Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅବୈଧ ନିର୍ମାଣ ଉପରେ ଲାଗିବ ରୋକ୍: ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

Sushanta Sahoo
Browse all articles by Sushanta Sahoo
·10 months ago·1 min read
ଅବୈଧ ନିର୍ମାଣ ଉପରେ ଲାଗିବ ରୋକ୍: ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

Key Points

ଅନଧିକୃତ ଓ ଅବୈଧ ନିର୍ମାଣ ଉପରେ ଲାଗିବ ରୋକ୍ । ସୁପ୍ରିମକୋର୍ଟଙ୍କ ଏକ ରାୟକୁ ଆଧାର କରି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି ହୋଇଛି ।

ଭୁବନେଶ୍ଵର: ଚଳିବନି ମନଇଚ୍ଛା ନିର୍ମାଣ । ଅନଧିକୃତ ଓ ଅବୈଧ ନିର୍ମାଣ ଉପରେ ଲାଗିବ ରୋକ୍ । ସୁପ୍ରିମକୋର୍ଟଙ୍କ ଏକ ରାୟକୁ ଆଧାର କରି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି ହୋଇଛି । ଯେଉଁଥିରେ, ଅନୁମୋଦିତ ବିଲ୍ଡିଂ ପ୍ଲାନ୍ ବିନା ନିର୍ମାଣ କାର୍ଯ୍ୟକୁ ରୋକିବାକୁ ନିର୍ଦ୍ଦେଶ ଦିଆଯାଇଛି ।


ଏଣିକି କୋଠାବାଡ଼ି ପ୍ଲାନ୍‌ ଅନୁମୋଦନ ପୂର୍ବରୁ ବିଲ୍ଡର୍ସ କିମ୍ବା ବ୍ୟକ୍ତିଗତଙ୍କଠାରୁ ଅକୁପେସନ ସାର୍ଟିଫିକେଟ୍‌(ଓସି) ଦେବା ସଂକ୍ରାନ୍ତରେ ଅଣ୍ଡରଟେକିଂ ରଖାଯିବା ବାଧ୍ୟତାମୂଳକ ହେବ । ଏହା ସହ ନିର୍ମାଣାଧୀନ ସ୍ଥାନରେ ଅନୁମୋଦିତ ଯୋଜନା ତଥା ନିର୍ମାଣ ନକ୍ସା ବିଲଡର୍ସ ପ୍ରଦର୍ଶନ କରିବେ । ନିର୍ମାଣ ସମାପ୍ତି/ ଅଧିଗ୍ରହଣ ପ୍ରମାଣପତ୍ର କେବଳ ପରିଦର୍ଶନ ପରେ ପ୍ରାଧିକରଣ ଦ୍ୱାରା ଜାରି କରାଯିବ ।


ଯଦି ଏକ୍ଷେତ୍ରରେ କୌଣସି ତ୍ରୁଟି ବିଚ୍ୟୁତି ଦେଖାଯାଏ, ତେବେ ତାହା ସଂଶୋଧନ ନ ହେବା ପର୍ଯ୍ୟନ୍ତ ସମାପ୍ତି/ଅଧିଗ୍ରହଣ ପ୍ରମାଣପତ୍ର ସ୍ଥଗିତ ରହିବ । ଏହି ବିଜ୍ଞପ୍ତି ଅନୁଯାୟୀ, ନିର୍ମାଣ କାର୍ଯ୍ୟ ଓଡ଼ିଶା ଡେଭଲପମେଣ୍ଟ ଅଥରିଟି ଆଇନ୍, ୧୯୮୨ ଏବଂ ଓଡ଼ିଶା ଟାଉନ ପ୍ଲାନିଂ ଓ ଇମ୍ପୁଭମେଣ୍ଟ ଟ୍ରଷ୍ଟ ଆଇନ୍, ୧୯୫୬ ଅନୁଯାୟୀ କଡ଼ାକଡ଼ି ପାଳନ କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହା ସହିତ ନିର୍ମାଣସ୍ଥଳରେ ଅନୁମୋଦିତ ବିଲ୍ଡିଂ ପ୍ଲାନର ନକଲ ପ୍ରଦର୍ଶନ କରିବା, ଅନଧିକୃତ ନିର୍ମାଣ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବିଦ୍ୟୁତ୍‌, ପାଣି ନିଷ୍କାସନ ସଂଯୋଗ କେବଳ 'ଓସି' ପରେ ହିଁ ପ୍ରଦାନ କରାଯିବା ବାଧ୍ୟତାମୂଳକ କରାଯାଇଛି । ଯଦି ଓସି ପରେ ଏହି ସବୁ କ୍ଷେତ୍ରରେ ତ୍ରୁଟି ବିଚ୍ୟୁତି ଦେଖାଯାଏ ତେବେ ନିର୍ମାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ।

Sponsored
Odisha Government Cracks Down on Unauthorized Constructions with New Rules | Argus News | Argus News