଵ ତାପମାତ୍ରା ରେକର୍ଡ ହୋଇଥିବା ବେଳେ, ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୨.୪ରେ ରେକର୍ଡ କରାଯାଇଛି ।

ପ୍ରବଳ ଖରା ସାଙ୍ଗକୁ ଜଙ୍ଗଲ ନିଆଁ କଷ୍ଟକୁ ଆହୁରି ଦ୍ବିଗୁଣିତ କରିଛି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରେଞ୍ଜ ଜୁନାପାଣି ନିକଟ ଜଙ୍ଗଲରେ ଲାଗିଛି ନିଆଁ l ଅନେକ ଗଛ ପୋଡ଼ି ଯାଉଥିବା ବେଳେ ବନ୍ୟଜନ୍ତୁ ବିପଦରେ ରହିଛନ୍ତି । ସେହିପରି କନ୍ଧମାଳରେ ଦେଖିବାକୁ ମିଳିଛି ଏକ ନିଆରା କଥା । ବନ୍ଧଗଡ ପଞ୍ଚାୟତ ମିଲୁମହା ଗାଁ ନିକଟ ଜଙ୍ଗଲରେ ନିଆଁ ଲାଗି ଥିବା ବେଳେ, ଏହାକୁ ଲିଭାଇବାକୁ ଉଦ୍ୟମ କରିଥିଲେ ଗାଁର ଝିଅ ଲିପିକା ମଲ୍ଲିକ । ହାତରେ କୌଣସି ସରଞ୍ଜାମ ନ ଥାଇ ମଧ୍ୟ ଡାଳକୁ ଭାଙ୍ଗି, ତାରି ସହାୟତାରେ ପତ୍ରକୁ ନିଆଁଠାରୁ ଦୂରେଇବା ପାଇଁ ସାହସ କରିଥିଲେ । ତାଙ୍କ ବଡ଼ ମାଆ ବି ତାଙ୍କୁ ଏଥିରେ ସହାୟତା କରିଥିଲେ । ସଂଧ୍ୟାରୁ ରାତି ପ୍ରାୟ ୧୧ଟା ବେଳକୁ ନିଆଁ ଲିଭା ସରିଥିଲା। ଗୋଟେ କିଲୋମିଟର ପର୍ଯ୍ୟନ୍ତ ନିଆଁ ଲିଭେଇ ଲିଭେଇ ମାଆ ଝିଅ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ । ଯାହାକୁ ଖୁବ୍ ପ୍ରଶଂସା କରିଛନ୍ତି ଗ୍ରାମବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
odisha-has-been-boiling-in-a-hot-pot-since-mid-march | Argus News