Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Health Service: ମାଆକୁ ପିଠିରେ ଦୋଳା କରି ବୋହିଲା ଝିଅ !

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
Odisha Health Service: ମାଆକୁ ପିଠିରେ ଦୋଳା କରି ବୋହିଲା ଝିଅ !

Key Points

ଗାଁର ପାଲମାଡୁ ମାଝୀ (୪୫) ନାମକ ମହିଳା ପ୍ରାଣ ହରାଇଛନ୍ତି।

ବଗିଚାରେ କାମ କରୁଥିବା ସମୟରେ କାମୁଡ଼ିଥିଲା ବିଷଧର ସାପ ।

ଦୀର୍ଘ ବର୍ଷ ଧରି ଲଗାତାର ଭାବେ ଶାସନ କରୁଥିଲା ବିଜୁ ଜନତା ଦଳ । କିନ୍ତୁ କ'ଣ କରୁଥିଲା, ରାଜ୍ୟର କେତେ ଉନ୍ନତି ହୋଇଛି, ଉପାନ୍ତ ଅଞ୍ଚଳବାସୀ କି ଲାଭ ପାଇଛନ୍ତି, ତାହା ନକହିବା ଭଲ । କାରଣ ସ୍ୱାଧିନତାର ୭୫ ବର୍ଷ ପରେ ବି ଆମ ରାଜ୍ୟର ଅନେକ ଗାଁକୁ ରାସ୍ତା ନାହିଁ । ଘର ପାଖରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ । ଖଟିଆରେ ବୁହା ହେଉଛନ୍ତି ରୋଗୀ । ଆଉ ଏହାରି ଭିତରେ ଚାଲିଯାଉଛି ଅନେକ ନୀରିହଙ୍କ ଜୀବନ । ସେମାନଙ୍କ ଭୁଲ କେବଳ ଏତିକି ଯେ, ସେମାନେ ପ୍ରକୃତି କୋଳରେ ଜନ୍ମ ନେଲେ, ଆଉ କଂକ୍ରିଟ ଜଙ୍ଗଲକୁ ନଆସି ସେହି ଗାଁ ଗହଳି ଜଙ୍ଗଲ ପରିବେଶରେ ରହିବାକୁ ମନସ୍ଥିର କଲେ ।

ସେହି ଭୁଲ ଆଜି ଆଉ ଜଣେ ମାଆ କରିଛି । ଯାହାଫଳରେ ତାର ଜୀବନ ଚାଲିଯାଇଛି । ପୁଅ ଆଜି ମାଆର ଶବ ପାଖରେ ବସି ଆର୍ତ୍ତଚିତ୍କାର କରୁଛି । ମା ମା ବୋଲି ରାହା ଧରି କାନ୍ଦୁଛି । ଏଭଳି ଏକ ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ମୁଣ୍ଡିଗଡ଼ ପଞ୍ଚାୟତ ବଲୁମାଡୁ ଗାଁରେ ଘଟିଥିବା ସାମ୍ନାକୁ ଆସିଛି । ସେହି ଗାଁର ପାଲମାଡୁ ମାଝୀ (୪୫) ନାମକ ମହିଳା ପ୍ରାଣ ହରାଇଛନ୍ତି।

ପୁରା ଘଟଣାଟି ହେଲା, ବଗିଚାରେ କାମ କରୁଥିବା ସମୟରେ ଏକ ବିଷଧର ସାପ କାମୁଡି ମାଆକୁ କାମୁଡ଼ିଥିଲା । ତେଣୁ ତୁରନ୍ତ ମାଆକୁ ଡାକ୍ତରଖାନା ନେବା ପାଇଁ ଝିଅ ଆମ୍ବୁଲାନ୍ସ ଡାକିଥିଲା ମେଡିକାଲ ନେବାକୁ । ହେଲେ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିଲା ନାହିଁ । ଶେଷରେ ବାଧ୍ୟ ହୋଇ ମାକୁ କାନ୍ଧରେ ବୋହି ୮ କିଲୋମିଟର ନେଲା ଝିଅ । ମା ଛଟପଟ ହେଉଥିବା ଦେଖି ସମ୍ଭାଳି ପାରିନଥିଲା ଝିଅ । ପିଠିରେ ଏକ ଦୋଳା ବାନ୍ଧି ମାକୁ ବୋହି ତୁମୁଡ଼ିବନ୍ଧ ଡାକ୍ତରଖାନାରେ ପହଞ୍ଚିଥିଲା। ତୁମୁଡ଼ିବନ୍ଧ ଡାକ୍ତରଖାନା ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବାଲିଗୁଡ଼ା ମେଡ଼ିକାଲ ସ୍ଥାନାନ୍ତର କରିଥିଲେ। ହେଲେ ଶୁକ୍ରବାର ରାତିରେ ମହିଳାଙ୍କ ମୃତ୍ୟୁ ହୋଇଥିଲା ।

ଖବରପାଇ ଘଟଣାସ୍ଥଳରେ ପଞ୍ଚିଲା ପୋଲିସ। ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Health Service: Daughter carried her mother on her back! | Argus News