କୋଇଲା ଉତ୍ପାଦନରେ ଦେଶରେ ଓଡ଼ିଶା ଏକ ନମ୍ବର: କୋଇଲା ଏବଂ ଖଣି ମନ୍ତ୍ରୀ ଜି.କିସନ ରେଡ୍ଡୀ

Key Points
କୋଇଲା ଉତ୍ପାଦନରେ ଦେଶରେ ଓଡ଼ିଶା 1 ନଂ
ଲୋକସଭାରେ କୋଇଲା ଏବଂ ଖଣି ମନ୍ତ୍ରୀ ଜି.କିସନ ରେଡ୍ଡୀଙ୍କ ଉତ୍ତର
୨୦୨୪-୨୫ରେ ଓଡ଼ିଶାରେ ୨୬୯.୩୬ ମିଲିଅନ ଟନ କୋଇଲା ଉତ୍ପାଦନ
ଓଡ଼ିଶାରୁ ଯୋଗାଣ ହୋଇଛି ୨୫୪.୬୩ ମିଲିଅନ ଟନ କୋଇଲା
କୋଇଲା ଉତ୍ପାଦନରେ ଦେଶରେ ଓଡ଼ିଶା ଏକ ନମ୍ବର । ଲୋକସଭା ରେ ଏଭଳି ଉତ୍ତର ରଖିଛନ୍ତି କୋଇଲା ଏବଂ ଖଣି ମନ୍ତ୍ରୀ ଜି.କିସନ ରେଡ଼ି । ସେ କହିଛନ୍ତି, କୋଇଲା ଉତ୍ପାଦନ ହେଉଥିବା ରାଜ୍ୟ ମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ କୋଇଲା ଓଡ଼ିଶାରୁ ହେଉଛି ଉତ୍ପାଦନ । ୨୦୨୪-୨୫ ମସିହାରେ ଓଡ଼ିଶାର ବିଭିନ୍ନ କୋଇଲା ଖଣିରୁ ୨୬୯.୩୬ ମିଲିଅନ ଟନ କୋଇଲା ଉତ୍ପାଦନ ହୋଇଥିବା ବେଳେ ବାହାର ଦେଶ ଓ ରାଜ୍ୟକୁ ଓଡ଼ିଶାରୁ ଯୋଗାଣ ହୋଇଛି ୨୫୪.୬୩ ମିଳିଅନ ଟନ । ଗତ ତିନି ବର୍ଷ ହେବ କୌଣସି ପାୱାର ପ୍ଲାଣ୍ଟ ରେ କୋଇଲାର ଅଭାବ ଦେଖା ଯାଇନାହିଁ ।
ଓଡ଼ିଶାରୁ ଅଧିକ କୋଇଲା ଉତ୍ପାଦନ ହେବା ଦେଶ ପାଇଁ ଲାଭ ଦାୟକ ସାବ୍ୟସ୍ତ ହୋଇଛି । ବାହାରୁ ହେଉଥିବା କୋଇଲା ଆମଦାନୀ ୨୦୨୪-୨୫ ରେ ଯଥେଷ୍ଟ କମିଛି । ୨୦୨୩-୨୪ ରେ ବାହାରୁ ଭାରତକୁ ୨୬୪.୫୩ ମିଲିଅନ ଟନ କୋଇଲା ଆମଦାନୀ ହୋଇଥିବା ବେଳେ ୨୦୨୪-୨୫ ରେ ଏହା କମି ୨୪୩.୬୨ ମିଳିଅନ ଟନ କୁ ଖସି ଆସିଛି । ଯାହାଦ୍ୱାରା ୨୦୨୩-୨୪ ତୁଳନାରେ ୨୦୨୪-୨୫ ରେ ଦେଶର ୬୦,୬୮୧.୬୭ କୋଟି ଟଙ୍କାର ବୈଦେଶିକ ମୁଦ୍ରା ସଞ୍ଚୟ ହୋଇପାରିଛି ।