Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜଳୁଛି ଓଡ଼ିଶା : ଆଜି କଟକରେ ୩୭ ଡିଗ୍ରୀ ଛୁଇଁଛି ପାରଦ

Ritu Das
Browse all articles by Ritu Das
·1 year ago·1 min read
ଜଳୁଛି ଓଡ଼ିଶା : ଆଜି କଟକରେ ୩୭ ଡିଗ୍ରୀ ଛୁଇଁଛି ପାରଦ

ଜଳୁଛି ଓଡ଼ିଶା । ଗ୍ରୀଷ୍ମ ପ୍ରବାହରେ ଆକ୍ତାମାକ୍ତା ଟ୍ବିନସିଟିବାସୀ। ଆଜି କଟକରେ ୩୭ ଡିଗ୍ରୀ ଛୁଇଁଛି ପାରଦ। ସେହିପରି ରାଜଧାନୀରେ ୩୬.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୨ ଦିନ ଯାଏ କଲବଲ କରିବ ଖରା । ୨୦ ତାରିଖ ବେଳକୁ ରାଜ୍ୟରେ ତାପମାତ୍ରା କମିବ। ୨ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ଏହାପରେ ଆସନ୍ତା ୨୨ ତାରିଖ ଯାଏଁ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ବିଜୁଳି ଘଡ଼ିଘଡି ବେଳେ ନିରାପଦ ସ୍ଥାନ ଦେଖି ଆଶ୍ରୟ ନେବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର। ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜରୁରୀ କାଳୀନ ପ୍ରସ୍ତୁତି ବୈଠକ କରିଛନ୍ତି।

କେମିତି ହିଟଓ୍ବେଭକୁ ମୁକାବିଲା କରାଯାଇ ପାରିବ ସେଥିପାଇଁ ରଣନୀତି ଚୂଡାନ୍ତ ହୋଇଛି। ତେବେ ୨୦ ତାରିଖ ବେଳକୁ ରାଜ୍ୟରେ ତାପମାତ୍ରା କମିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ୨ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତାପମାତ୍ରା ହ୍ରାସ ସହ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି । ଆଜିଠୁ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ବର୍ଷା ହୋଇପାରେ ବୋଲି ବିଭାଗ ପୂର୍ବାନୁମାନ କରିଛି। ଭଦ୍ରକ, ଯାଜପୁର, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ୩୦ରୁ ୪୦ କିମି ପବନ ବହିବ । ସେହିପରି ୨୦ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
odisha-is-burning-temperature-reaches-37-degrees-in-cuttack-today | Argus News