Schools Closed / ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି; ୨୪ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଛୁଟି ଘୋଷଣା
·2 hours ago·2 min read

Key Points
ଖରା ପାଇଁ ଘରୁ ବାହାରିବା ମୁସ୍କିଲ୍ ହୋଇ ପଡ଼ିଥିବା ବେଳେ ପିଲାଙ୍କ ସ୍କୁଲ୍ ନେଇ ପ୍ରଶାସନ ନେଇଛି ବଡ଼ ନିଷ୍ପତ୍ତି । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍କୁ ପ୍ରଶାସନ ଛୁଟି ଘୋଷଣା କରିଛି ।
ପାରଳାଖେମୁଣ୍ଡି: ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଲାଗି ରହିଛି । ଘରୁ ବାହାରିବା ମୁସ୍କିଲ୍ ହୋଇ ପଡ଼ିଥିବା ବେଳେ ପିଲାଙ୍କ ସ୍କୁଲ୍ ନେଇ ପ୍ରଶାସନ ନେଇଛି ବଡ଼ ନିଷ୍ପତ୍ତି । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଗଜପତି ଜିଲ୍ଲାରେ ସମସ୍ତ ସ୍କୁଲ୍କୁ ପ୍ରଶାସନ ଛୁଟି ଘୋଷଣା କରିଛି ।
ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ଶିକ୍ଷାନୁଷ୍ଠାନ ପାଇ ଏହି ନିର୍ଦ୍ଦେଶନମା ଲାଗୁ ହେବ ।
ଏଥିସହ ପଢ଼ନ୍ତୁ: ଆଗାମୀ ୨୪ ଘଣ୍ଟା ମଧ୍ୟରେ ପାଣିପାଗରେ ବଡ଼ ପରିବର୍ତ୍ତନ
ଶିଶୁ ବାଟିକାରୁ ନେଇ ଦ୍ଵାଦଶ ପର୍ଯ୍ୟନ୍ତ ସ୍କୁଲ୍କୁ ଛୁଟି ଘୋଷଣା କରାଯାଇଛି । ତେବେ ସ୍କୁଲ୍ ଛୁଟି ସମୟରେ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା ସୂଚୀ ଅନୁସାରେ କରାଯିବ । ଗ୍ରୀଷ୍ମପ୍ରବାହକ ଦେଖି ସ୍କୁଲ୍ କର୍ତ୍ତୃପକ୍ଷ ପରୀକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବେ ।
୪ ଦିନ ପ୍ରବଳ ତାତି
ଏବେ ଓଡ଼ିଶା ଉପରେ କୌଣସି ଗୁରୁତ୍ଵପୂର୍ଣ୍ଣ ପାଣିପାଗ ସିଷ୍ଟମ ନାହିଁ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ, ୨୪ ତାରିଖ ପର୍ଯ୍ୟନ୍ତ ଏଭଳି ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ । ରାତିରେ ବି ରହିବ ତାତିର ପ୍ରକୋପ ।
ଆଗାମୀ ୨୪ ଘଣ୍ଟାରେ ଅନୁଗୋଳ, କନ୍ଧମାଳ, ସୁନ୍ଦରଗଡ଼, ବଲାଙ୍ଗିର, ସମ୍ବଲପୁର ଜିଲ୍ଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ ରାତି ଉଷ୍ମ ରହିବ । ସେହିଭଳି ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗରମ ସହ ଗୁଳୁଗୁଳି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।
ଏଥିସହ ପଢ଼ନ୍ତୁ: ୩ ଦିନ ସ୍କୁଲ୍ ସହ ଅଙ୍ଗନୱାଡ଼ି ଓ କଲେଜ ଛୁଟି ଘୋଷଣା; ଅନଲାଇନ୍ରେ ହେବ କ୍ଲାସ୍
କଟକରେ ସ୍କୁଲ୍ ଛୁଟି, ଅନଲାଇନ୍ କ୍ଲାସ୍
ସେପଟେ ଖରା ପାଇଁ ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ କଟକ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନୱାଡି ବନ୍ଦ ରହିବ । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ଦିଆଯାଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ ।
୨୧ ଏପ୍ରିଲରୁ ୨୩ ଏପ୍ରିଲ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ । ହେଲେ ସମସ୍ତ ସ୍କୁଲ ଶିକ୍ଷକ ସ୍କୁଲରେ ଉପସ୍ଥିତ ରହି ଅନଲାଇନ୍ କ୍ଲାସ୍ ନେଇ ପିଲାଙ୍କ କୋର୍ସ ଶେଷ କରିବେ । ଏହି ସମୟରେ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା ଜାରି ରହିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories