Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡ଼ିଶା ପାଇଁ ବଡ଼ ସ୍ୱାସ୍ଥ୍ୟ ଚେତାବନୀ: ଡାଏବେଟିସ୍ ଓ ରକ୍ତଚାପ ଫାଶରେ ଯୁବପିଢ଼ି

Odisha

Lifestyle Disease Alert / ଓଡ଼ିଶା ପାଇଁ ବଡ଼ ସ୍ୱାସ୍ଥ୍ୟ ଚେତାବନୀ: ଡାଏବେଟିସ୍ ଓ ରକ୍ତଚାପ ଫାଶରେ ଯୁବପିଢ଼ି

Sushanta Sahoo
Browse all articles by Sushanta Sahoo
·1 hour ago·4 min read
ଓଡ଼ିଶା ପାଇଁ ବଡ଼ ସ୍ୱାସ୍ଥ୍ୟ ଚେତାବନୀ: ଡାଏବେଟିସ୍ ଓ ରକ୍ତଚାପ ଫାଶରେ ଯୁବପିଢ଼ି
Young Adults At High Risk

Key Points

ରାଜ୍ୟରେ ବଢ଼ୁଛି ମଧୁମେହ ବା ଡାଏବେଟିସ୍ ଏବଂ ବ୍ଲଡ୍ ପ୍ରେସର୍ ବା ରକ୍ତଚାପ ଆକ୍ରାନ୍ତଙ୍କ ସଂଖ୍ୟା । କେବଳ ଯେ ଆକ୍ରାନ୍ତ ବଢ଼ୁଛନ୍ତି ତା' ନୁହେଁ, ସବୁଠୁ ବଡ଼ ବିପଦ ହେଉଛି ଏଥିରେ ସିଂହଭାଗ ହେଉଛନ୍ତି ଯୁବପିଢ଼ି ।
ଭୁବନେଶ୍ଵର: ବଡ଼ ସ୍ଵାସ୍ଥ୍ୟ ବିପଦ ଆଡ଼କୁ ଗତି କରୁଛି ଓଡ଼ିଶା । ରାଜ୍ୟରେ ବଢ଼ୁଛି ମଧୁମେହ ବା ଡାଏବେଟିସ୍ ଏବଂ ବ୍ଲଡ୍ ପ୍ରେସର୍ ବା ରକ୍ତଚାପ ଆକ୍ରାନ୍ତଙ୍କ ସଂଖ୍ୟା । କେବଳ ଯେ ଆକ୍ରାନ୍ତ ବଢ଼ୁଛନ୍ତି ତା' ନୁହେଁ, ସବୁଠୁ ବଡ଼ ବିପଦ ହେଉଛି ଏଥିରେ ସିଂହଭାଗ ହେଉଛନ୍ତି ଯୁବପିଢ଼ି ।

ନ୍ୟାସନାଲ୍ ଫ୍ୟାମିଲି ହେଲ୍‌ଥ ସର୍ଭେ-୬ରେ ଓଡ଼ିଶାର ସ୍ଵାସ୍ଥ୍ୟ ନେଇ ଆସିଛି ଏଭଳି ଚମକାଇବା ଭଳି ରିପୋର୍ଟ । ଯାହା ଦର୍ଶାଉଛି ଓଡ଼ିଶା ଦ୍ରୁତ ଗତିରେ ଏକ ନୀରବ ସ୍ୱାସ୍ଥ୍ୟ ସଂକଟ ଆଡ଼କୁ ଗତି କରୁଛି । ଶୁକ୍ରବାର ପ୍ରକାଶିତ ଏହି ରିପୋର୍ଟ ଯୁବପିଢ଼ି ପାଇଁ ଏକ ଗୁରୁତର ସ୍ୱାସ୍ଥ୍ୟ ସତର୍କବାଣୀ ।

ରାଜ୍ୟରେ ହଠାତ୍ ଏବଂ ନୀରବ ଭାବେ ଏକ ଜରୁରୀ ସ୍ୱାସ୍ଥ୍ୟ ସ୍ଥିତି ସୃଷ୍ଟି ହେବାରେ ଲାଗିଛି । ସରକାରୀ ତଥ୍ୟ କହୁଛି, ମାତ୍ର ୫ ବର୍ଷର ଅବଧିରେ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ଡାଏବେଟିସ୍ ଏବଂ ଉଚ୍ଚ ରକ୍ତଚାପ ମାମଲା ଦ୍ରୁତ ଭାବେ ବଢ଼ି ଚାଲିଛି ।

