Videos
|
Odisha

ASO Exam / ପୁଣି ଥରେ ହେବ ହାଇକୋର୍ଟ ASO ମେନ୍ ଲିଖିତ ପରୀକ୍ଷା

Banajyotshna Ray
Browse all articles by Banajyotshna Ray
·10 months ago·2 min read
ପୁଣି ଥରେ ହେବ ହାଇକୋର୍ଟ ASO ମେନ୍ ଲିଖିତ ପରୀକ୍ଷା

Key Points

ରଦ୍ଦ ହେଲା ହାଇକୋର୍ଟ ASO ମେନ୍ ଲିଖିତ ପରୀକ୍ଷା
ପୁଣି ଥରେ ହେବ ହାଇକୋର୍ଟ ASO ମେନ୍ ଲିଖିତ ପରୀକ୍ଷା
ଆସନ୍ତା ଡିସେମ୍ବର 12 ତାରିଖରେ ହେବ ହାଇକୋର୍ଟ ASO ମେନ୍ ଲିଖିତ ପରୀକ୍ଷା
ରଦ୍ଦ ହେଲା ହାଇକୋର୍ଟ ASO ମେନ୍ ଲିଖିତ ପରୀକ୍ଷା । ପୁନର୍ବାର ଲିଖିତ ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଲେ ଉଚ୍ଚ ନ୍ୟାୟାଳୟ । ଲିଖିତ ରଦ୍ଦ ନେଇ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି । ଗତ ୧୩ ଜୁଲାଇରେ ହୋଇଥିବା ଲିଖିତ ପରୀକ୍ଷାକୁ ରଦ୍ଦ କରିଛନ୍ତି ହାଇକୋର୍ଟ । ଡିସେମ୍ବର ୭ ତାରିଖରେ ପୁନର୍ବାର ମେନ୍ ଲିଖିତ ପରୀକ୍ଷା କରିବା ପାଇଁ ନୋଟିସ୍ ଜରିଆରେ ନିର୍ଦ୍ଦେଶ ଦିଆଯାଇଛି । ଗତ ୧୩ ଜୁଲାଇରେ ହୋଇଥିବା ଏଏସଓ ମେନ୍ ଲିଖିତ ପରୀକ୍ଷା ଦେଇଥିଲେ ମୋଟ ୭ ହଜାର ୧୧୩ ଜଣ ପରୀକ୍ଷାର୍ଥୀ।

ଏଥିସହ ପଢ଼ନ୍ତୁ: କେତେବେଳେ କାହା ଘରେ ବି ପଶିପାରେ CBI !

ତେବେ ପୁଣିଥରେ ୭ ହଜାର ୧୧୩ ଜଣ ଲିଖିତ ପରୀକ୍ଷା ଦେବେ। ଏହି ପରୀକ୍ଷା ଡିସେମ୍ବର ୭ ତାରିଖରେ ଅନୁଷ୍ଠିତ ହେବ। ଏହା ୩ଟି ସିଟିଂରେ ହେବ । ପ୍ରଥମ ସିଟିଂରେ ଇଂରାଜୀ ଭାଷା ପରୀକ୍ଷା ସକାଳ ୯ ଟାରୁ ୧୧ ଟା, ଦ୍ଵିତୀୟ ସିଟିଂରେ ଜେନେରାଲ ଆୱାରନେସ ଓ ରିଜନିଂ ମଧ୍ୟାହ୍ନ ୧୨ଟାରୁ ୧ଟା, ତୃତୀୟ ସିଟିଂରେ ଗଣିତ ଦିନ ୨.୩୦ ରୁ ୪.୩୦ ମିନିଟ ପର୍ଯ୍ୟନ୍ତ ହେବ। ନଭେମ୍ବର ୧୭ ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଅନଲାଇନରୁ ଇ-ଆଡମିଟ କାର୍ଡ ଡାଉନଲୋଡ କରି ପାରିବେ ଆଶାୟୀ। ASO ମେନ୍ ଲିଖିତ ପରୀକ୍ଷାରେ ଅନିୟମିତତା ନେଇ ହାଇକୋର୍ଟ ସନ୍ଦେହ କରିବା ପରେ ପରୀକ୍ଷାକୁ ବାତିଲ କରାଯାଇଛି।

ଏହି ପରୀକ୍ଷାକୁ ସିଲିକନ୍‌ ଟେକ୍‌ କରୁଥିବାରୁ ଅନିୟମିତତା ନେଇ ହାଇକୋର୍ଟଙ୍କ ସନ୍ଦେହ ବଢିଥିଲା। ପରୀକ୍ଷା ଦାୟିତ୍ୱ ସିଲିକନ୍‌ ଟେକ୍‌ ସଂସ୍ଥା ପରିଚାଳନା କରୁଥିଲା। ତେଣୁ ଏଥିରେ ସିଲିକନ୍‌ କିଛି ଜାଲିଆତି କରିଥାଇ ପାରେ ବୋଲି କୋର୍ଟ ସନ୍ଦେହ କରି ବାତିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ବିବାଦ ହେବା ଆଗରୁ ଏହି ପରୀକ୍ଷାକୁ ବାତିଲ କରାଯାଇଛି। ଏସ୍‌ଆଇ ପରୀକ୍ଷା ପୂର୍ବରୁ ସିଲିକନ୍‌ ଟେକ୍‌ ସଂସ୍ଥାର ପ୍ରମୋଟର ସୁରେଶ ଏବଂ ପଞ୍ଚସଫ୍ଟ ସଂସ୍ଥାର ମାଲିକ ଶଙ୍କର ସହମିଶି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ କରାଇଥିଲେ। ପିଲାଙ୍କୁ କଲିକତା, ହାଇଦ୍ରାବାଦ ଆଦି ସହରକୁ ନେଇ ଅଭ୍ୟାସ କରାଉଥିଲେ। ତେଣୁ ଏଏସ୍‌ଓ ପରୀକ୍ଷାରେ ଏଭଳି କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଇ ପରୀକ୍ଷାକୁ ବାତିଲ କରାଯାଇଥିବା ସୂଚନା ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories

ASO Exam | Odisha High Court ASO Main Written Exam to Be Conducted Again | Argus News | Argus News