Videos
|
Odisha

Digital Detox / ମୋବାଇଲ୍‌ ନିଶାରୁ ମୁକ୍ତି ପାଇଁ ନୂଆ ଅଭିଯାନ... ''୧ ଘଣ୍ଟା ବିନା ଫୋନ୍‌ରେ ରୁହନ୍ତୁ''

Rashmita Mishra
Browse all articles by Rashmita Mishra
·2 weeks ago·2 min read
ମୋବାଇଲ୍‌ ନିଶାରୁ ମୁକ୍ତି ପାଇଁ ନୂଆ ଅଭିଯାନ... ''୧ ଘଣ୍ଟା ବିନା ଫୋନ୍‌ରେ ରୁହନ୍ତୁ''
Digital Detox

Key Points

ମୋବାଇଲ୍‌ ନିଶାରୁ ମୁକ୍ତି ପାଇଁ ନୂଆ ଅଭିଯାନ ୧ ଘଣ୍ଟା ବିନା ଫୋନ୍‌ରେ ରୁହନ୍ତୁ ।
ଫୋନ୍‌ ନିଶା ଛାଡ଼ନ୍ତୁ, ସୁସ୍ଥ ଜୀବନ ବଞ୍ଚନ୍ତୁ ସରକାରଙ୍କ ‘ଡିଜିଟାଲ୍‌ ଡିଟକ୍ସ’ ଅଭିଯାନ ।
ସ୍ମାର୍ଟଫୋନ୍‌ ଆଡିକ୍ସନ୍‌କୁ ନେଇ ଚିନ୍ତା ସ୍ୱାସ୍ଥ୍ୟ ବିଭାଗର ବଡ଼ ପଦକ୍ଷେପ ।
ସକାଳୁ ଉଠି ଫୋନ୍‌ ଦେଖୁଛନ୍ତି କି ? ଜାଣନ୍ତୁ ମୋବାଇଲ୍‌ ନିଶାର ବିପଦ । 

ମୋବାଇଲ୍‌ ଆଡିକ୍ସନ୍‌ ଦୂର କରିବାକୁ ସ୍ୱାସ୍ଥ୍ୟ ବିଭାଗର ନୂଆ ପଦକ୍ଷେପ... ‘ଡିଜିଟାଲ୍‌ ଡିଟକ୍ସ’ ପାଇଁ ଆହ୍ୱାନ । ରାଜ୍ୟରେ ବଢ଼ୁଥିବା ସ୍ମାର୍ଟଫୋନ୍ ଅଭ୍ୟାସ ଓ ଏହାର ମାନସିକ ପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି ।

ସକାଳୁ ଉଠିବା ମାତ୍ରେ ଫୋନ୍ ଦେଖିବାର ଅଭ୍ୟାସକୁ ବଦଳାଇବା ସହ ଦିନସାରା ମୋବାଇଲ୍‌ ବ୍ୟବହାର କମାଇବା ପାଇଁ "୧ ଘଣ୍ଟା ବିନା ଫୋନ୍‌ ରେ..." ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦିଆଯାଇଛି । ​ଅତ୍ୟଧିକ ଫୋନ୍‌ ବ୍ୟବହାରର ମୁଖ୍ୟ ଲକ୍ଷଣ ଓ ସଙ୍କେତ ହେଲା,​ ଘଣ୍ଟା ଘଣ୍ଟା ଧରି ଅନାବଶ୍ୟକ ଭାବେ ଫୋନ୍‌ ଚଲାଇବା । ବାରମ୍ବାର ଫୋନ୍‌ର ନୋଟିଫିକେସନ୍‌ ଯାଞ୍ଚ କରିବା ।

ଫୋନ୍‌ ପାଖରେ ନଥିଲେ କିମ୍ବା ବ୍ୟବହାର କରିନପାରିଲେ ମାନସିକ ଅସ୍ଥିରତା ପ୍ରକାଶ ପାଇବା । ​ନିତ୍ୟକର୍ମରେ ବାଧା, ଯେମିତିକି ପଢ଼ାପଢ଼ି, କର୍ମକ୍ଷେତ୍ରର କାମ ଏବଂ ନିଦ୍ରା ପ୍ରଭାବିତ ହେବା । ମୋବାଇଲ୍‌ ନିଶାରୁ ମୁକ୍ତି ପାଇଁ ଆଜିଠାରୁ 'ଡିଜିଟାଲ୍‌ ଡିଟକ୍ସ' ଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଛି । ଏହାସହ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯେକୌଣସି ସହାୟତା କିମ୍ବା ପରାମର୍ଶ ପାଇଁ ସ୍ୱାସ୍ଥ୍ୟ ବିଭାଗର ମାଗଣା ହେଲ୍ପଲାଇନ୍‌ ନମ୍ବର ‘ଟେଲି-ମାନସ’ - 14416 ରେ କଲ୍‌ କରିବାକୁ ଅନୁରୋଧ କରାଯାଇଛି ।

ସେପଟେ ରାଜ୍ୟରେ ମୋବାଇଲ ବ୍ୟବହାରୀଙ୍କ ସଂଖ୍ୟାରେ ଆଖିଦୃଶିଆ ବୃଦ୍ଧି ପରିଲିଖିତ ହୋଇଛି । ମାସକରେ ଯୋଡ଼ି ହୋଇଛନ୍ତି ୪ ଲକ୍ଷ ନୂଆ ମୋବାଇଲ ଗ୍ରାହକ । ଯାହା ଦେଶରେ ଦ୍ବିତୀୟ ସର୍ବାଧିକ ରହିଛି । ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ ବା ଟ୍ରାଇ ପକ୍ଷରୁ ଜାରି ହୋଇଥିବା ସୂଚନା ଆଧାରରେ କେବଳ ଜୁଲାଇ ମାସରେ ରାଜ୍ୟରେ ମୋଟ୍ ୪ ଲକ୍ଷ ୧୨ ହଜାର ୩୯୯ ଜଣ ନୂଆ ମୋବାଇଲ ଗ୍ରାହକ ଯୋଡ଼ି ହୋଇଛନ୍ତି । ଏଥି ସହ ରାଜ୍ୟରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୯୦ ଲକ୍ଷ ୧୪ ହଜାର ୨୮୭କୁ ବୃଦ୍ଧି ପାଇଛି । ଓଡ଼ିଶାରେ ଟେଲି ସାନ୍ଧ୍ରତା ୮୫ ପ୍ରତିଶତ ମାର୍କ ଟପି ଏବେ ୮୫.୨୧ ପ୍ରତିଶତ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Digital Detox | Digital Detox Campaign: Stay Without Phone for 1 Hour to Beat Mobile Addiction | Argus News