Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cuttack Durga Puja: ନିର୍ମାଣ ପୂର୍ବରୁ ତୋରଣ ଡ୍ରଇଁ ଦେବେ ପୂଜା କମିଟି, ଅଫିସ୍ ଛାଡ଼ି ୱାର୍ଡ ବୁଲିବାକୁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Sushanta Sahoo
Browse all articles by Sushanta Sahoo
·10 months ago·2 min read
Cuttack Durga Puja: ନିର୍ମାଣ ପୂର୍ବରୁ ତୋରଣ ଡ୍ରଇଁ ଦେବେ ପୂଜା କମିଟି, ଅଫିସ୍ ଛାଡ଼ି ୱାର୍ଡ ବୁଲିବାକୁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Key Points

ପୂଜା ସମୟରେ ରାସ୍ତା ଅବରୋଧ କରି ପେଣ୍ଡାଲ ତିଆରି ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତୋରଣ ଗୁଡ଼ିକର ଉଚ୍ଚତା ଓ ସୁରକ୍ଷାକୁ ନେଇ ଜିଲ୍ଲାପାଳ ପଦକ୍ଷେପ ନେବେ ।

କଟକ: ଅଫିସ୍ ଛାଡ଼, ୱାର୍ଡକୁ ଯାଅ । ରୋଡ୍ ଆଣ୍ଡ ବ୍ରିଜ୍ ଅଧିକ୍ଷଣ ଯନ୍ତ୍ରୀଙ୍କୁ କହିଲେ ହାଇକୋର୍ଟ । କଟକ ସହରର ସମସ୍ୟା ନେଇ ଦାଖଲ ଜନସ୍ଵାର୍ଥ ମାମଲାର ଶୁଣାଣି ବେଳେ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସହରରେ ରାସ୍ତାଘାଟ ସମସ୍ୟା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ ।


କେବେ ନିଜେ ସ୍କୁଟର ନେଇ ସ୍ଥିତି ସମୀକ୍ଷା କରନ୍ତୁ ବୋଲି ରୋଡ୍ ଆଣ୍ଡ ବ୍ରିଜ୍ ଅଧିକ୍ଷଣ ଯନ୍ତ୍ରୀଙ୍କୁ ହାଇକୋର୍ଟ କହିଛନ୍ତି । ଅଫିସ୍ ଛାଡ଼ି ନିଜେ ୱାର୍ଡ ଗୁଡ଼ିକ ବୁଲିବାକୁ ଯନ୍ତ୍ରୀଙ୍କୁ କହିଛନ୍ତି । ଏଥିସହ ରାସ୍ତାଘାଟର ମରାମତି ନେଇ ଏକ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।


ପୂଜା ସମୟରେ ରାସ୍ତା ଅବରୋଧ କରି ପେଣ୍ଡାଲ ତିଆରି ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତୋରଣ ଗୁଡ଼ିକର ଉଚ୍ଚତା ଓ ସୁରକ୍ଷାକୁ ନେଇ ଜିଲ୍ଲାପାଳ ପଦକ୍ଷେପ ନେବେ । ପୂଜାରେ ତୋରଣ ଏବଂ ସୁରକ୍ଷା ସମ୍ପର୍କିତ ଅନୁମତି ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ରହିବ । ତୋରଣ ନିର୍ମାଣ ପୂର୍ବରୁ ପୂଜା କମିଟି ମାନଙ୍କ ଠାରୁ ତୋରଣର ଡ୍ରଇଁ ମଗାଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି ।


ପୂଜାରେ ଶବ୍ଦ ପ୍ରଦୂଷଣ ନେଇ ହାଇକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । ଶବ୍ଦ ପ୍ରଦୂଷଣ ୬୫ ଡେସିବିଲ ମଧ୍ୟରେ ସୀମିତ ରଖିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପାର୍ବଣ ସମୟରେ ସ୍ଵଚ୍ଛ ପିଇବା ପାଣି ଯୋଗାଇବା ପାଇଁ ୱାଟକୋକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ବିଷାକ୍ତ ଖାଦ୍ୟ ବିକ୍ରି ଉପରେ ନଜର ରଖିବାକୁ କୁହାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିସହ ଲୋକଙ୍କ ନଜରକୁ କୌଣସି ସମସ୍ୟା କିମ୍ବା ଅସୁବିଧା ଆସିଲେ କିଭଳି ଜଣାଇବେ ସେ ନେଇ ବ୍ୟବସ୍ଥା କରିବାକୁ ସିଏମସି କମିଶନରଙ୍କୁ କୁହାଯାଇଛି । ଯୋର ଜବରଦସ୍ତ ଭାବେ ପୂଜା ଚାନ୍ଦା ଆଦୟକୁ ନେଇ କୋର୍ଟ କଡ଼ା ଟିପ୍ପଣୀ କରିଛନ୍ତି । ଏ ଦିଗରେ କମିଶନରେଟ୍ ପୋଲିସ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।


ଓଡ଼ିଶା ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ

Sponsored
Odisha High Court Directs Engineers to Inspect Cuttack Roads; Issues Puja Guidelines | Argus News | Argus News