Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାତ୍ୟା ପାଇଁ ଦୁଇ ଦିନ ବନ୍ଦ ରହିବ ହାଇକୋର୍ଟ

Smruti Parija
Browse all articles by Smruti Parija
·1 year ago·1 min read
ବାତ୍ୟା ପାଇଁ ଦୁଇ ଦିନ ବନ୍ଦ ରହିବ ହାଇକୋର୍ଟ

ଅର୍ଗସ ବ୍ୟୁରୋ: ବାତ୍ୟା ପାଇଁ ଦୁଇ ଦିନ ବନ୍ଦ ରହିବ ହାଇକୋର୍ଟ । 24 ଓ 25 ତାରିଖ ଦୁଇ ଦିନ ବନ୍ଦ ରହିବ ହାଇକୋର୍ଟ । ଏଥିପାଇଁ ନଭେମ୍ବର ୩୦, ଡିସେମ୍ବର ୭ ଶନିବାର ଖୋଲାରହିବ କୋର୍ଟ।  

ସ୍ଥଳଭାଗ ଛୁଇଁଛି ବାତ୍ୟାର ବାହ୍ୟ ବଳୟ । ଭଦ୍ରକ ଓ କେନ୍ଦ୍ରାପଡାରେ ଏହାର ପ୍ରାଥମିକ ପ୍ରଭାବ ଦେଖିବାକୁ ମିଳିଛି । ପାରାଦୀପରୁ ରାଡାରରୁ ମିଳିଥିବା ତଥ୍ୟରୁ ଏହି ସୂଚନା ମିଳିଛି । ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ଆରମ୍ଭ ହୋଇଛି ବର୍ଷା। ଏବଂ ବଢ଼ିଛି ପବନର ବେଗ। ଏବେ ପାରାଦୀପ ଠାରୁ ୪୯୦ କିମି ଦୂରରେ ରହିଛି ବାତ୍ୟା ଦାନା । ଘଣ୍ଟା ପ୍ରତି ୧୩ କିମି ବେଗରେ ଆଗକୁ ବଢୁଛି । ଆସନ୍ତାକାଲି ମଧ୍ୟରାତ୍ର ଓ ୨୫ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟା ରେ ପରିଣତ ହୋଇ ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ।

Cyclone Breaking : ବାତ୍ୟାର ସବୁ ଅପଡେଟ୍‌

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହି ସମୟରେ ପବନର ବେଗ ୧୦୦ ରୁ ୧୦୦ ଅର୍ଥାତ୍ ଝଟକା ପବନ ୧୨୦ କିମି ରହିବା ସମ୍ଭାବନା । ସମୁଦ୍ର ଅଶାନ୍ତ ରହିଛି । ପୁରୀ, ଧାମରା, ପାରାଦୀପ ବନ୍ଦର ପାଇଁ ୧୦ ନମ୍ବର ବିପଦ ସଙ୍କେତ ଜାରି ହୋଇଥିବା ବେଳେ ଗୋପାଳପୁରକୁ ଜାରି ହୋଇଛି ୮ ନମ୍ବର ବିପଦ ସଙ୍କେତ । ଭୁବନେଶ୍ବର ପାଣିପା କେନ୍ଦ୍ରର ସୂଚନା ଅନୁସାରେ ଭୁବନେଶ୍ବରରେ ପାଗ ମେଘୁଆ ରହିବ । ୨୪ ଓ ୨୫ ରେ ବର୍ଷା ହେବ । ପବନର ବେଗ ୬୦ ରୁ ୭୦ କିଲୋମିଟର ରହିପାରେ ।

ଆମେ ଦେଖାଇବୁ ବାତ୍ୟାର ନିଚ୍ଛକ ଛବି

Sponsored
odisha-highcourt-remains-closed-in-view-of-impending-cyclonic-storm-Dana | Argus News