ଏଥିସହ ପଢ଼ନ୍ତୁ: ଗରମରେ ଫ୍ରିଜ ଥଣ୍ଡା କମୁଛି କି?... ଏହି ଭୁଲ ଆଜିହିଁ ବନ୍ଦ କରନ୍ତୁ 

ଯୁବପିଢ଼ି ପାଇଁ ସତର୍କ ଘଣ୍ଟି

ଜୀବନଶୈଳୀ ଜନିତ ଏହି ରୋଗ ଭାରତର ଅନ୍ୟ ଅଞ୍ଚଳ ତୁଳନାରେ ଓଡ଼ିଶାରେ ପ୍ରାୟ ଦୁଇଗୁଣା ଦ୍ରୁତ ଗତିରେ ବଢ଼ୁଛି । ଏହି ସ୍ଵାସ୍ଥ୍ୟ ସଂକଟରେ ଯୁବ ବା ପ୍ରାପ୍ତବୟସ୍କମାନେ ଅଧିକ ଆକ୍ରାନ୍ତ ହେବାରେ ଲାଗିଛନ୍ତି ।

ପୂର୍ବରୁ ଆମେ ଭାବି ଆସୁଥିଲେ ଯେ, ଉଚ୍ଚ ମଧୁମେହ ବା ଡାଇବେଟିସ୍ ଏବଂ ଉଚ୍ଚ ରକ୍ତଚାପ ବୟସ୍କ ଲୋକଙ୍କ ସମସ୍ୟା । କିନ୍ତୁ ନୂଆ NFHS-6 ତଥ୍ୟ ପ୍ରମାଣ କରୁଛି, ଏହି ଧାରଣା ଏବେ ସମ୍ପୂର୍ଣ୍ଣ ଭୁଲ୍ ।

୨୦୧୯ ମସିହାର ଶେଷ ସ୍ୱାସ୍ଥ୍ୟ ରିପୋର୍ଟ ଏବଂ ଏବେର ନୂଆ ରିପୋର୍ଟ ମଧ୍ୟରେ ପରିବର୍ତ୍ତନର ବେଗକୁ ଦେଖିଲେ ତଥ୍ୟ ଆପଣ ବି ଚମକି ଯିବେ ।

ମହିଳାଙ୍କ ମଧ୍ୟରେ ହଠାତ୍ ବୃଦ୍ଧି

  • ଜାତୀୟ ହାର: ଭାରତର ଅନ୍ୟ ଅଞ୍ଚଳରେ ଉଚ୍ଚ ମଧୁମେହ ସମସ୍ୟାରେ ମହିଳାଙ୍କ ମୋଟ ହାର ୪.୩% ବଢ଼ିଛି ।
  • ଓଡ଼ିଶାରେ ବଡ଼ ବୃଦ୍ଧି: ଓଡ଼ିଶାର ମହିଳାଙ୍କ ମଧ୍ୟରେ ମଧୁମେହ ୭,୭% ହାରରେ ବଢ଼ିଛି ।
  • ଜାତୀୟ ହାରଠୁ ଅଧିକ: ଓଡ଼ିଶାରେ ମହିଳାଙ୍କ ମଧୁମେହ ଆକ୍ରାନ୍ତ ଜାତୀୟ ହାର ତୁଳନାରେ ୧.୮ ଗୁଣାରେ ବଢ଼ୁଛି ।

ପୁରୁଷଙ୍କ ପାଇଁ ଅଧିକ ବିପଦ

  • ଜାତୀୟ ହାର: ସମଗ୍ର ଦେଶରେ ଉଚ୍ଚ ମଧୁମେହରେ ଆକ୍ରାନ୍ତ ପୁରୁଷଙ୍କ ସଂଖ୍ୟା ୫.୩% ବଢ଼ିଛି ।
  • ଓଡ଼ିଶାରେ ବଡ଼ ବୃଦ୍ଧି: ଓଡ଼ିଶାରେ ଏହି ସୂଚକ ରେକର୍ଡ ଭାଙ୍ଗି ୯.୬% ବୃଦ୍ଧି ପାଇଛି ।
  • ଜାତୀୟ ହାରଠୁ ଅଧିକ: ଏବେ ଓଡ଼ିଶାରେ ୪ ଜଣ ପ୍ରାପ୍ତବୟସ୍କ ପୁରୁଷଙ୍କ ମଧ୍ୟରୁ ଜଣେ ଉଚ୍ଚ ମଧୁମେହ ସମସ୍ୟାରେ ପୀଡ଼ିତ । ଏହି ସଙ୍କଟ ଭାରତର ଅନ୍ୟ ଅଞ୍ଚଳ ତୁଳନାରେ ପ୍ରାୟ ଦୁଇଗୁଣା ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

ରୋଗର କାରଣ ସହରୀ ଜୀବନଶୈଳୀ

ଯଦି ଆପଣ ଭୁବନେଶ୍ୱର, କଟକ କିମ୍ବା ରାଉରକେଲା ଭଳି ଦ୍ରୁତ ବିକାଶଶୀଳ ସହରରେ ରହୁଛନ୍ତି, ତେବେ ସ୍ୱାସ୍ଥ୍ୟ ବିପଦ ଆହୁରି ବଢ଼ିଯାଏ । NFHS-6 ଅଧ୍ୟୟନ ଅନୁସାରେ, ଓଡ଼ିଶାର ବଢ଼ୁଥିବା ସହରୀକରଣ ଏହି ସ୍ୱାସ୍ଥ୍ୟ ସଂକଟର ପ୍ରମୁଖ କେନ୍ଦ୍ର ।

ଅଫିସ୍ ସମୟ: ଯେପରିକି 9 ଘଣ୍ଟା ଡେସ୍କରେ ବସି କାମ କରିବା, ଅଧିକ କାମର ଚାପ, ଏବଂ ପ୍ରୋସେସ୍‌ଡ୍ ଫାଷ୍ଟଫୁଡ୍ ଖାଇବା । ଯୁବକଙ୍କ ଶରୀରକୁ ଭିତରୁ କ୍ଷତି ପହଞ୍ଚାଉଛି ।

ଯୁବ ସହରିଆଙ୍କ ପାଇଁ ଭୟଙ୍କର ଚିତ୍ର

ସହରୀ ପୁରୁଷଙ୍କ ପାଇଁ ବିପଦ: ଚମକାଇଲା ଭଳି ୩୦% ସହରୀ ପୁରୁଷ ଏବେ ଉଚ୍ଚ ରକ୍ତଚାପରେ ପୀଡ଼ିତ । ତା’ଠାରୁ ଆହୁରି ଚିନ୍ତାଜନକ କଥା, ୩୧.୭% ପୁରୁଷଙ୍କର କ୍ଲିନିକାଲ୍ ହାଇ ବ୍ଲଡ୍ ପ୍ରେସର୍ ରହିଛି। ଅର୍ଥାତ୍ ପ୍ରାୟ ୩ ଜଣ ଯୁବ ସହରୀ ପୁରୁଷଙ୍କ ମଧ୍ୟରୁ ଜଣେ ଉଚ୍ଚ ରକ୍ତଚାପରେ ପୀଡ଼ିତ ।

ବଢ଼ୁଛନ୍ତି ମଧୁମେହ ଆକ୍ରାନ୍ତ: ସହରୀ ପୁରୁଷଙ୍କ ମଧ୍ୟରେ ଉଚ୍ଚ ମଧୁମହେ ୧୩.୨ରୁ ବଢ଼ି ୧୮%ରେ ପହଞ୍ଚିଛି । ଯାହା ବୟସ ଅନୁପାତରେ ଯୁବପିଢ଼ିଙ୍କ କ୍ଷେତ୍ରରେ ବଡ଼ ବୃଦ୍ଧି ।

ସହରୀ ମହିଳା: ପୁରୁଷଙ୍କ ଭଳି ସହରୀ ମହିଳା ମଧ୍ୟ ସେହି ପ୍ରତିକୂଳ ପରିବେଶକୁ ମୁହାଁ ହେଉଛନ୍ତି । ୨୬.୨% ମହିଳା ଉଚ୍ଚ ମଧୁମେହ ବିପଦର ସମ୍ମୁଖିନ ହେଉଥିବା ବେଳେ ୨୬.୬% ମହିଳା ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଡ଼ିତ ।

ଗ୍ରାମାଞ୍ଚଳରେ ସ୍ଥିତି କ'ଣ ?

ସବୁଠାରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି, ପରିବର୍ତ୍ତିତ ଜୀବନଶୈଳୀ ଫାଶ ଏବେ କେବଳ ଏକ ସହରୀ ସମସ୍ୟା ହୋଇ ରହି ନାହିଁ । ପୂର୍ବରୁ ଓଡ଼ିଶାର ଗ୍ରାମାଞ୍ଚଳରେ ଦୈନିକ କଠିନ ପରିଶ୍ରମ ଏବଂ ପାରମ୍ପରିକ ତାଜା ଖାଦ୍ୟ ଲୋକଙ୍କୁ ସୁସ୍ଥ ରଖିବାରେ ପ୍ରାକୃତିକ ସୁରକ୍ଷା କବଚ ଭଳି କାମ କରୁଥିଲା । କିନ୍ତୁ NFHS-6 ତଥ୍ୟ କହୁଛି, ସେହି ସୁରକ୍ଷା କବଚ ଏବେ ଭାଙ୍ଗିଯାଇଛି।

