Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦର୍ଶକଙ୍କ ମନ ଛୁଇଁଲେ ଜାପାନୀ କଳାକାର

Smruti Parija
Browse all articles by Smruti Parija
·1 year ago·2 min read
ଦର୍ଶକଙ୍କ ମନ ଛୁଇଁଲେ ଜାପାନୀ କଳାକାର

ପୁରୀ: ପୁରୀରେ ଜାପାନର ପ୍ରସିଦ୍ଧ କଳାକାର । ଜାପାନୀ କଳାକାରମାନେ ପୁରୀରେ ଦେଖାଇଛନ୍ତି ସେମାନଙ୍କ ଝଲକ । ଇଣ୍ଡିଆ-ଜାପାନ୍ ଫ୍ରେଣ୍ଡସିପ୍ ସେଣ୍ଟର ପକ୍ଷରୁ ତାଳବଣିଆ ଠାରେ ଅନୁଷ୍ଠିତ ହୋଇଯାଇଛି ଓଡ଼ିଶା-ଜାପାନ୍ ୨୦୨୫ ମହୋତ୍ସବ । ଜାପାନୀ କଳାକାରମାନେ କେତେବେଳେ ଓଡ଼ିଆଣୀ ବେଶରେ ମଞ୍ଚର ଶୋଭା ବଢାଉଥିଲେ ତ କେତେବେଳେ ବଲିଉଡ ସଙ୍ଗୀତକୁ ବାଦ୍ୟଯନ୍ତ୍ର ମାଧ୍ୟମରେ ଅତି ସୁନ୍ଦର ଭାବେ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ଚକିତ କରିଥିଲେ ।


ତେବେ ଓଡ଼ିଶା-ଜାପାନ୍ ୨୦୨୫ର ଏହି ମହୋତ୍ସବରେ ଉତ୍କଳୀୟ ଓ ଜାପାନ୍ ସଂସ୍କୃତି ପରମ୍ପରାର ମଧୁର ମିଶ୍ରଣ ସୃଷ୍ଟି ହୋଇଥିଲା । ମଞ୍ଚରେ ଦୁଇ ପୃଥକ ପୃଥକ ଦେଶର କଳାକାର ଓ ନାଗରିକମାନେ ଏକାଠି ହୋଇ ଭାବ ବିନିମୟ କରିଥିଲେ । ସେହିପରି ଜାପାନର ପାରମ୍ପରିକ ଲାଇଟ୍, ରଙ୍ଗବେରଙ୍ଗର କାଗଜ ତୋରଣ ସହ ବାଉଁଶ କାଠି ଦ୍ବାରା ନିର୍ମିତ ଜାପାନୀଜ୍ ଷ୍ଟାଇଲ୍ ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ପାଲଟିଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ଓଡ଼ିଶାର ବିଶିଷ୍ଟ ନୃତ୍ୟଶିଳ୍ପୀ ରୋଜାଲିନ ମହାନ୍ତି, କଣ୍ଠଶିଳ୍ପୀ ବିଶ୍ବ ବନ୍ଧୁ ଦାସ, ସୁଶ୍ରୀ ଦିବ୍ୟଜ୍ୟୋତି ନନ୍ଦ, ଶିବଶୁନ୍ଦର ମିଶ୍ର ଓ ଶାଶ୍ବତୀ ଦାସ ପ୍ରମୁଖ ଏହି ମଞ୍ଚରେ ଓଡ଼ିଶୀ, ଓଡ଼ିଶାର କଳା, ଲୋକନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ। ତେବେ ଓଡ଼ିଶା-ଜାପାନ୍ ମହୋତ୍ସବକୁ ନେଇ ଉଭୟ ଜାପାନ ଓ ଓଡ଼ିଶା କଳାକାର ବେଶ୍ ଖୁସି ଥିବା କହିଛନ୍ତି। ଏହି ନିଆରା କାର୍ଯ୍ୟକ୍ରମ ଦ୍ବାରା ଓଡ଼ିଶା ଜାପାନ୍ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ମଜବୁତ୍ ହେବା ସହ ଓଡ଼ିଶା ଜାପାନର ବନ୍ଧୁତା ଦୃଢ଼ ହେବ ବୋଲି କହିଛନ୍ତି ଇଣ୍ଡିଆ-ଜାପାନ୍ ଫ୍ରେଣ୍ଡସିପ୍ ସେଣ୍ଟର ସଭାପତି ଶ୍ରୀମନ୍ତ ଦାସ। ତେବେ ଓଡ଼ିଶା-ଜାପାନ୍ ମହୋତ୍ସବ ୨୦୨୫ ର ମୁଖ୍ୟ ଆକର୍ଷଣ ଥିଲା ଜାପାନର ଡ୍ରମ୍ ବାଦକ ନାଚୋସ ମୀୟାହାରା, ରୀକା ନାକାନା, କାନ ମିଜୁଅଛୁ, ଏଇକା ଓନା, ରାମ ତାମାକି, ଆକିଏ, ରୀକା ୟାନା, ମାମିକା ସିବୁକି।


ଜାପାନର ଏହି ପ୍ରଖ୍ୟାତ କଳାକାର ମାନେ ଭାରତୀୟ ସଂଗୀତକୁ ବାଦ୍ୟ ମୂର୍ଚ୍ଛନାରେ ପରିବେଷଣ କରିଥିଲେ। ଏହି ମହୋତ୍ସବରେ ଜାପାନର ଏକ ଖାଦ୍ୟ ମେଳାର ମାହୋଲ ସୃଷ୍ଟି କରିଥିବା ବେଳେ ଏହି ଖାଦ୍ୟ ଖାଇ ସ୍ଥାନୀୟ ବାସିନ୍ଦା, ଦର୍ଶକ ଓ ଅତିଥି ମାନେ ବେଶ୍ ମଜା ଉଠାଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନୀଳମାଧବ ଭୋଇଙ୍କ ସହ ଉପଜିଲ୍ଲାପାଳ, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିଥିଲେ।


Sponsored
odisha-japan-2025-mahostav | Argus News