Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆସନ୍ତା ୨୪ ଯାଏଁ କାଳବୈଶାଖୀ, ୯ ଜିଲ୍ଳା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

Odisha

Weather Alert / ଆସନ୍ତା ୨୪ ଯାଏଁ କାଳବୈଶାଖୀ, ୯ ଜିଲ୍ଳା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

Bikash Mohanty
Browse all articles by Bikash Mohanty
·1 day ago·3 min read
ଆସନ୍ତା ୨୪ ଯାଏଁ କାଳବୈଶାଖୀ,  ୯ ଜିଲ୍ଳା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
Heat wave

Key Points

ଅସହ୍ୟ ତାତି, କଲବଲ କରୁଛି ଗରମ ଗୁଳୁଗୁଳି 
ସକାଳ ୭ ଟାରୁ ତାତି ଅସହ୍ୟ ହୋଇପଡୁଛି
ଗତକାଲି ୪୦ ଡିଗ୍ରି ଉପରେ ୧୧ଟି ସହରର ତାପମାତ୍ରା
ଭୁବନେଶ୍ବର ୧୮/୦୫: ଅସହ୍ୟ ତାତି । କଲବଲ କରୁଛି ଗରମ ଗୁଳୁଗୁଳି । ସକାଳ ୭ ଟା ରୁ ସହରରେ ତାତି ଅସହ୍ୟ ହୋଇପଡୁଛି । ଗତକାଲି ୪୦ ଡିଗ୍ରି ଉପରେ ୧୧ଟି ସହରର ତାପମାତ୍ରା ରହିଥିଲା । ୪୨.୯ ଡିଗ୍ରି ସହ ବୌଦ୍ଧ ଥିଲା ସର୍ବାଧିକ ଉତ୍ତପ୍ତ ସହର । ଆଜି ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗ କହିଛି ମେ ୨୬ ସୁଦ୍ଧା କେରଳ ଛୁଇଁବ ମୌସୁମୀ । ଏହାପୂର୍ବରୁ ରାଜ୍ୟରେ ବର୍ତ୍ତମାନ ଖରା ସାଙ୍ଗକୁ କାଳବୈଶାଖୀ ପ୍ରଭାଵ ରହିବ।  ଅନ୍ୟପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଆସନ୍ତା ଜୁନ୍ କିମ୍ବା ଜୁଲାଇ ମାସ ସୁଦ୍ଧା ‘ସୁପର୍‌ ଏଲ୍‌ ନିନୋ’ ସକ୍ରିୟ ହେବାକୁ ଯାଉଛି । ଯାହା ଭାରତରେ ମୌସୁମୀ ବାୟୁକୁ ଗଭୀର ଭାବେ ପ୍ରଭାବିତ ହେବାର ସମ୍ଭାବନା ରହିଛି।

ସକାଳ ୭ ଟାରୁ ତାତି ଆରମ୍ଭ। ଗରମ ଗୁଳୁଗୁଳି ବି ସହି ହେଉନି । ଯୁଆଡେ ଗଲେ ଝାଞ୍ଜି ଦାଉ । ଖାଁ ଖାଁ ସହର। ଗତ ୨୪ ଘଂଟାରେ ୪୦ ଡ଼ିଗ୍ରୀ ପାର କଲା ତାତି । ସମ୍ବଲପୁର ଜିଲ୍ଲାରେ ରେକର୍ଡ ହେଲା ୪୧.୫ ଡ଼ିଗ୍ରୀ ସେଲସିୟସ । ଦକ୍ଷିଣ ପଶ୍ଚିମ ଦିଗରୁ ପବନ ପ୍ରବାହିତ ହେଉଥିବା ବେଳେ ତାତିର ପ୍ରକୋପ ଅନୁଭୂତ ହେଉଛି। ସେପଟେ ପାଣିପା ଵିଭାଗ କହିଛି ଆସନ୍ତା ୨୪ ଯାଏଁ କାଳବୈଶାଖୀ ପ୍ରକୋପ ରହିବ । ଆସନ୍ତା ୨୪ ଘଂଟା ପାଇଁ ୯ ଜିଲ୍ଳା ପାଇଁ ୟେଲୋ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ କେନ୍ଦ୍ର । ଯେଉଁଠି ବିଜୁଳୀ ଘଡଘଡି ବର୍ଷା ସହ ଘଂଟା ପ୍ରତି ପବନର ବେଗ ୪୦-୫୦ କିଲୋମିଟର ଯାଏଁ ପ୍ରବାହିତ ହେବ। ଜିଲ୍ଲା ଗୁଡ଼ିକ ହେଲା ରାୟଗଡ଼ା, କୋରାପୁଟ୍, ମାଲକାନଗିରି, ସୁନ୍ଦରଗଡ଼, କେଉଁଝର, ମୟୂରଭଂଜ, ବାଲେଶ୍ବର, ଗଜପତି ଓ ଗଞ୍ଜାମ ଜିଲ୍ଲା।

