Weather Warning / ଗରମ ଓ ଗୁଳଗୁଳିରେ ସନ୍ତୁଳି ହେବ ସାରା ଓଡ଼ିଶା ଆସନ୍ତା ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
·5 months ago·2 min read

Key Points
ପ୍ରବଳ ତାତିରେ ସିଝିବ ଓଡ଼ିଶା
ଗରମ ଓ ଗୁଳଗୁଳିରେ ସନ୍ତୁଳି ହେବ ସାରା ଓଡ଼ିଶା
ଆସନ୍ତା ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଗତକାଲି ଟିଟିଲାଗଡ଼ରେ ସର୍ବାଧିକ ୪୧.୫ ଡିଗ୍ରୀ ରେକର୍ଡ

ଭୁବନେଶ୍ବର, ୧୫/୪ : ଗରମ ଓ ଗୁଳଗୁଳିରେ ସନ୍ତୁଳି ହେବ ସାରା ଓଡ଼ିଶା । ଆସନ୍ତା ୨୪ ଘଣ୍ଟା ପାଇଁ ଉପକୂଳ ଓଡ଼ିଶାର ୧୧ ଜିଲ୍ଲା ଗଂଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ଅସହ୍ୟ ଗରମ ସହ ଗୁଳୁଗୁଳିର ସମ୍ଭାବନା ରହିଛି । ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଆସନ୍ତା କାଲି ତାତି ଆହୁରି ଭୟାନକ ଆଡ଼କୁ ଯାଇପାରେ। ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ୪୫ ଡିଗ୍ରୀ ଟପିପାରେ। ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରଚଣ୍ଡ ଖରା ଓ ତାତି ଅନୁଭୂତ ହୋଇପାରେ। ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର ଓ ସୋନପୁରରେ ଗ୍ରୀଷ୍ମ ପ୍ରବାହ ବହି ପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବା ସହ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
କେବଳ ସେତିକି ନୁହେଁ ଉପକୂଳ ଓଡ଼ିଶାର ଗଂଜାମ, ଗଜପତି ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱରକୁ ତାତି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗତ ୨୪ ଘଣ୍ଟାରେ ଟିଟିଲାଗଡ଼ରେ ୪୧.୫ ଡିଗ୍ରୀ, ଭବାନୀପାଟଣା ଓ ବଲାଙ୍ଗୀରରେ ୪୧, ଝାରସୁଗୁଡ଼ାରେ ୪୦.୭, ହୀରାକୁଦରେ ୪୦ ଓ ସମ୍ବଲପୁରରେ ୪୦.୧ ଡିଗ୍ରୀ ରହିଥିଲା।ଭୁବନେଶ୍ୱରରେ ୩୭.୭, କଟକରେ ୩୭.୪ଡିଗ୍ରୀ ରହିଥିଲା।
ପଢନ୍ତୁ ଏହି ଖବର: ଚଳିତ ବର୍ଷ ମୌସୁମୀ ଋତୁରେ ହେବ ସ୍ଵାଭାବିକ ଠାରୁ କମ୍ ବର୍ଷା; ପ୍ରଭାବିତ ହେବ କି ଓଡ଼ିଶା ?
ଆସନ୍ତା ୧୭ ଓ ୧୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଗ୍ରୀଷ୍ମପ୍ରବାହ ବହିପାରେ। ଉପକୂଳ ଓଡ଼ିଶାରେ ଗରମ ଓ ଗୁଳୁଗୁଳିରୁ ତ୍ରାହି ମିଳିବନି । ତେବେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୭ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ବରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୮ ଓ ୧୯ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚଳିତ ସପ୍ତାହରେ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବ, ଯାହାକି ସ୍ବାଭାବିକଠାରୁ ଅଧିକ ରହିବ। କ୍ରମାଗତ ଭାବେ ପ୍ରବାହିତ ଉତ୍ତର-ପଶ୍ଚିମ ବାୟୁ ଯୋଗୁଁ ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି| ଆଭ୍ୟନ୍ତରୀଣ ଓଡ଼ିଶାରେ କେନ୍ଦ୍ରୀୟ ଭାରତରୁ ଆସୁଥିବା ଶୁଷ୍କ ଓ ଗରମ ଉତ୍ତର-ପଶ୍ଚିମ ବାୟୁର ପ୍ରଭାବ ଅଧିକ ରହିବ ଅନ୍ୟପରେ ପଟେ ଉପକୂଳବର୍ତ୍ତୀ ଅଞ୍ଚଳରେ ଦକ୍ଷିଣ ପଶ୍ଚିମ ବାୟୁ ପ୍ରଭାବରେ ଅଧିକ ଜଳୀୟବାଷ୍ପ ଆସୁଥିବାରୁ ପ୍ରବଳ ଗୁଳୁଗୁଳି ଓ ଅସହ୍ୟ ପରିସ୍ଥିତି ସୃଷ୍ଟି ହେବ । କାଳବୈଶାଖୀର ସମ୍ଭାବନା ପ୍ରାୟ ନ ଥିବାରୁ ସାରା ରାଜ୍ୟରେ ଆକାଶ ନିର୍ମଳରହିବ ଏବଂ ସୂର୍ଯ୍ୟକିରଣ ପ୍ରଖର ଅନୁଭୂତ ହେବା ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ପ୍ରାୟ ୪୧ ଡିଗ୍ରି ରହିବ କେତେକ ସ୍ଥାନରେ ୪୪ ଡିଗ୍ରି ଛୁଇଁପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ।
Related Topics
Explore more stories