Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଓଡ଼ିଶା ଏବେ ବିଶ୍ୱବିଦିତ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଓଡ଼ିଶା ଏବେ ବିଶ୍ୱବିଦିତ

Key Points

ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଓଡ଼ିଶା ଏବେ ବିଶ୍ବବିଦିତ'
`ଓଡ଼ିଶାକୁ ଏଭଳି ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ'
`ଏହାକୁ ସୁନ୍ଦର ଭାବେ ଅୟୋଜନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ବି ଧନ୍ୟବାଦ'

ଅର୍ଗସ ବ୍ୟୁରୋ:  ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ପ୍ରବାସୀ ଭାରତୀୟ ସମ୍ମିଳନୀ କେବଳ ପ୍ରବାସୀ ଭାରତୀୟଙ୍କୁ ସେମାନଙ୍କ ମୂଳ ପରିଚୟ ସହ ପରିଚିତ କରାଇବାର ଅବସର ନୁହେଁ, ବରଂ ବିଶ୍ଵ ମାନଚିତ୍ରରେ ଓଡ଼ିଶାକୁ ଏକ ନୂଆ ପରିଚୟ ଦେବାର ଐତିହାସିକ କାର୍ଯ୍ୟକ୍ରମ । ୟୁଏସ, ଓମାନ, କାତାରରୁ ଆସିଥିବା ପ୍ରତିନିଧି ଦଳ ଓ ଭାରତୀୟ ପ୍ରବାସୀଙ୍କ ସହ କରିବା ପରେ ସେ କହିଛନ୍ତି ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜନ ଦ୍ଵାରା ଓଡ଼ିଶା ଆଜି ବିଶ୍ବବିଦିତ ହୋଇପାରିଛି ।

ଧର୍ମେନ୍ଦ୍ର କହିଛନ୍ତି... ଓଡ଼ିଶାର ପରିବେଶ ଓ ଆତିଥେୟତାକୁ ବୈଶିକ ସ୍ତରରେ ସମସ୍ତେ ପସନ୍ଦ କରୁଛନ୍ତି । ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ଐତିହ୍ୟ, ଖାଦ୍ୟପେୟ ଓ ପର୍ଯ୍ୟଟନ ଉପରେ ପ୍ରବାସୀଙ୍କ ସହ ମଧ୍ୟ ଆଲୋଚନା କରିଛି । ଗୁଣାତ୍ମକ ଶିକ୍ଷାର ପରିଚାଳନା, ଜାତୀୟ ଶିକ୍ଷା ନୀତିରେ ଶିଶୁଙ୍କ ପାଇଁ ପ୍ରାରମ୍ଭିକ ଅବସ୍ଥାରେ ଭାରତ ସରକାର ନେଉଥିବା ପଦକ୍ଷେପ, ଶିଶୁଙ୍କ କ୍ରିଟିକାଲ ଥିଙ୍କିଂର ବିକାଶ ଉପରେ ମଧ୍ୟ ପ୍ରବାସୀଙ୍କ ଆଲୋକପାତ କରିଛି'। ଆଉ ପ୍ରବାସୀ ଭାରତୀୟ ସଦସ୍ୟମାନେ, ଭାରତରେ କିଭଳି ଶିକ୍ଷା ବ୍ୟବସ୍ଥାକୁ ମଜଭୂତ୍ କରିବେ ସେ ଦିଗରେ ଉପାଦେୟ ପରାମର୍ଶ ଉପରେ ନିଜ ନିଜର ମତ ରଖିଥିଲେ। ବିକଶିତ ଭାରତରେ ଯୋଗଦାନ ଦେବା ଦିଗରେ ଓଡ଼ିଶାର ବିପୁଳ ସମ୍ଭାବନା ଉପରେ ସେମାନେ ମତ ରଖିଛନ୍ତି ।

ଅନ୍ୟପଟେ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ଦେଖିବାକୁ ମିଳିଛି ଭରପୁର ଓଡ଼ିଶା କ୍ରେଜ୍ । ଓଡ଼ିଆ ସଂସ୍କୃତି ଓ ଖାଦ୍ୟପେୟ ସହ ଆତିଥ୍ୟତାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ବିଶ୍ବର କୋଣ ଅନୁକୋଣରୁ ଆସିଥିବା ଅତିଥି । ଏହି ସମାରୋହ ସେମାନଙ୍କୁ ଏକାଠି ହେବାର ନିଆରା ସୁଯୋଗ ଦେଇଥିବା ବେଳେ, ସେମାନଙ୍କ ଖୁସିକୁ ଦେଖିଲେ ଲାଗୁଛି, ସେମାନେ ଅତିଥି ଭାବେ ନୁହେଁ, ସତେକି ବହୁଦିନ ପରେ ନିଜ ଘରକୁ ଫେରିଛନ୍ତି ଜଣେ ଜଣେ ପରିବାର ସଦସ୍ୟ ଭାବରେ।

ତେବେ ଜନତା ମୈଦାନ ଏବେ ମିନି ଗ୍ଲୋବ୍ ପାଲଟିଯାଇଛି । କିଏ ଆମେରିକାରୁ ଆସିଛି, କିଏ ଆଫ୍ରିକାରୁ । କିଏ ମଧ୍ୟପ୍ରାଚ୍ୟରୁ ଆସିଛି, କିଏ ପାଶ୍ଚାତ୍ୟ ଦେଶରୁ। ନିଜ ମାଟିକୁ ଆସି ଖୁସିରେ ଝୁମୁଛନ୍ତି ପ୍ରବାସୀ। ନାଚଗୀତରେ ମସଗୁଲ୍ ଅଗଣିତ NRI । ସେମାନଙ୍କ ଉତ୍ସାହ ଓ ଉଲ୍ଲାସରେ ଉଠୁଛି ପଡ଼ୁଛି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha is now world-renowned for its diaspora Indian conferences | Argus News