ସେହିପରି ଆଜି ପାଇଁ କେଉଁଝର, ମୟୂରଭଞ୍ଜ, ବାଲେଶ୍ବର, ଗଜପତି ଓ ଗଂଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ ହୋଇଛି। ତେବେ ୨୦ ତାରିଖରେ କାଳବୈଶାଖୀର ପ୍ରକୋପ ଅଧିକ ରହିବ । ଘଣ୍ଟା ପ୍ରତି ପବନର ବେଗ ୫୦ରୁ ୬୦ କିଲୋମିଟର ଯାଏଁ ପ୍ରବାହିତ ହେବ । ବିଶେଷ ଭାବେ ମୟୂରଭଂଜ, କେଉଁଝର ଓ ସୁନ୍ଦରଗଡ ଜିଲ୍ଲା ପ୍ରଭାବିତ ହେବ ବୋଲି କହିଛନ୍ତି ପାଣିପାଗ ବୈଜ୍ଞାନିକ ସଂଜୀବ ଦିୱେଦୀ।

ପଢନ୍ତୁ ଏହି ଖବର: ଆସିପାରେ ସୁପର ଏଲ୍‌ ନିନୋ, ଦେଖା ଦେଇପାରେ ମରୁଡ଼ି ସ୍ଥିତି

ସେପଟେ ସକ୍ରିୟ ହେଲାଣି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ-ପୂର୍ବ ଆରବ ସାଗରର କିଛି ଅଞ୍ଚଳ, ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ ସାଗରର ବହୁ ଅଞ୍ଚଳ, ସମଗ୍ର ନିକୋବାର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟ ପୁରମ ସହ ଆଣ୍ଡାମାନ ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ଅଗ୍ରସର ହୋଇଥିବାବେଳେ କେରଳରେ ଆସନ୍ତା ୨୬ ତାରିଖ ବେଳକୁ ମୌସୁମୀ ପ୍ରବେଶ କରିପାରେ । କିନ୍ତୁ ଓଡ଼ିଶାରେ କେବେ ମୌସୁମୀ ବାୟୁ ଛୁଇଁବ ତାହା ଜୁନ୍ ୧ ତାରିଖ ବେଳକୁ ସ୍ପଷ୍ଟ  ହେବ।

ଏପଟେ ଆସନ୍ତା ଜୁନ୍ କିମ୍ବା ଜୁଲାଇ ମାସ ସୁଦ୍ଧା ‘ସୁପର୍‌ ଏଲ୍‌ ନିନୋ’ ସକ୍ରିୟ ହେବାକୁ ଯାଉଛି ।ଯାହା ଭାରତରେ ମୌସୁମୀ ବାୟୁକୁ ଗଭୀର ଭାବେ ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ। ସେହିପରି ରାଜ୍ୟରେ ତାପମାତ୍ରାର ପ୍ରକୋପ ମାସ ଶେଷ ଯାଏଁ ରହିବ । ୧୯-୨୦ ଆହୁରି ଅଧିକ ତାପମାତ୍ରା ବୃଦ୍ଧି ପାଇବ। ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ରୁ୪ ଡ଼ିଗ୍ରୀ ଯାଏଁ ତାପମାତ୍ର ବୃଦ୍ଧି ସଂଭାବନା ରହିଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ। ଶରତ ସାହୁ। ରାଜ୍ୟରେ ଅସହ୍ୟ ତାତୀ ଲାଗି ରହିଥିବା ବେଳେ ଅପରାହ୍ନରେ କାଳବୈଶାଖି ପ୍ରଭାଵ ସାମାନ୍ୟ ଆସ୍ବସ୍ଥି ଦେଇପାରେ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Weather Alert | Odisha Heatwave Alert: Jharsuguda Crosses 40°C, Residents Struggle | Argus News