Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

CM Mohan Majhi / ଓଡ଼ିଶା ପାଇଁ ବଡ଼ ନିଯୁକ୍ତି ସୁଯୋଗ ଆଣିଲେ ମୁଖ୍ୟମନ୍ତ୍ରୀ, ବାହାରିବ ୫୬ ହଜାର ଚାକିରି

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ଓଡ଼ିଶା ପାଇଁ ବଡ଼ ନିଯୁକ୍ତି ସୁଯୋଗ ଆଣିଲେ ମୁଖ୍ୟମନ୍ତ୍ରୀ, ବାହାରିବ ୫୬ ହଜାର ଚାକିରି
CM Mohan Majhi

Key Points

କମ୍ପାନିଗୁଡ଼ିକ ରାଜ୍ୟରେ ୨୭ ହଜାର ୬୫୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବେ ଓ ୧୫ ହଜାର ୯୦୫ ନିଯୁକ୍ତି ଉପଲବ୍ଧ କରାଇବେ।

ହାଇଦ୍ରାବାଦ ଇନଭେଷ୍ଟର୍ସ ମିଟରେ ଆସିଲା ୬୭ ହଜାର କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ। ଫଳରେ ମୋଟ୍ ୫୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଅଵସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଭାରତ ଅଭିବୃଦ୍ଧିର ଇଞ୍ଜିନ ପାଲଟିବ ଓଡ଼ିଶା। ଇନଭେଷ୍ଟର୍ସ ମିଟରେ ରାଜ୍ୟ ସରକାର ୧୩ଟି MOU ସ୍ବାକ୍ଷର କରିଛନ୍ତି। ଏହି କମ୍ପାନିଗୁଡ଼ିକ ରାଜ୍ୟରେ ୨୭ ହଜାର ୬୫୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବେ ଓ ୧୫ ହଜାର ୯୦୫ ନିଯୁକ୍ତି ଉପଲବ୍ଧ କରାଇବେ।

Image
ଏହାବାଦ ୩୯ ହଜାର ୧୩୧ କୋଟିର ନିବେଶ ପ୍ରସ୍ତାବ ପାଇଛନ୍ତି ସରକାର। ଯାହା ଭିଭିନ୍ନ ପ୍ରକଳ୍ପରେ ପ୍ରାଯ ୪୦ ହଜାର ନିଯୁକ୍ତି ସୃଷ୍ଟି କରିବ। ବିଶେଷ କରି ଫାର୍ମାସିଉଟିକାଲ୍ସ, ମେଡିକାଲ ଉପକରଣ, ରିନୁଏବଲ ଏନର୍ଜି ଉପକରଣ, ଟେକ୍ସଟାଇଲ, ଇଲକଟ୍ରୋନିକ୍ସ, IT ଓ ଡାଟା ସେଣ୍ଟର, ନିର୍ମାଣ ଓ ଆନୁସଙ୍ଗିକ ପ୍ରକଳ୍ପ କ୍ଷେତ୍ରରେ ଏସବୁ ନିବେଶ ପ୍ରସ୍ତାବ ଆସିଛି।

Image
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଫାର୍ମାସ୍ୟୁଟିକାଲ୍, ଜୀବ ବିଜ୍ଞାନ, ଶକ୍ତି, ଧାତବ, ଅଟୋମୋବାଇଲ୍‌ ଓ ବିନିର୍ମାଣ କ୍ଷେତ୍ରକୁ ନେଇ ଆୟୋଜିତ ରାଉଣ୍ଡ୍‌ ଟେବୁଲ୍‌ କାର୍ଯ୍ୟକ୍ରମରେ ଭାଗ ନେଇ ନିବେଶକମାନଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଓ ଶିଳ୍ପମନ୍ତ୍ରୀ ଉଭୟ ମିଳିତ ଭାବେ ନୋଭେଲ୍‌ଟେକ୍‌ ଫିଡ୍‌ସର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସନ୍ଦୀପ କାରଖାନିସ, ଥମ୍ପସନ କମ୍ପ୍ୟୁଟିଂ ଆଣ୍ଡ୍‌ ସେମିକଣ୍ଡକ୍ଟର୍ସର ସିଇଓ ଡକ୍ଟର ଶ୍ରୀନିବାସ, ବିଷ୍ଣୁ କେମିକାଲ୍ସର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସିଦ୍ଧାର୍ଥ ଚେରକୁରି, ଏବିଆଇ ସୋଆଟେକ୍‌ର ଭିପି ହୟାଗ୍ରିବନ ଟିଟି ଓ ନିର୍ଦ୍ଦେଶକ ଆଦିତ୍ୟ ରାମାନୁଜନଙ୍କୁ ଭେଟିଥିଲେ।

Image
ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ନିବେଶକଙ୍କୁ ଓଡ଼ିଶା ମନସ୍କ ହେବାକୁ ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂହ ପୁନିଆ ଉପସ୍ଥିତ ଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Investors’ Meet in Hyderabad: MoUs & investments worth Rs 67,000 crore to create 56k jobs | Argus News