Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ତାତିରୁ ମିଳୁନି ତ୍ରାହି, ଆସନ୍ତା ୫ ଦିନ ଯାଏଁ ଲାଗି ରହିବ ଗରମ ଓ ଗୁଳିଗୁଳି

Odisha

Weather Warning / ତାତିରୁ ମିଳୁନି ତ୍ରାହି, ଆସନ୍ତା ୫ ଦିନ ଯାଏଁ ଲାଗି ରହିବ ଗରମ ଓ ଗୁଳିଗୁଳି

Bikash Mohanty
Browse all articles by Bikash Mohanty
·1 week ago·2 min read
ତାତିରୁ ମିଳୁନି ତ୍ରାହି, ଆସନ୍ତା ୫ ଦିନ ଯାଏଁ ଲାଗି ରହିବ ଗରମ ଓ ଗୁଳିଗୁଳି
Weather

Key Points

ସାରା ରାଜ୍ୟରେ ଅସହ୍ୟ ତାତି
ଜଳୁଛି ପଶ୍ଚିମରୁ ଉପକୂଳ
୩ ଦିନ ଯାଏଁ ଲାଗି ରହିବ ଗରମ ଓ ଗୁଳିଗୁଳି

ଭୁବନେଶ୍ବର,୦୬/୦୬: ସାରା ରାଜ୍ୟରେ ଅସହ୍ୟ ତାତି। ଜଳୁଛି ପଶ୍ଚିମରୁ ଉପକୂଳ। ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୧ ଡିଗ୍ରୀ ଡେଇଁଲା କିନ୍ତୁ, ତାପମାତ୍ରା ଓ ଆର୍ଦ୍ରତାକୁ ନେଇ ୫୦ ଡିଗ୍ରୀ ଭଳି ଭୟାନକ ତାତି ଅନୁଭବ କରିଥିଲେ ରାଜଧାନୀବାସୀ ।
ଶୁକ୍ରବାର ବୌଦ୍ଧ ତାପମାତ୍ରା ୪୧.୭ ଡିଗ୍ରୀ ଥିବାବେଳେ ସମ୍ବଲପୁର ୪୧.୨, ଭୁବନେଶ୍ୱର ଓ ଅନୁଗୁଳ ୪୧.୧, ଏବେ ଜାରି ରହିବ ଗରମ, ଗୁଳୁଗୁଳି ଝାରସୁଗୁଡ଼ା, ବଲାଙ୍ଗୀର, ତାଳଚେର ଓ ନୟାଗଡ଼ ୪୧ ଡିଗ୍ରୀ ଛୁଇଁଥିଲା । ହୀରାକୁଦ, ପାରଳାଖେମୁଣ୍ଡି, ଟିଟିଲାଗଡ଼, ଢେଙ୍କାନାଳ, ଖୋର୍ଦ୍ଧା ୪୦ ଡିଗ୍ରୀ ଛୁଇଁଥିଲା । ଉପକୂଳରେ ପ୍ରାୟତଃ ତାପମାତ୍ରା ୩୯ ଡିଗ୍ରୀ ପାର୍ କରିଗଲା । ଚାନ୍ଦବାଲି ୩୯.୬, କଟକ ୩୯.୪ ଡିଗ୍ରୀ ଥିଲା ।
ଭୁବନେଶ୍ୱରରେ ଶୁକ୍ରବାର ସକାଳୁ ତାତି ବଢ଼ିଯାଇଥିଲା । ଦିନ ଅଢ଼େଇଟା ବେଳକୁ ପାରଦ ୪୧ ଛୁଇଁଥିବାବେଳେ ଆର୍ଦ୍ରତା ୩୮% ପହଞ୍ଚିଥିଲା । ହିଟ୍ ଇଣ୍ଡେକ୍ସ ଆଧାରରେ ଭୁବନେଶ୍ୱରରେ ୫୦ ଡିଗ୍ରୀ ଭଳି ତାତି ଅନୁଭୂତ ହୋଇଥିଲା । ପାଣିପାଗ ବିଭାଗ ଆକଳନ କରିଛି, ୫-୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ପ୍ରତିଦିନ କିଛି କିଛି ଜାଗାରେ କାଳବୈଶାଖୀ ବର୍ଷା ହୋଇପାରେ । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର କେତେକ ଜିଲ୍ଲା ସହ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଗରମ ସାଙ୍ଗକୁ ଗୁଳୁଗୁଳି ଲାଗି ରହିବ।

ପଢନ୍ତୁ ଏହି ଖବର: ରାଜ୍ୟରେ ଆସନ୍ତା ୫ ଦିନ ଯାଏ ତାତିରୁ ମିଳିବନି ତ୍ରାହି, ଆସନ୍ତା ୨୪ ଘଣ୍ଟା ପାଇଁ ସାରା ଓଡ଼ିଶାରେ କାଳବୈଶାଖୀ ବର୍ଷା ଚେତାବନୀ

ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, କେନ୍ଦ୍ରୀୟ ଭାରତ ଉପରେ ଥିବା ଟ୍ରଫଲାଇନ ଯୋଗୁ ବଙ୍ଗୋପସାଗର ପବନ ରାଜ୍ୟକୁ ଆସିପାରୁନି । ତେଣୁ ଜଳୀୟବାଷ୍ପ କମ୍ ରହୁଛି। ଏଥିଯୋଗୁ ତାତି ଅଚାନକ ବଢ଼ିଯାଇଛି । ଆସନ୍ତା ୨/୩ ଦିନ ଭିତରେ ଟ୍ରପଲାଇନର ପ୍ରଭାବ କମିଯିବ । ତଥାପି ରାଜ୍ୟରେ ଗରମ ପ୍ରକୋପ ୧୧ ତାରିଖ ପର୍ଯ୍ୟନ୍ତ ରହିପାରେ ।
କାଳବୈଶାଖୀ ବର୍ଷା ୧୧ରୁ ବଢ଼ିପାରେ । ୧୩-୧୪ ତାରିଖ ବେଳକୁ ରାଜ୍ୟରେ ଅଳ୍ପ ବର୍ଷା ସମ୍ଭାବନା ଅଛି । ଏଥର ସମ୍ଭବତଃ ଅଳ୍ପ ବର୍ଷାକୁ ନେଇ ମୌସୁମୀ ଓଡ଼ିଶାରେ ପ୍ରବେଶ କରିପାରେ । ଏ ନେଇ ଆଉ କିଛିଦିନ ପରେ ଚିତ୍ର ସ୍ପଷ୍ଟ ହେବ ।

ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ସର୍ବାଧ‌ିକ ତାପମାତ୍ରାରେ ବିଶେଷ ପରିବର୍ଭନ ଆସିବା ସମ୍ଭାବନା ନାହିଁ । ଆସନ୍ତା ୪ଘଣ୍ଟା ମଧ୍ୟରେ ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲାକୁ କାଳବୈଶାଖୀ ପାଇଁ ଅରେଞ୍ଜ ୱାଣ୍ଟିଂ ଜାରି କରାଯାଇଛି। ଏଥିସହିତ ଉପକୂଳ, ଦକ୍ଷିଣ, ପଶ୍ଚିମ ଓଡ଼ିଶାର ଜିଲାଗୁଡ଼ିକୁ କାଳବୈଶାଖୀ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Weather Warning | Weather Warning | Odisha Heatwave Update: Hot & Humid Weather Likely to Continue for Next 3 Days | Argus News