ଶସ୍ତା ପ୍ୟାକେଜଡ୍ ସ୍ନାକ୍ସ, ସୁଗର୍ ଭର୍ତ୍ତି ସଫ୍ଟ ଡ୍ରିଙ୍କ୍ସ ଏବଂ ବାଇକ୍ ପୁରୁଣା ସକ୍ରିୟ ଅଭ୍ୟାସକୁ ବଦଳାଇଦେବା ସହିତ ଗ୍ରାମାଞ୍ଚଳ ମଧ୍ୟ ଦ୍ରୁତଗତିରେ ନିଜ ସ୍ୱାସ୍ଥ୍ୟ ହରାଉଛି ।

ଗ୍ରାମୀଣ ପୁରୁଷ: ଗ୍ରାମୀଣ ପୁରୁଷଙ୍କ ମଧ୍ୟରେ ରକ୍ତଚାପ ୧୯.୭%ରୁ ଦ୍ରୁତ ଭାବେ ବଢ଼ି ୨୬.୧%ରେ ପହଞ୍ଚିଛି । ଏହା +୬.୪.4%ର ସ୍ଥାନୀୟ ବୃଦ୍ଧି, ଯାହା ସହରରେ ଦେଖାଯାଇଥିବା ବୃଦ୍ଧି ହାର (+୬.୧%) ଠାରୁ ଅଧିକ ।

ଏଥିସହ ପଢ଼ନ୍ତୁ: ପିଲାଙ୍କ ସ୍ୱାସ୍ଥ୍ୟ ନଷ୍ଟ କରୁଛି ଜଙ୍କ ଫୁଡ୍: ପ୍ୟାକେଟ୍ ଖାଦ୍ୟରୁ ବଢ଼ୁଛି ରୋଗ 

ଗ୍ରାମୀଣ ମହିଳା: ଗ୍ରାମୀଣ ମହିଳାମାନେ ସମଗ୍ର ରାଜ୍ୟରେ ସବୁଠାରୁ ତୀବ୍ର ମଧୁମେହ ବୃଦ୍ଧିର ସମ୍ମୁଖୀନ ହୋଇଛନ୍ତି । ଏହା +୪.୮% ବଢ଼ି ୨୧%ର ଉଚ୍ଚ ସ୍ତରରେ ପହଞ୍ଚିଛି ।

ଓଡ଼ିଶାରେ କାହିଁକି ବିଗୁଡ଼ୁଛି ?

ଗତ ୫ ବର୍ଷରେ ଭାରତର ଅନ୍ୟ ଅଞ୍ଚଳରେ ଉଚ୍ଚ ମଧୁମେହ ହାରରେ ସାମାନ୍ୟ ହ୍ରାସ ଦେଖାଯାଇଥିଲେ ମଧ୍ୟ ଓଡ଼ିଶାରେ ସେମିତି ସୁଧାର ଆସିନାହିଁ ।
ବରଂ ରାଜ୍ୟର ରକ୍ତଚାପ ସ୍ତର ସ୍ଥିର ରହିଛି କିମ୍ବା ବଢ଼ିଛି, ଯାହା ମଧୁମେହର ହଠାତ୍ ବିସ୍ଫୋରଣାତ୍ମକ ବୃଦ୍ଧିକୁ ଆହୁରି ଗୁରୁତର କରୁଛି ।

ମେଡିକାଲ୍ ବିଶେଷଜ୍ଞମାନେ କହୁଛନ୍ତି ଯେ ଉଚ୍ଚ ରକ୍ତଚାପ ଏବଂ ବଢ଼ିଥିବା ମଧୁମେହ ବିପଜ୍ଜନକ ଅଟେ । ଆରମ୍ଭରେ ଏହାର ସାଧାରଣତଃ କୌଣସି ସ୍ପଷ୍ଟ ବାହ୍ୟ ଲକ୍ଷଣ ଦେଖାଯାଏନାହିଁ । ୨୦ରୁ ୩୫ ବର୍ଷ ବୟସର ଯୁବପିଢ଼ି ମଧ୍ୟରେ ପ୍ରାରମ୍ଭିକ ସତର୍କ ସଂକେତ ହେଉଛି- କ୍ଳାନ୍ତ ଅନୁଭବ କରିବା, ଚାପଗ୍ରସ୍ତ ଲାଗିବା. କିମ୍ବା ହାଲୁକା ମୁଣ୍ଡବିନ୍ଧା ହେବା । ଏହ ସଂକେତକୁ ଅଣଦେଖା କଲେ ଆଗାମୀ ଜୀବନରେ ଗୁରୁତର ସ୍ୱାସ୍ଥ୍ୟ କ୍ଷତି ହୋଇପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Health Warning: Diabetes, BP Rising Fast Among Youth | Argus News | Argus News