Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ବିପର୍ଯ୍ୟୟ ପ୍ରବଣ ରାଜ୍ୟରୁ ବାହାରି ଓଡ଼ିଶା ଏବେ ପ୍ରଗତିଶୀଳ'

Satyendu Sekhar Mishra
Browse all articles by Satyendu Sekhar Mishra
·12 months ago·2 min read
'ବିପର୍ଯ୍ୟୟ ପ୍ରବଣ ରାଜ୍ୟରୁ ବାହାରି ଓଡ଼ିଶା ଏବେ ପ୍ରଗତିଶୀଳ'

Key Points

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବରରେ ଆରମ୍ଭ ହୋଇଛି ଜାତୀୟ ସୁଶାସନ ସମ୍ମିଳନୀ।

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୁଶାସନରେ ପ୍ରଶାସକମାନଙ୍କ ଭୂମିକା ଉପରେ ଗୁରୁତ୍ୱ ଦେଇଛନ୍ତି।

ଜାତୀୟ ସୁଶାସନ କର୍ମଶାଳାରେ ଓଡିଶା ମଡେଲ ରଖିଲେ ମୁଖ୍ୟମନ୍ତ୍ରୀ । ମୋହନ ମାଝୀ କହିଲେ, ବିପର୍ଯ୍ୟୟ ପ୍ରବଣ ରାଜ୍ୟରୁ ବାହାରି ଓଡ଼ିଶା ଏବେ ହୋଇଛି ପ୍ରଗତିଶୀଳ । ସୁଶାସନ ପ୍ରତ୍ୟେକ ଲୋକର ଅଧିକାର ଓ ଅଧିକାରୀଙ୍କ କର୍ତ୍ତବ୍ୟ । ଆଗକୁ ଲୋକଙ୍କୁ ସୁଶାସନ ଯୋଗାଇଦେବାକୁ AIର କରାଯିବ ବ୍ୟବହାର ।

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବରରେ ଆରମ୍ଭ ହୋଇଛି ଜାତୀୟ ସୁଶାସନ ସମ୍ମିଳନୀ। ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଓଡ଼ିଶା ସୁଶାସନ ମଡେଲର କଥା କହିଛନ୍ତି। ସାଧାରଣ ଲୋକଙ୍କୁ ଅନଲାଇନରେ ଯୋଗାଇ ଦିଆଯାଉଛି ବିଭିନ୍ନ ମୌଳିକ ସେବା । ଅଟୋମେଟିକ ଲୋକଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ କରାଯାଉଛି । ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ କର୍ମଯୋଗୀ ବୋଲି ଅବସ୍ଥାପିତ କରାଯାଉଛି। ସରକାର ନାଗରିକ କେନ୍ଦ୍ରିକ ଭାବେ କାମ କରୁଛନ୍ତି । ଓଡ଼ିଶାରେ ଏଭଳି ଏକ କର୍ମଶାଳାର ଆୟୋଜନ ପାଇଁ କେନ୍ଦ୍ର ମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୁଶାସନରେ ପ୍ରଶାସକମାନଙ୍କ ଭୂମିକା ଉପରେ ଗୁରୁତ୍ବ ଦେଇଛନ୍ତି। ମୋଦି ସରକାରରେ ବଦଳିଛି କାମ କରିବାର ତରିକା। ପ୍ରଶାସକମାନେ ପରିବାର ଭଳି କାମ କରୁଛନ୍ତି। ବିକଶିତ ଭାରତ ଗଠନ ଦିଗରେ ଯୁବ ଅଫିସର ଖାସ୍ କରି ଜିଲ୍ଲାପାଳମାନଙ୍କର ରହିବ ଗୁରୁତ୍ବପୂର୍ଣ୍ଣ ଭୂମିକା ।

ସୁଶାସନ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପୁରସ୍କୃତ ହୋଇଥିବା ବିଭିନ୍ନ ରାଜ୍ୟର ଅଧିକାରୀ ମାନେ ଏଥିରେ ଯୋଗ ଦେଇଥିଲେ । ପ୍ରଶାସନିକ ବ୍ୟବସ୍ଥାରେ ସଂସ୍କାର ଓ ସୁଶାସନ ନେଇ ଏଥିରେ ବିସ୍ତୃତ ଆଲୋଚନା ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
'Odisha is now progressive after emerging from a disaster-prone state' | Argus News