Videos
|
Odisha

ପୁଣି ନିଆଁରେ ଘିଅ ଢାଳିଲେ ପାର୍ବତୀ ମ୍ୟାନେଜର

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ପୁଣି ନିଆଁରେ ଘିଅ ଢାଳିଲେ ପାର୍ବତୀ ମ୍ୟାନେଜର

ଯାତ୍ରା ଅଭିନେତା ତଥା ଯାତ୍ରା କଳାକାର ସଂଘ ଉପଦେଷ୍ଟା ବାପି ପଣ୍ଡା ମାଗଲେ ସୁରକ୍ଷା। ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ମାଗିଛନ୍ତି ବାପି ପଣ୍ଡା। ସେପଟେ ସୋମବାର ପାର୍ବତୀ ଗଣନାଟ୍ୟ ଓ ରାଜଧାନୀ ଅପେରାର ମ୍ୟାନେଜର ଜଗତ ଜୀବନ ପଣ୍ଡା ପୁଣି ବାପି ପଣ୍ଡାଙ୍କ ବିରୋଦ୍ଧରେ ରଣ ହୁଙ୍କାର ଦେଇଛନ୍ତି।


ସେ କହିଛନ୍ତି ଗଣମାଧ୍ୟମକୁ ଆସିବୁ ନାହିଁ ହେଲେ ଶୀତଳ ଯୁଦ୍ଧ ଚାଲିବ। ସେ କହିଛନ୍ତି ମୁଁ ଚାହୁଁଥିଲି ସମାଧାନ କରିବା ପାଇଁ, ମୁଁ ସ୍ବର ନରମି ଥିଲି, କିନ୍ତୁ ମୋ ଉପରେ ଯେଉଁ ମିଥ୍ୟା ଆରୋପ ଲଗାଯାଇଛି ଏଥିପାଇଁ ବାପି ପଣ୍ଡା ଆଉ ମୋ ଭିତରେ ଶୀତଳ ଯୁଦ୍ଧ ଆରମ୍ଭ ହେଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯାତ୍ରାରେ ଏବେ ଚାଲିଛି ବୟକଟ୍ ଟ୍ରେଣ୍ଡ। ପ୍ରଥମେ ନରି ଓ ପ୍ରତାପଙ୍କୁ ମାଲିକ ସଂଘ ବ୍ୟାନ୍ କରିଥିଲା। ଯାହାକୁ ବିରୋଧ କରିଥିଲେ ବାପି ପଣ୍ଡା। ଏକ ଗଣମାଧ୍ୟମ ବିତର୍କରେ ରାଜଧାନୀ ଅପେରା ମାଲିକ ପବିତ୍ର ପାତ୍ର ଓ ବାପି ପଣ୍ଡାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଯେଉଁ ଘଟଣାରେ ବାପି ପଣ୍ଡା କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ଜଗତ ଜୀବନ। ତାନହେଲେ ବାପି ପଣ୍ଡାଙ୍କୁ ମଞ୍ଚ ଚଢାଇ ଦିଆଯିବ ନାହିଁ ବୋଲି କରିଥିଲେ ଖୋଲାଖୋଲି ଚ୍ୟାଲେଞ୍ଜ।


ବିବାଦ ଅଧିକ ଘନେଇବାରୁ ଗତକାଲି ଜବତ ଜୀବନ ପଣ୍ଡା ଗଣମାଧ୍ୟମରେ ମାମଲାର ସମାଧାନ ପାଇଁ ଆହ୍ବାନ ଦେଇଥିଲେ। କହିଥିଲେ ଖୁବ୍ ଶୀଘ୍ର ମାଲିକ ଓ କଳାକାରଙ୍କ ବିବାଦ ସମାଧାନ ହେବ । ବିବାଦକୁ ନେଇ କଳାକାର ଓ ମାଲିକ ଅତିଷ୍ଠ ହୋଇ ଗଲେଣି। ଯାହା ହେଇ ଯାଇଛି ହେଇ ଯାଇଛି। ଏହି ବିବାଦ ପାଇଁ କିଛି କଳାକାର ବଳି ପଡିଯିବେ। ଏହା କଳାକାରଙ୍କ ପେଟପାଟଣା କଥା ହୋଇଥିବାରୁ ଏହି ବିବାଦ ବନ୍ଦ କରିବାକୁ ସେ ଅପିଲ୍ କରିଥିଲେ। ହେଲେ ଆଜି କହିଛନ୍ତି ଶୀତଳ ଯୁଦ୍ଧ ଜାରି ରହିବ।




Odisha Jatra Artist Association and Owners Association Dispute | Argus News