Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିଆଁ ଲାଗିବାରେ ତେଲେଙ୍ଗାନା ପରେ ଓଡିଶା ଦ୍ଵିତୀୟ

Rashmita Mishra
Browse all articles by Rashmita Mishra
·1 year ago·2 min read
ନିଆଁ ଲାଗିବାରେ ତେଲେଙ୍ଗାନା ପରେ ଓଡିଶା ଦ୍ଵିତୀୟ

Key Points

ଗ୍ରୀଷ୍ମ ଆରମ୍ଭ ରୁ ଜଳିଲାଣି ଜଙ୍ଗଲ
ଏବେ ଠୁ ଏତେ ଆଗକୁ କେତେ ?
ନିଆଁ ଲାଗିବାରେ ତେଲେଙ୍ଗାନା ପରେ ଦ୍ବିତୀୟ ରେ ଓଡିଶା
ନିଆଁ କୁ ଆୟତ୍ତ କରିବାକୁ ନାକେଦମ ବନ କର୍ମଚାରୀ
ଜଙ୍ଗଲ ମନ୍ତ୍ରୀ କହିଲେ, ଡ୍ରୋନ କ୍ୟାମେରା ଲଗାଇ ଆଲର୍ଟ ଅଛୁ

ମୟୁରଭଞ୍ଜ ରୁ କୋରାପୁଟ, ନୂଆପଡା ରୁ ବଲାଙ୍ଗିର। ସବୁଠି ଜଳୁଛି ଜଙ୍ଗଲ । ଖରା ସାଙ୍ଗ କୁ ପବନ ଯେମିତି ନିଆଁର ତାଉ କୁ ଅଧିକ ବଢ଼ାଉଛି। ଉଦଳା ଟଣକାସାହି ସଂରକ୍ଷିତ ଜଙ୍ଗଲର ନିଆଁ ରେ ଜଳି ଯାଉଛି ବଡ ବଡ ଗଛ। ସେହିପରି ତାତି ର ସହର ଟିଟିଲାଗଡରେ ବିପଦରେ ଜଙ୍ଗଲ। ନିଆଁ ଲାଗି ଜଳି ଗଲାଣି ସଇଁନ୍ତଳା ଅଂଚଳର ୧୦୦ ହେକ୍ଟରରୁ ଅଧିକ ଜଙ୍ଗଲ । ନୂଆପଡା, ନବରଙ୍ଗପୁର, କୋରାପୁଟ, ଖୋର୍ଦ୍ଧା ଭଳି ଜିଲ୍ଲାର ଛୋଟ ବଡ ଜଙ୍ଗଲ ଏବେ ବି ଜଳୁଛି। ବନ କର୍ମଚାରୀଙ୍କ ସହ ଅଗ୍ନୀଶମ ବିଭାଗ ନିଆଁ ଲିଭାଇବାକୁ ନାକେଦମ। ନିଆଁର ତାତି ରେ ଅସ୍ତବ୍ୟସ୍ତ ଜନ ଜତି।

ରାଜ୍ୟ ସରକାର ଙ୍କ ତଥ୍ୟ କହୁଛି ଚଳିତ ବର୍ଷ ଜାନୁୟାରୀ ୧ ରୁ ମାର୍ଚ୍ଚ ୮ ମଧ୍ୟରେ ୯ ହଜାର ୩୦୦ ପଏଣ୍ଟରେ ଜଙ୍ଗଲ ନିଆଁ ଲାଗି ସାରିଲାଣି। ଯେଉଁଥିରେ ନଷ୍ଟ ହୋଇସାରିଲାଣି ୨୧୬୫ ହେକ୍ଟର ଜଙ୍ଗଲ। ଆଜି ବି ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାର 310 ପଏଣ୍ଟରେ ନିଆଁ ଲାଗିଛି। ଜଙ୍ଗଲ ମନ୍ତ୍ରୀଙ୍କ କହିବା କଥା ହେଲା ଘଞ୍ଚ ଜଙ୍ଗଲରେ ସ୍ୱାର୍ଡ ଜଗିରହିଛନ୍ତି। ଡ୍ରୋନ କ୍ୟାମେରା ଜରିଆରେ ଜଙ୍ଗଲ ନିଆଁ ଉପରେ ନଜର ରଖାଯାଇଛି। ଚଳିତ ବର୍ଷରୁ ନିଆଁ ଲିଭା କାର୍ଯ୍ୟରେ ଗାଁ ଲୋକଙ୍କୁ ନିୟୋଜିତ କରାଯିବ ।

ମହୁଲ ସଂଗ୍ରହ ପାଇଁ ଜଙ୍ଗଲରେ ଜାଣିଶୁଣି ନିଆଁ ଲଗା ଯାଉଥିବା ବେଳେ ପ୍ରତିବର୍ଷ ମେ ରେ ଜଙ୍ଗଲରେ ନିଆଁ ସବୁଠୁ ଅଧିକ ଥାଏ। ଏବେ ମାର୍ଚ୍ଚ ଆରମ୍ଭ ରୁ ଏଭଳି ସ୍ଥିତି ବନ ବିଭାଗର ଚିନ୍ତା ବଢ଼ାଇଛି ।
     

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
odisha-is-second-after-telangana-in-number-of-fires | Argus News