Heavy Rain / ୨୮ ତାରିଖ ଦିନ ପ୍ରବଳ ବର୍ଷା ସମ୍ଭାବନା

Key Points
ପାର୍ବଣକୁ ଧୋଇବ ବର୍ଷା !
ଆଜିଠୁ ବଡ଼ ବର୍ଷା ଆରମ୍ଭ
୨୮ ତାରିଖ ଦିନ ପ୍ରବଳ ବର୍ଷା ସମ୍ଭାବନା
ଲଗାଣ ବର୍ଷାରେ ଭିଜୁଛି ଓଡ଼ିଶା । ପାର୍ବଣକୁ ଫିକା କରିବ ଲଘୁଚାପ ବର୍ଷା। ଗୋଟିଏ ଲଘୁଚାପର ପ୍ରଭାବ ନ କମୁଣୁ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର। ଆସନ୍ତା ୧୨ ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଉତ୍ତର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୮ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାରେ ଭିଜିବ ରାଜ୍ୟର ଅଧିକାଂଶ ସ୍ଥାନ। ଆଜି ମାଲକାନାଗିରି, କୋରାପୁଟ, ରାୟଗଡ଼ା,ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।।
ଅନ୍ୟପଟେ ଏହି ଲଘୁଚାପଟି ଦୁର୍ବଳ ହୋଇଥିବ କି ନାହିଁ, ୩୦ ତାରିଖରେ ମ୍ୟାମାର୍ ଉପକୂଳସ୍ଥ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୧ରେ ଏହା ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ ୧ ଓ ୨ ତାରିଖରେ ବର୍ଷା ଲାଗି ରହିବ। ଲଘୁଚାପ ପ୍ରଭାବରେ ସମୁଦ୍ର ମଧ୍ୟରେ ପବନର ବେଗ ୪୦-୫୦ କିମି ଓ ଝଟକା ପବନ ୬୦ କିମି ପର୍ଯ୍ୟନ୍ତ ପହଞ୍ଚିବା ଆଶଙ୍କା ରହିଛି। ଏହା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।
ଭିଜିବ ଦଶହରା, ଆଜିଠୁ ବଡ଼ ବର୍ଷା ସମ୍ଭାବନା
📱 Get Argus News App
✨ତେବେ ଅକ୍ଟୋବର ମାସରେ ଅଧିକ ଥର ଲଘୁଚାପ କାହିଁକି ହୁଏ:
ଓଡ଼ିଶାରେ ଅକ୍ଟୋବର ମାସକୁ “ନିମ୍ନଚାପ ମୌସୁମ” ବୋଲି କୁହାଯାଏ । ପ୍ରତିବର୍ଷ ଏହି ସମୟରେ ଅନେକ ସମୟରେ ବଙ୍ଗୋପସାଗରରେ ନିମ୍ନଚାପ ଗଠିତ ହୋଇ ବଡ଼ ବର୍ଷା ହୁଏ । ପାଣିପାଗ ବିଷେଷଜ୍ଞଙ୍କ କହିବା ଅନୁଯାୟୀ, ସେପ୍ଟେମ୍ବର ଶେଷ ଓ ଅକ୍ଟୋବର ମାସରେ ସମୁଦ୍ର ପାଣିରେ ତାପମାତ୍ରା ଅଧିକ ରହେ । ଏହା ଫଳରେ ବାୟୁରେ ଆର୍ଦ୍ରତା ବଢ଼ିଥାଏ ଏବଂ ବାୟୁମଣ୍ଡଳ ଅସ୍ଥିର ହୋଇ ପଡ଼େ। ଏଭଳି ପରିସ୍ଥିତିରେ ବହୁତ ସହଜରେ ନିମ୍ନଚାପ ବା ଲଘୁଚାପ ସୃଷ୍ଟି ହୁଏ।
ଅଧିକ ପଢ଼ନ୍ତୁ ପାଣିପାଗ ସମ୍ପର୍କିତ ଖବର
ଅକ୍ଟୋବର ମାସରେ Inter-Tropical Convergence Zone (ITCZ) ବଙ୍ଗୋପସାଗର ଉପରେ ସକ୍ରିୟ ଥାଏ। କେତେକ ଲଘୁଚାପ ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇ ସମୁଦ୍ର କୂଳିଆ ଅଞ୍ଚଳ ଲୋକଙ୍କୁ ବେଶ ପ୍ରଭାବିତ କରିଥାଏ । ଚାଷୀମାନଙ୍କ ପାଇଁ ଏହି ବର୍ଷା କେବେ କେବେ ଉପକାରୀ ହୋଇଥାଏ। ବିଶେଷକରି ଖରିଫ ଫସଲ ପାଇଁ ଏହି ବର୍ଷା ଲାଭଦାୟକ ହୋଇଥାଏ। କିନ୍ତୁ ଅଧିକ ବର୍ଷା ହେଲେ ବନ୍ୟା ସୃଷ୍ଟି କରି ଫସଲ ନଷ୍ଟ କରେ ଏବଂ ଦୈନନ୍ଦିନ ଜୀବନକୁ ବାଧା ପହଞ୍ଚାଏ । ସେଥିପାଇଁ ଅକ୍ଟୋବର ମାସକୁ ଓଡ଼ିଶାରେ ସତର୍କତାର ସମୟ ବୋଲି ଧରାଯାଏ। କାରଣ ଏହି ସମୟରେ ବାତ୍ୟା ହେଲେ ଭୟଙ୍କର ହୋଇଥାଏ। ୧୯୯୯ ମସିହା ବାତ୍ୟାକୁ ଲୋକଙ୍କ ମନରୁ ଏଯାଏ ଯାଇନି। ସେଥିପାଇଁ ସମୁଦ୍ରକୂଳିଆ ଲୋକେ ଅକ୍ଟୋବର ମାସରେ ସଜାଗ ରହିଥାନ୍ତି।
Related Topics
Explore more stories