ଲକ୍ଷପତି ଦିଦି’ ସୃଷ୍ଟିରେ ସାରା ଦେଶରେ ପ୍ରଥମ ଓଡିଶା

Key Points
ଓଡ଼ିଶାକୁ ୧୮ ହଜାର ୬୫୩ କୋଟି ଟଙ୍କାର ୧୦୫ଟି ପ୍ରକଳ୍ପ ଭେଟି
୬୦ ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪୫ ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ମୋଦି
କୃଷି, ଜଳସେଚନ ଓ ପାନୀୟ ଜଳ କ୍ଷେତ୍ରରେ ୨୧ଟି ପ୍ରକଳ୍ପ
ଖର୍ଚ୍ଚ ହେବ ୨ହଜାର ୬୯୬ କୋଟି ଟଙ୍କା
୪୦ହଜାର ହେକ୍ଟର ଜମି ଜଳସେଚିତ ହେବ
ଡବଲ ଇଞ୍ଜିନ ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାକୁ ୧୮ ହଜାର ୬୫୩ କୋଟି ଟଙ୍କାର ୧୦୫ଟି ପ୍ରକଳ୍ପ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସେଥିମଧ୍ୟରେ ୬୦ ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪୫ ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ମୋଦି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି
କୃଷି, ଜଳସେଚନ ଓ ପାନୀୟ ଜଳ କ୍ଷେତ୍ରରେ ୨୧ଟି ପ୍ରକଳ୍ପ। ଏଥିପାଇଁ ଖର୍ଚ୍ଚ ହେବ ୨ହଜାର ୬୯୬ କୋଟି ଟଙ୍କା। ଏହା ଅନ୍ତର୍ଗତ ୪୦ହଜାର ହେକ୍ଟର ଜମି ଜଳସେଚିତ ହେବ ଏବଂ ୨ଲକ୍ଷ ଚାଷୀ ଉପକୃତ ହୋଇପାରିବେ। ପାନୀୟ ଜଳ ପ୍ରକଳ୍ପ ଦ୍ବାରା ୬.୭ ଲକ୍ଷ ଲୋକଙ୍କୁ ମିଳିପାରିବ ବିଶୁଦ୍ଧ ପାନୀୟ ଜଳ।
ଗ୍ରୀଡ ଓ ସବଷ୍ଟେସନଗୁଡ଼ିକର ବିକାଶ ପାଇଁ ୨୩ଟି ପ୍ରକଳ୍ପ ଅନ୍ତର୍ଗତ ଖର୍ଚ୍ଚ ହେବ ୮ ହଜାର ୮୪ କୋଟି ଟଙ୍କା। ଏହା ଦ୍ବାରା ଶକ୍ତି କ୍ଷେତ୍ରରେ ଅଧିକ ଆତ୍ମନିର୍ଭର ବନିବ ଓଡ଼ିଶା।
୨୨ ଟି ସଡ଼କ ଓ ସେତୁ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୧ ହଜାର ୬୧୬ କୋଟି ଟଙ୍କା। ଏହା ଅନ୍ତର୍ଗତ ୩୪୪ କିଲୋମିଟର ରାସ୍ତା ଓ ୫୮ଟି ସେତୁ ନିର୍ମାଣ ହେବ
ସହରାଞ୍ଚଳ ବିକାଶ ପାଇଁ ୨୫ଟି ପ୍ରକଳ୍ପରେ ଖର୍ଚ୍ଚ ହେବ ୧ହଜାର ୮୫୯ କୋଟି ଟଙ୍କା । ଏଥିରେ ୧୦୦ଟି ଇ-ବସ୍ ଚଳାଚଳର ଶୁଭାରମ୍ଭ ସହ ୭ ଟି ଜିଲ୍ଲାରେ ସ୍ବରେଜ୍ ନିର୍ମାଣ ରହିଛି ସାମିଲ।
୨୭୫୬ କୋଟି ଟଙ୍କା ବ୍ୟୟରେ ଓଡ଼ିଶାକୁ ୭ଟି ରେଳ ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହ ଦେଶର ରେଳ ମାନଚିତ୍ରରେ ଯୋଡ଼ି ହୋଇଛି ବୌଦ୍ଧ ଜିଲ୍ଲା। ଏହି ରେଳ ପ୍ରକଳ୍ପ ଗୁଡ଼ିକ ଯୋଗୁଁ ୫ ଲକ୍ଷରୁ ଅଧିକ ଲୋକ ରେଳପଥରେ ଯୋଡ଼ିହେବେ। ଓଡ଼ିଶାକୁ ୧ହଜାର ୪୩୨ କୋଟି ଟଙ୍କା ବ୍ୟୟରେ ୪ ଟି ଜାତୀୟ ରାଜପଥ ପ୍ରକଳ୍ପ ଉପହାର ହେଇଛନ୍ତି ମୋଦି।
ଏସମସ୍ତ ପ୍ରକଳ୍ପ ବାଦ ଓଡ଼ିଶାରେ ଆୟୁଷ୍ମାନ ବୟୋବନ୍ଦନ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ୫ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ବୟୋବନ୍ଦନ କାର୍ଡ ବାଣ୍ଟିଥିଲେ ପିଏମ୍। ସେହିପରି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ପୁସ୍ତିକା ମଧ୍ୟ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ।
ଓଡ଼ିଶାର ବରପୁତ୍ରମାନଙ୍କର ଜନ୍ମସ୍ଥଳୀଗୁଡ଼ିକୁ ସ୍ମୃତିପୀଠ ଓ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ଲାଗି ବରପୁତ୍ର ଐତିହ୍ୟ ଆଦର୍ଶ ଗ୍ରାମ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥିପାଇଁ ଖର୍ଚ୍ଚ ହେବ ୧୫ କୋଟି ଟଙ୍କା ।