Videos
|
Odisha

Antyodaya Gruha Yojana / ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଭେଟି ଦେବେ ରାଜ୍ୟ ସରକାର, ଅନ୍ତ୍ୟୋଦୟ ଗୃହ ଯୋଜନାରେ ମିଳିବ କାର୍ଯ୍ୟାଦେଶ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଭେଟି ଦେବେ ରାଜ୍ୟ ସରକାର, ଅନ୍ତ୍ୟୋଦୟ ଗୃହ ଯୋଜନାରେ ମିଳିବ କାର୍ଯ୍ୟାଦେଶ

Key Points

ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ବାଣ୍ଟିବେ ରାଜ୍ୟ ସରକାର । ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଲୋକଙ୍କୁ ଭେଟି ଦେବେ ରାଜ୍ୟ ସରକାର ।

ଭୁବନେଶ୍ଵର: ବାସହୀନଙ୍କ ପାଇଁ ଖୁସି ଖବର । ଘର କରିବା ପାଇଁ ମିଳିବ କାର୍ଯ୍ୟାଦେଶ । ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ବାଣ୍ଟିବେ ରାଜ୍ୟ ସରକାର । ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଲୋକଙ୍କୁ ଭେଟି ଦେବେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ।


ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ଦିଆଯିବ । ୫୦ ହଜାର ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ଦିଆଯିବ । ନଭେମ୍ବର ସୁଦ୍ଧା ସମସ୍ତ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ କେନ୍ଦ୍ରର ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ନଭେମ୍ବର ମାସରୁ ପିଏମ୍ ଆବାସ ଯୋଜନାର କାର୍ଯ୍ୟାଦେଶ ଦିଆଯିବ ।


ଆବାସ ନେଇ ନୂଆ ସର୍ଭେରେ ୩୫ ଲକ୍ଷ ଆବେଦନ ଆସିଛି । ୩୫ ଲକ୍ଷ ଆବେଦନରୁ ୩ ଲକ୍ଷ ଅନଲାଇନ୍ ଆବେଦନ ଆସିଛି । ଅନଲାଇନ୍ ଆବେଦନର ଯାଞ୍ଚ କରାଯାଉଛି । ଏବେ ଆବେଦନଗୁଡ଼ିକର ଯାଞ୍ଚ ଚାଲିଥିବା ବେଳେ ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ପୂର୍ବରୁ ୨ଟି ପର୍ଯ୍ୟାୟରେ ଲକ୍ଷେରୁ ଅଧିକ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: