Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Update / ବେଳାଭୂମିର ସ୍ୱଚ୍ଛତାକୁ ବିଗାଡୁଛି ହୋଟେଲର ମଇଳା ଜଳ

Banajyotshna Ray
Browse all articles by Banajyotshna Ray
·9 months ago·2 min read
ବେଳାଭୂମିର ସ୍ୱଚ୍ଛତାକୁ ବିଗାଡୁଛି ହୋଟେଲର ମଇଳା ଜଳ

Key Points

ଖସୁଛି ପୁରୀ ସମୁଦ୍ରର ମାନ
୧ ଲିଟର ସମୁଦ୍ର ଜଳରେ ୬.୪ ମାଇକ୍ରୋ ପ୍ଲାଷ୍ଟିକ
ବିପଦରେ ବିରଳ ସାମୁଦ୍ରିକ ଜୀବ ଏବଂ ମାନବଜାତି
ବେଳାଭୂମିର ସ୍ୱଚ୍ଛତାକୁ ବିଗାଡୁଛି ହୋଟେଲର ମଇଳା ଜଳ
ଅରେଞ୍ଜ ଜୋନ୍‌ରେ ପହଞ୍ଚିଲାଣି ପୁରୀର ସମୁଦ୍ର ଜଳ ଗୁଣବତ୍ତା

ପୁରୀ ସମୁଦ୍ର ଜଳରାଶିର ମାନକୁ ନେଇ ଚିନ୍ତାଜନକ ରିପୋର୍ଟ । ପୁରୀର ସମୁଦ୍ର ଜଳରେ ୧ ଲିଟରରେ ୬.୪ ମାଇକ୍ରୋପ୍ଲାଷ୍ଟିକ ଦ୍ରବ୍ୟ ରହିଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ‘କୋଷ୍ଟାଲ ହେଲ୍‌ଥ ଷ୍ଟାଟସ ରିପୋର୍ଟ’ ମୁତାବକ ରାଜ୍ୟର ୪୮୦ କି.ମି ପରିବ୍ୟାପ୍ତ ବେଳାଭୂମି ରାଜ୍ୟର ୬ଟି ଜିଲ୍ଲାକୁ ବ୍ୟାପିଛି । ଅନ୍ୟ ଜିଲ୍ଲା ଅପେକ୍ଷା ପୁରୀର ସମୁଦ୍ର ଜଳର ମାନ ସବୁଠୁ ତଳେ ରହିଛି । ୨୦୨୨ ମସିହାରେ ପୁରୀର ସମୁଦ୍ର ଜଳ ମାନ ସୂଚକାଙ୍କ ୫୫ ରହିଥିଲା । ୨୦୨୩ ମସିହାରେ ଏହା ୫୧କୁ ଖସିଥିଲା ବେଳେ ୨୦୨୪ ମସିହାରେ ଏହା ୩୭କୁ ଖସି ଅରେଞ୍ଜ ଜୋନ୍‌ରେ ପହଞ୍ଚିଲାଣି । ପୁରୀ ପେଣ୍ଠକଟା ବେଳାଭୂମିର କିଭଳି ଅବସ୍ଥା। ଅଳିଆ ଆବର୍ଜନା ଗୁଡିକ ସିଧାସଳଖ ପେଣ୍ଠକଟା ବେଳାଭୂମିରେ ମିଶି ସ୍ଥିତି ସଙ୍ଗୀନ କରୁଛି ।


ବେଳାଭୂମି ନିକଟରେ ଥିବା ବିଭିନ୍ନ ହୋଟେଲର ମଇଳା ଜଳ କିଭଳି ସିଧାସଳଖ ସ୍ୱର୍ଣ୍ଣାଭ ବେଳାଭୂମିର ସ୍ୱଚ୍ଛତାକୁ କିଭଳି ବିଗାଡୁଛି । ମଙ୍ଗଳା ନଇର ଅବସ୍ଥା ମଧ୍ୟ ସମାନ । କେବଳ ଏତିକି ନୁହେଁ ବାଙ୍କିମୁହାଣରୁ ଟ୍ରିଟମେଣ୍ଟ ହେଉଥିବା ସହରାଞ୍ଚଳର ଅଣବିଶୋଧିତ ଜଳ ମଧ୍ୟ ପ୍ରଦୂଷିତ ହୋଇ ସମୁଦ୍ରରେ ମିଶୁଛି । ପୁରୀ ବେଳାଭୂମିକୁ ଉପଭୋଗ କରିବାକୁ ଦୈନନ୍ଦିନ ଲକ୍ଷାଧିକ ଭକ୍ତ, ପର୍ଯ୍ୟଟକ, ତୀର୍ଥଯାତ୍ରୀ ଆସିଥାନ୍ତି। କିନ୍ତୁ ପୁରୀ ବେଳାଭୂମି ଦିନକୁଦିନ ପ୍ରଦୂଷିତ ହୋଇ ତାର ଅସ୍ତିତ୍ବ ହରାଉଥିବା ଦେଖିବାକୁ ମିଳୁଛି । ଯାହାର ସିଧାସଳଖ ପ୍ରଭାବ ଜଳଜୀବ ମାନଙ୍କ ଉପରେ ପଡୁଛି । ଅନ୍ୟପଟେ ସ୍ବର୍ଗଦ୍ବାର ସମ୍ମୁଖ ବେଳାଭୂମି ପୁରୀ ସମୁଦ୍ରର ମାଇକ୍ରୋପ୍ଲାଷ୍ଟିକ ହଟସ୍ପଟ ପାଲଟିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ୨୦୨୨ରେ ବ୍ଲୁ ଫ୍ଲାଗ ବିଚ୍ ରେ ହୋଇଥିବା ସମୁଦ୍ର ଜଳରାଶିର ମାନ ପରୀକ୍ଷା ମୁତାବକ ଏହା ସ୍ନାନ ଉପଯୋଗୀ। ମାତ୍ର ଜଳର ମାନ ଯେପରି ଖସିବାରେ ଲାଗିଛି, ଯଦି ଏହାକୁ ପ୍ରତିହତ ନକରାଯାଏ ତେବେ ଏହା ସ୍ନାନଯୋଗ୍ୟ ମଧ୍ୟ ରହିବ ନାହିଁ ବୋଲି ପରିବେଶବିତ୍ ଆକଳନ କରିଛନ୍ତି। ଜିଲ୍ଲାପାଳ କହିଛନ୍ତି ସମୁଦ୍ରକୁ ପ୍ଲାଷ୍ଟିକ ଏବଂ ଆବର୍ଜନା ମୁକ୍ତ ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ଚାଲିଛି । ସ୍ଥିତି ଚିନ୍ତାଜନକ ହୋଇଥିବା ବେଳେ ସରକାର ଏହା ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ନକଲେ ଆଗାମୀ ଦିନରେ ଏହା ପର୍ଯ୍ୟଟକଙ୍କ ସ୍ନାନ ଉପଯୋଗୀ ହେବନାହିଁ ବୋଲି ମତ ପ୍ରକାଶ ପାଇଛି ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories

Sponsored
Hotel Wastewater Polluting Beach Cleanliness in Odisha | Argus News | Argus News