Videos
|
Odisha

ଯାତ୍ରା ବିବାଦକୁ ନେଇ ଏମିତି କହିଲେ ପାର୍ବତୀ ମ୍ୟାନେଜର

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଯାତ୍ରା ବିବାଦକୁ ନେଇ ଏମିତି କହିଲେ ପାର୍ବତୀ ମ୍ୟାନେଜର

ରାଜଧାନୀ ଅପେରା ଏବଂ ପାର୍ବତୀ ଗଣନାଟ୍ୟ ମାଲିକ ପବିତ୍ର ପାତ୍ର ଓ କଳାକାର ସଂଘ ଉପଦେଷ୍ଟା ବାପି ପଣ୍ଡାଙ୍କୁ ନେଇ ଚାଲିଥିବା ବିବାଦ ଥମିବାର ନାଁ ନେଉନି। ଏହାରି ଭିତରେ ବାପି ପଣ୍ଡାଙ୍କୁ ଯାତ୍ରା କରାଇ ନଦେବାକୁ ଚ୍ୟାଲେଞ୍ଜ ଦେଇଥିବା ପାର୍ବତୀ ଓ ରାଜଧାନୀ ଅପେରାର ମ୍ୟାନେଜର ଜଗତ ଜୀବନ ପଣ୍ଡା ଆଜି ଟିକେ ନରମ ଭାବ ଦେଖାଇଛନ୍ତି। ବିବାଦରେ ଯବନିକା ପକାଇବାକୁ ସେ ଆହ୍ବାନ ଦେଇଛନ୍ତି।


ଗତ ଦୁଇଦିନ ତଳେ ବାପି ପଣ୍ଡା କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ଜଗତ ଜୀବନ। ତାନହେଲେ ବାପି ପଣ୍ଡାଙ୍କୁ ମଞ୍ଚ ଚଢାଇ ଦିଆଯିବ ନାହିଁ ବୋଲି କରିଥିଲେ ଖୋଲାଖୋଲି ଚ୍ୟାଲେଞ୍ଜ। ହେଲେ ଆଜି ମତ ବଦଳାଇଛନ୍ତି ଜଗତ ଜୀବନ ପଣ୍ଡା। ଖୁବ୍ ଶୀଘ୍ର ମାଲିକ ଓ କଳାକାରଙ୍କ ବିବାଦ ସମାଧାନ ହେବ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି। ସେ କହିଛନ୍ତି ବିବାଦକୁ ନେଇ କଳାକାର ଓ ମାଲିକ ଅତିଷ୍ଠ ହୋଇ ଗଲେଣି। ଯାହା ହେଇ ଯାଇଛି ହେଇ ଯାଇଛି। ଏହି ବିବାଦ ପାଇଁ କିଛି କଳାକାର ବଳି ପଡିଯିବେ। ଏହା କଳାକାରଙ୍କ ପେଟପାଟଣା କଥା ହୋଇଥିବାରୁ ଏହି ବିବାଦ ବନ୍ଦ କରିବାକୁ ସେ ଅପିଲ୍ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ଜଗତସିଂହପୁର ଜିଲ୍ଲା ଉତ୍ତର ଶାସନ ଠାରେ ପାର୍ବତୀ ଗଣନାଟ୍ୟର କଳାକାର ଓ କର୍ମଚାରୀଙ୍କ ପ୍ରତିବାଦ ଦେଖିବାକୁ ମିଳିଛି। ମାଲିକ ଦରମା ବାକି ରଖିଥିବା ଅଭିଯୋଗ ଆଣିଛନ୍ତି କିଛି କଳାକାର। ଅପରପକ୍ଷେ ଯାତ୍ରା କମିଟି ସଂଘ ସମ୍ପାଦକଙ୍କ କହିବା କଥା ବିବାଦ ପାଇଁ ଲୋକ ଆଉ ଯାତ୍ରା ଦେଖିବାକୁ ଆସିବାକୁ ପସନ୍ଦ କର ନାହାନ୍ତି। ଏକଚାଟିଆ କାରବାର ଛାଡି ଯାତ୍ରା ମାଲିକ ସଂଘ ଏହାର ତୁରନ୍ତ ସମାଧାନ କରୁ ବୋଲି ସେ କହିଛନ୍ତି।

Odisha Jatra artist and owner controversy | Argus News