Crime In Odisha / ପିଶାଚ ସ୍ୱାମୀ, ସାମାନ୍ୟ ଝଗଡ଼ାରୁ ସ୍ତ୍ରୀକୁ ମାରିଦେଲା

Key Points
ସୈତାନ ସ୍ୱାମୀ, ମାରିଦେଲା ସ୍ତ୍ରୀକୁ
ସାମାନ୍ୟ ହାଣ୍ଡିଆ ନେଲା ଜୀବନ
ଗିରଫ କଲା ପୋଲିସ
ସ୍ୱାମୀ ସାଜିଲା ସୈତାନ। ସ୍ତ୍ରୀକୁ କାଠି ଫାଳିଆରେ ବାଡେଇ ବାଡେଇ ମାରିଦେଲା। ସାମାନ୍ୟ ହାଣ୍ଡିଆ ଟିକେ ପିଇଦେଲା ସ୍ତ୍ରୀ ବୋଲି ରାଗରେ ତମତମ ହୋଇ ସ୍ତ୍ରୀକୁ ମାରିଦେଲା ପିଶାଚ ସ୍ୱାମୀ। ଏଭଳି ଘଟଣା ଘଟିଛି ଉଦଳା ଥାନା ଉପରତାଳଡିହା ଗ୍ରାମରେ। ଗ୍ରାମର ଗୁରୁ ପ୍ରସାଦ ସିଂ ତାଙ୍କ ସ୍ତ୍ରୀ ସୀତା ସିଂଙ୍କୁ କରିଛି ହତ୍ୟା। ଗୁରୁପ୍ରସାଦ କାମକୁ ଯାଇ ଘରକୁ ଫେରିଥିବା ବେଳେ ଘରେ ପହଞ୍ଚି ହାଣ୍ଡିଆ ପିଇଵାକୁ ଖୋଜିଥିଲେ। ହେଲେ ସ୍ତ୍ରୀ ସୀତା ସବୁ ହାଣ୍ଡିଆ ପିଇ ନିଶା ହୋଇଯାଇଥିବା ସେ ଦେଖିବାକୁ ପାଇଥିଲେ।
ଯାହା ପରେ ଉତକ୍ଷିପ୍ତ ହୋଇ ଉଠିଥିଲେ ଗୁରୁପ୍ରସାଦ ଏବଂ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଝଗଡା ଏତେ ଉଗ୍ର ରୂପ ନେଇଥିଲା ଯେ ଘରେ ପଡ଼ିଥିବା କାଠ ଫାଳିଆରେ ଅତି ନିର୍ଦ୍ଦୟ ଭାବେ ବାଡେଇ ବାଡେଇ ହତ୍ୟା କରିଥିଲା ଜହ୍ଲାଦ ସ୍ୱାମୀ ଗୁରୁ ପ୍ରସାଦ। ଏହି ଘଟଣା ଭିଆଇବା ପରେ ତାର ଦୁଇ ଛୋଟ ପିଲାଙ୍କୁ ମଧ୍ୟ ମାରିବାକୁ ଉଦ୍ୟମ କରିଥିଲା ଗୁରୁପ୍ରସାଦ। ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଗୁରୁ ପ୍ରସାଦ। ଖବରପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି। ଏହା ସହିତ ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଗିରଫ କରିଛି।
📱 Get Argus News App
✨ଆହୁରି ପଢ଼ନ୍ତୁ:ରାଜଧାନୀରେ ଆତଙ୍କରାଜ; ଗୋଡ଼ାଇ ଗୋଡ଼ାଇ ଖଣ୍ଡା, କଟୁରୀରେ ଯୁବକଙ୍କୁ ହାଣିଲେ
ସେପଟେ ଗାଁରେ ଏଘଟଣା ପରେ ଭୟାବହ ପରିସ୍ଥିତି ଉପୁଜିଛି। ଗ୍ରାମବାସୀ କହୁଛନ୍ତି କି ଆଗରୁ ମଧ୍ୟ ସ୍ୱାମୀ ସ୍ତ୍ରୀ ଏମିତି ଝଗଡା କରନ୍ତି। ପୁଣି ବୁଝାସୁଝା କରାଯାଏ। ହେଲେ ଘଟଣା ଘଟିଥିବା ରାତିରେ କେହି ନଥିଲେ। ସକାଳୁ ସକାଳୁ ଗ୍ରାମବାସୀ ଦେଖିଲେ ଯେ, ଗୁରୁପ୍ରସାଦ ତାଙ୍କ ସ୍ତ୍ରୀଙ୍କୁ ମାରି ଫେରାର ହୋଇଯାଇଛନ୍ତି। ସଙ୍ଗେ ସଙ୍ଗେ ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ। ଗୁରୁପ୍ରସାଦଙ୍କର ବଡ଼ ଝିଅ ପିଇସି ଘରେ ରହି ପାଠ ପଢ଼ୁଥିବାବେଳେ ସମସ୍ତ ବନ୍ଧୁବାନ୍ଧବ ଆସି ପହଞ୍ଚିଥିଲେ। ଆଉ ୩ଟି ଛୁଆ ତାଙ୍କ ପାଖରେ ରହୁଥିଲେ।
ବର୍ତ୍ତମାନ ପୋଲିସ ଗୁରୁପ୍ରସାଦଙ୍କୁ ଗିରଫ କରିଥିବାବେଳେ ପିଲାମାନଙ୍କ ଭବିଷ୍ୟତ କଣ ହେବ ଏବଂ ମା' ନଥିବାବେଳେ କିଏ ସେମାନଙ୍କର ଦେଖାଶୁଣା କରିବ ତାକୁ ନେଇ ଆଲୋଚନା ଜାରି ରହିଛି। ନିଶାଦ୍ରବ୍ୟ ଏଭଳି ଏକ ଜିନିଷ ଏହାକୁ ପିଇବା ଦ୍ୱାରା ମଣିଷ ନିଜର ହିତାହିତଜ୍ଞାନ ଜହେଇବସେ। ଯାହା ଦ୍ୱାରା ଭିନ୍ନ ଭିନ୍ନ ଅପରାଧ କରିବସେ। ଯାହାର ଫଳସ୍ୱରୂପ ଏଭଳି କିଛି ଘଟଣା ସାମ୍ନାକୁ ଆସିଥାଏ।
ଅଧିକ ପଢ଼ନ୍ତୁ ଅପରାଧ ଖବର:
Related Topics
Explore more stories