Videos
|
Odisha

Odisha IAS Reshuffle / IAS ସ୍ତରରେ ବଡ଼ ଅଦଳବଦଳ: ଏକାଧିକ ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

Ritu Das
Browse all articles by Ritu Das
·1 hour ago·1 min read
IAS ସ୍ତରରେ ବଡ଼ ଅଦଳବଦଳ: ଏକାଧିକ ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ
India

Key Points

IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର
ସୂର୍ଯ୍ୟନାରାୟଣ ଦାଶ ପଞ୍ଚାୟତିରାଜ ବିଭାଗର ଯୁଗ୍ମ ସଚିବ

ରାଜ୍ୟ ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ। ଏକାଧିକ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ। ବିଭିନ୍ନ ବିଭାଗରେ ଯୁଗ୍ମ ସଚିବ ସହ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସୂର୍ଯ୍ୟନାରାୟଣ ଦାଶ ପଞ୍ଚାୟତିରାଜ ବିଭାଗର ଯୁଗ୍ମ ସଚିବ। ସୁମିତା ସରକାରଙ୍କୁ ପୂର୍ବପରି S&C କଟକର ଅତିରିକ୍ତ କମିଶନର ଦାୟିତ୍ବ ଦିଆଯାଇଛି। ବଲମାକୁନ୍ଦ ଭୂୟାଁଙ୍କୁ ପୂର୍ବପରି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଦାୟିତ୍ବ ମିଳିଥିବାବେଳେ ସୌଦାମିନୀ ସେଠୀ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ ଅଛନ୍ତି।

ହିମାଂଶୁ ଶେଖର ବେହେରାଙ୍କୁ ଗୃହ ବିଭାଗର ଯୁଗ୍ମ ସଚିବ ଦାୟିତ୍ବ। ସଂଘମିତ୍ରା ଶତପଥୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଯୁଗ୍ମ ସଚିବ। ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ ପୂର୍ବପରି IDCOର CGM ଦାୟିତ୍ବ। ଜ୍ୟୋତିରଞ୍ଜନ ମିଶ୍ର ହେଲେ ଶିଳ୍ପ ବିଭାଗର ଯୁଗ୍ମ ସଚିବ। ଅନୁଜ କୁମାର ଦାସପଟ୍ଟନାୟକ ଯୋଜନା ଓ ସମନ୍ବୟ ବିଭାଗର ଯୁଗ୍ମ ସଚିବ ଦାୟିତ୍ବ ଦିଆଯାଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: