Weather Warning / ଆସନ୍ତା 24 ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭବନା., ଜୁନ 5 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ !
·5 hours ago·2 min read

Key Points
ଓଡିଶା ଉପରେ ସକ୍ରିୟ ଟ୍ରପ୍ ଲାଇନ୍
ଆସନ୍ତା 24 ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭବନା
ଜୁନ 5 ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା
ପାଣିପାଗ ବିଭାଗର ପୁର୍ବାନୁମାନ
ଆସନ୍ତା 24 ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭବନା
ଜୁନ 5 ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା
ପାଣିପାଗ ବିଭାଗର ପୁର୍ବାନୁମାନ
ଭୁବନେଶ୍ବର୦୧/୦୬: ବର୍ତ୍ତମାନ ରାଜ୍ୟ ଉପରେ ଏକ ସକ୍ରିୟ ଟ୍ରାପ୍ ଲାଇନ୍ ରହିଛି । ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗପସାଗର ମୁହାଁ ହୋଇଛି । ଏହା ପ୍ରଭାବରେ ଆସନ୍ତା 24 ଘଣ୍ଟାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭବନା ରହିଛି । ଆଗାମୀ 24 ଘଣ୍ଟା ମଧ୍ୟରେ ୫ ଜିଲ୍ଲା ,ଗଞ୍ଜାମ,ଗଜପତି ,କେଉଁଝର ,ମୟୂରଭଞ୍ଜ ଓ କନ୍ଧମାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ, ଘଣ୍ଟା ପ୍ରତି ୬୦-୭୦ କିଲୋମିଟର ବେଗରେ ପ୍ରବଳ ଝଟକା ପବନ, କୁଆପଥର ମାଡ଼ ଏବଂ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି ।ଏଥିସହ ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଏବଂ ନୟାଗଡ଼ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅପରାହ୍ନ/ସନ୍ଧ୍ୟା ସମୟରେ ଘଡ଼ଘଡ଼ି, ବିଜୁଳି ସହ ଘଣ୍ଟାପ୍ରତି ୫୦-୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଥିବାରୁ ଜାରି କରାଯାଇଛି ଅରେଞ୍ଜ ଆଲର୍ଟ।
ଏପଟେ ବାଲେଶ୍ବର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ସୋନପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଯାଜପୁର, କଟକ, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅପରାହ୍ନ/ସନ୍ଧ୍ୟା ସମୟରେ ଘଡ଼ଘଡ଼ି, ବିଜୁଳି ସହ ଘଣ୍ଟାପ୍ରତି ୪୦ -୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହି ୧୬ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।ଆସନ୍ତା ଜୁନ 5 ତାରିଖ ପର୍ଯ୍ୟନ୍ତ ପାଣିପାଗ ବିଭାଗ ରାଜ୍ୟରେ କାଳବୈଶାଖୀ ବର୍ଷା ପାଇଁ ସତର୍କ ସୂଚନା ଦେଇଛି।
ପଢନ୍ତୁ ଏହି ଖବର: ଆସନ୍ତା ୨୪ ଘଣ୍ଟାରେ ୧୨ ଜିଲ୍ଲାରେ କାଳବୈଶାଖୀ, ୯ ଜିଲ୍ଲାରେ ବିଜୁଳି ଘଡଘଡି ସହ ଵର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ
ମୌସୁମୀ ବିଳମ୍ବରେ ଚାଲିଛି । ଭାରତୀୟ ପାଣିପାଗ ବିଭାଗର ତାଜା ଆକଳନ ହେଲା- ସମ୍ଭବତଃ ୩-୪ ଦିନ ଭିତରେ କେରଳ ଓ ତାମିଲନାଡ଼ୁର କିଛି ଅଂଶକୁ ଛୁଇଁପାରେ । ମାତ୍ର ଏ ପୂର୍ବାନୁମାନ କେତେ ଠିକ୍ ହେବ, ଏବେଠାରୁ ସ୍ପଷ୍ଟ କହି ହେବନି । ଚଳିତବର୍ଷ ମେ’ ୨୬ରେ ମୌସୁମୀ କେରଳ ଛୁଇଁବା ନେଇ ଆଇଏମଡି ପୂର୍ବାନୁମାନ କରିଥିଲା । କିନ୍ତୁ, ଏଯାଏଁ ମୌସୁମୀ ଆସିଲା ନାହିଁ । ଏପଟେ ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ସୂଚନା ଦେଇଛି, ଆସନ୍ତା ୪-୫ ଦିନ ଭିତରେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ ।
କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବିଶ୍ୱସ୍ତରୀୟ ଏନସେମ୍ବଲ୍ ମଡେଲ୍ ଏବଂ ଚଳିତ ପାଣିପାଗ ସ୍ଥିତିର ସମୀକ୍ଷା ଅନୁଯାୟୀ, ବର୍ତ୍ତମାନ ମୌସୁମୀ କେରଳ ଛୁଇଁବାର ସମ୍ଭାବ୍ୟ ସମୟ ଜୁନ୍ ୧ ରୁ ୪ ତାରିଖ । ବାୟୁମଣ୍ଡଳୀୟ ସଂଗଠନ ଯଦି ମନ୍ଥର ରହେ, ତେବେ ଏହା ଜୁନ୍ ୫ରୁ ୬ ତାରିଖ ପର୍ଯ୍ୟନ୍ତ ମଧ୍ୟ ଘୁଞ୍ଚିଯାଇପାରେ । କେରଳରେ ମୌସୁମୀ ବିଳମ୍ବର ଅର୍ଥ ନୁହେଁ ଯେ ଓଡ଼ିଶାରେ ମଧ୍ୟ ସେତିକି ଦିନ ମୌସୁମୀ ଆଗମନ ଡେରି ହେବ । ଅତୀତର ଏଲ୍ନିନୋ ବର୍ଷଗୁଡ଼ିକରେ ଓଡ଼ିଶାରେ ମୌସୁମୀର ଅଗ୍ରଗତି କେରଳରେ ଏହାର ଆଗମନ ତାରିଖ ଅପେକ୍ଷା ବଙ୍ଗୋପସାଗରର ପାଣିପାଗ ପ୍ରକ୍ରିୟା ଦ୍ୱାରା ଅଧିକ ନିୟନ୍ତ୍ରିତ ହୋଇଥାଏ । ୧୯୯୭ ଏବଂ ୨୦୧୫ରେ ବଙ୍ଗୋପସାଗରର ସକ୍ରିୟତା ଯୋଗୁ ପୂର୍ବ ଭାରତରେ ମୌସୁମୀର ଦ୍ରୁତ ଅଗ୍ରଗତି ହୋଇଥିଲା । କିନ୍ତୁ, ୨୦୦୯ ମସିହାରେ ଏହି ଅଗ୍ରଗତି ମନ୍ଥର ଏବଂ କମ୍ ସୁସଂଗଠିତ ଥିଲା । ତଥାପି, ବର୍ତ୍ତମାନର ବାୟୁମଣ୍ଡଳୀୟ ସ୍ଥିତି ଅନୁଯାୟୀ ଓଡ଼ିଶା ଆସନ୍ତା ସପ୍ତାହରେ ଏକ ପରିବର୍ତ୍ତନଶୀଳ ପ୍ରାକ୍-ମୌସୁମୀ ପର୍ଯ୍ୟାୟ ମଧ୍ୟରେ ଗତି କରିବା ସମ୍ଭାବନା ଅଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories