Weather Warning / ଅସହ୍ୟ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ଓଡ଼ିଶା,୧୧ ଜିଲାକୁ ଓ୍ବାର୍ଣ୍ଣିଂ
·4 hours ago·2 min read

Key Points
ଉପକୂଳରେ ଗୁଳୁଗୁଳି, ପଶ୍ଚିମରେ ତାତି
ଉପକୂଳର ୧୧ ଜିଲାକୁ ୟଲୋ ୱାର୍ଣ୍ଣିଂ
ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ହୋଇପାରେ
ଉପକୂଳର ୧୧ ଜିଲାକୁ ୟଲୋ ୱାର୍ଣ୍ଣିଂ
ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ହୋଇପାରେ
ଭୁବନେଶ୍ବର,୧୮/୦୪: ଉପକୂଳକୁ ଗୁଳୁଗୁଳିରୁ ନାହିଁ ତ୍ରାହି ନଥିବା ବେଳେ ସେପଟେ ଜଳୁଛି ପଶ୍ଚିମ ଓଡିଶା। କିନ୍ତୁ ଏଥିରେ ଅସ୍ବସ୍ତି ଆଣିବ କାଳବୈଶାଖୀ। ବର୍ତ୍ତମାନ ଖରା ଓ ଛାଇର ଲୁଚକାଳି ଭିତରେ ଆଜି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗୀର ଓ କଳାହାଣ୍ଡି ଏହି ୫ ଜିଲ୍ଲାକୁ ହିଟ ୱେଭ ସହ ଉପକୂଳର ୧୧ ଜିଲାକୁ ଉଷ୍ମ ଓ ଆଦର ସ୍ଥିତି ପାଇଁ ୟଲୋ ଓ୍ବାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ।
ବାଲେଶ୍ୱର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା,କଟକ, ଖୋର୍ଦ୍ଧା, ପୁରୀ ,ନୟାଗଡ, ଜଗତସିଂହପୁର, ରାୟଗଡା, କୋରାପୁଟ ଗଂଜାମ, ଗଜପତି ଓ ମାଲକାନଗିରି ଏହି ୧୪ ଜିଲ୍ଲାକୁ କୁ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ୪ ଦିନ ଅର୍ଥାତ ୨୦ ତାରିଖ ଯାଏଗ୍ରୀଷ୍ମ ପ୍ରବାହ ଜାରି ରହିବ ସହ ୨୩ ଯାଏ ତାତିରୁ ତ୍ରାହି ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ଆସନ୍ତା ୨୪ ଘଂଟାରେ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ଆହୁରି ବୃଦ୍ଧି ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।ଏହାକୁ ନେଇ ଆସନ୍ତାକାଲି ରାଜ୍ୟରେ ୪୫ ଡିଗ୍ରୀ ଛୁଇଁପାରେ ରାଜ୍ୟର ତାପମାତ୍ରା।
ପଢନ୍ତୁ ଏହି ଖବର: ପ୍ରବଳ ଗ୍ରୀଷ୍ମ ପ୍ରବାହ, ୨୨ ଯାଏଁ ସମସ୍ତ ସ୍କୁଲ-କଲେଜ ଛୁଟି
ଆସନ୍ତା କାଲି ଟିଟିଲାଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ନୂଆପଡ଼ାରେ ତାତି ୪୫ ଡିଗ୍ରୀ ଛୁଇଁପାରେ। ବଲାଙ୍ଗୀର, ଭବାନୀପାଟଣା, ସୁନ୍ଦରଗଡ଼ରେ ୪୪ ଡିଗ୍ରୀ ରହିପାରେ । ବୌଦ୍ଧ, ସୋନପୁର, ବରଗଡ଼ ଓ ବୌଦ୍ଧରେ ୪୩ ଡିଗ୍ରୀ ରହିବା ଆଶଙ୍କା ଅଛି । ୨୦ ଓ ୨୧ ତାରିଖରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୩ରୁ ୪୫ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, କଳାହାଣ୍ଡି ଓ ସମ୍ବଲପୁରରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିପାରେ । ସୁନ୍ଦରଗଡ଼, ବଲାଙ୍ଗୀର ଓ ସମ୍ବଲପୁରରେ ୨୦ ତାରିଖ ଯାଏ ରାତି ବେଳା ତାପମାତ୍ରା ଅଧିକ ରହିବ । ଫଳରେ ଅଧିକ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ୨୦ ଓ ୨୧ ତାରିଖରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ୨୩ ତାରିଖ ଯାଏ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭୀଷଣ ଗରମ ଓ ଗୁଳୁଗୁଳି ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ବଲାଙ୍ଗିର ଓ ସୋନପୁରର ଜିଲ୍ଲାପାଳ ଖରା ଛୁଟି ଘୋଷଣା କରିଛନ୍ତି । ବଲାଙ୍ଗିର ଜିଲ୍ଲାରେ ଆଜି ଠାରୁ ୨୧ ତାରିଖ ଯାଏ ସବୁ ଅଙ୍ଗନବାଡ଼ି, ସ୍କୁଲ, କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସେହିପରି ସୋନପୁରରେ ଆଜି ଠାରୁ ୨୨ ତାରିଖ ଯାଏ ସମସ୍ତ ଅଙ୍ଗନବାଡ଼ି, ସ୍କୁଲ, କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏନେଇ ଉଭୟ ଜିଲ୍ଲାର ଜିଲ୍ଲାପାଳଙ୍କ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ଚିଠି କରାଯାଇଛି ।
ସେହିପରି କଳାହାଣ୍ଡି ଜିଲ୍ଲାପାଳଙ୍କ ପକ୍ଷରୁ ଆଜିଠୁ ୨୧ ତାରିଖ ଯାଏ ଛୁଟି ଘୋଷଣା କରାଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସୋନପୁର ଜିଲ୍ଲାପାଳଙ୍କ ଚିଠିରେ ଉଲ୍ଲେଖ ରହିଛି, ଏହି ଛୁଟି ସମୟରେ ଆଗରୁ ସ୍ଥିର ହୋଇଥିବା ପରୀକ୍ଷାକୁ ବାତିଲ କରାଯିବନି । ଧାର୍ଯ୍ୟ ହୋଇଥିବା ପରୀକ୍ଷା ସକାଳୁଆ ହେବ ।
ରାଜ୍ୟର ସ୍ଥାନେ ସ୍ଥାନେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ । ୨୧ ତାରିଖ ଯାଏ ଦକ୍ଷିଣ ଓଡ଼ିଶାର ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ ଓ ଗଜପତିରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories