Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଋଷିକୁଲ୍ୟା ମୁହାଣରେ ନିର୍ମାଣ ହେବ କଇଁଛ ଗବେଷଣା କେନ୍ଦ୍ର

Odisha

ଋଷିକୁଲ୍ୟା ମୁହାଣରେ ନିର୍ମାଣ ହେବ କଇଁଛ ଗବେଷଣା କେନ୍ଦ୍ର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଋଷିକୁଲ୍ୟା ମୁହାଣରେ ନିର୍ମାଣ ହେବ କଇଁଛ ଗବେଷଣା କେନ୍ଦ୍ର

ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣରେ ନିର୍ମାଣ ହେବ କଇଁଛ ଗବେଷଣା କେନ୍ଦ୍ର। ପ୍ରକୃତିର ବିରଳ ଅଲିଭରିଡଲେ କଇଁଛଙ୍କ ଉପରେ କରାଯିବ ଗବେଷଣା । ବିରଳ ଅଲିଭ ରିଡଲେଙ୍କ ଜନ୍ମ ଠାରୁ ବିକାଶ ପର୍ଯ୍ୟନ୍ତ ସବୁ ତଥ୍ୟ ବିଷୟରେ ଜାଣିବେ ପର୍ଯ୍ୟଟକ । ଉପକୃତ ହେବେ ଛାତ୍ର ଛାତ୍ରୀ। କଇଁଛ ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଋଷିକୁଲ୍ୟା ମୁହାଣ ନିକଟସ୍ଥ ପୁରୁଣାବନ୍ଧରେ ଜାଗା ଚିହ୍ନଟ କରାଯାଇଛି । ଖୁବଶୀଘ୍ର ପରବର୍ତ୍ତୀ କାର୍ଯ୍ୟ ଆରମ୍ଭ ହେବ। ଜମି ହସ୍ତାନ୍ତର ପରେ ଡିପିଆର୍ ଓ ନକ୍ସା ପ୍ରସ୍ତୁତ କରାଯିବ ।


ଓଡ଼ିଶାରେରେ ଏହା ପ୍ରଥମ କଇଁଛ ଗବେଷଣା କେନ୍ଦ୍ର। ପ୍ରତିବର୍ଷ ଋଷିକୁଲ୍ୟା ମୁହାଣ ସଂଲଗ୍ନ ବାଲୁକାଶଯ୍ୟାରେ ଲକ୍ଷାଧିକ କଇଁଛ ଅଣ୍ଡାଦାନ କରିଥାନ୍ତି। ଏଥିପାଇଁ ଏହି ମୁହାଣ ନିକଟରେ ଏକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଜନସାଧାରଣଙ୍କୁ ଅଲିଭରିଡଲେଙ୍କ ଉପରେ ସୂଚନା ପ୍ରଦାନ ପାଇଁ ଏକ ସୂଚନା କେନ୍ଦ୍ର ପ୍ରତିଷ୍ଠା ହେବ । ପର୍ଯ୍ୟଟକଙ୍କ ନିମନ୍ତେ ସଂଗ୍ରହାଳୟ କରାଯିବ ବୋଲି ପ୍ରସ୍ତାବ ରହିଛି ।

ବିଭିନ୍ନ ସମୟରେ ଅଲିଭରିଡଲେ ଟ୍ରଲର୍ କିମ୍ବା ଡଙ୍ଗାରେ ମାଡ଼ ହୋଇ ଆହତ ହାଇଥାନ୍ତି। ଆହତ କଇଁଛଙ୍କ ଚିକିତ୍ସା ପାଇଁ ମଧ୍ୟ କେନ୍ଦ୍ରରେ ସୁବିଧା କରାଯିବ। ଗବେଷଣା ସହିତ କଇଁଛଙ୍କ ସଂରକ୍ଷଣ ଦିଗରେ ଏହି କେନ୍ଦ୍ରରେ କାମ କରା‌ଯିବ । ଏହି କେନ୍ଦ୍ର ଅନ୍ତର୍ଜାତୀୟ ପ୍ରତିଷ୍ଠାନର ଗବେଷକଙ୍କ ନିମନ୍ତେ ବେଶ୍ ଉପଯୋଗୀ ହେବ । ଋଷିକୁଲ୍ୟା ମୁହାଣକୁ ଅନ୍ୟ କେଉଁ ପ୍ରଜାତିର କଇଁଛ ଆସୁଛନ୍ତି ତା' ଉପରେ ମଧ୍ୟ ତଥ୍ୟ ମିଳିପାରିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
odisha-is-planning-to-establish-a-turtle-research-center-at-purunabandh-near-the-rushikulya-river-mouth-in-ganjam-district | Argus News