Weather Update / ଗତ ୩ ଦିନ ଧରି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି ରାଜ୍ୟର ସବୁଠାରୁ ଥଣ୍ଡା ସହର
·10 months ago·2 min read

Key Points
ଜାଡ଼ରେ ଥରୁଛି କନ୍ଧମାଳ ଜିଲ୍ଲା। ସାରା ରାଜ୍ୟରେ ଶୀତ ଲହରି ଜାରି ରହିଥିବା ବେଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ମଧ୍ୟ ହାଡ଼ ଭଙ୍ଗା ଶୀତ ହେଉଛି।
ଜାଡ଼ରେ ଥରୁଛି କନ୍ଧମାଳ ଜିଲ୍ଲା। ସାରା ରାଜ୍ୟରେ ଶୀତ ଲହରି ଜାରି ରହିଥିବା ବେଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ମଧ୍ୟ ହାଡ଼ ଭଙ୍ଗା ଶୀତ ହେଉଛି। ଗତ ୩ ଦିନ ଧରି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି ରାଜ୍ୟର ସବୁଠାରୁ ଥଣ୍ଡା ସହର ରହିଛି।
ଏହାସହ ପଢ଼ନ୍ତୁ: ସହର ଗୁଡ଼ିକ ଘନ କୁହୁଡ଼ିର ଧଳା ଚାଦରରେ ଘୋଡ଼େଇ ରହିଛି
ଗତକାଲି ଦାରିଙ୍ଗବାଡ଼ିର ତାପମାତ୍ରା ୮.୫ ଡିଗ୍ରୀ ରହିଥିଲା ବେଳେ ଆଜି ଆଉ ୧ଡିଗ୍ରୀ ହ୍ରାସ ପାଇ ଗୁରବାର ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରୀକୁ ଖସି ଆସିଛି। ଯାହାକି ରାଜ୍ୟର ସର୍ବନିମ୍ନ ତାପମାତ୍ରା ସେହିଭଳି ଜି. ଉଦୟଗିରିରେ ୭.୬ ଡିଗ୍ରୀ ଓ ଫୁଲବାଣୀ ରେ ୮.୫ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଗତ ୬ ତାରିଖରେ ଦାରିଙ୍ଗବାଡ଼ି ତାପମାତ୍ରା ୧୫ ଡିଗ୍ରୀ ରହିଥିବା ବେଳେ ଗତ ୬ଦିନ ମଧ୍ୟରେ ଦାରିଙ୍ଗବାଡ଼ିର ତାପମାତ୍ରା ୭.୫ ଡିଗ୍ରୀ ହ୍ରାସ ପାଇଛି। ଦାରିଙ୍ଗବାଡ଼ିରେ ପ୍ରବଳ ଜାଡ଼ ଫଳରେ ଲୋକେ ନିଆଁର ସାହାରା ନେଉଥିବା ଦେଖିବାକୁ ମିଳିଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧି ସହିତ ପ୍ରବଳ ଜାଡ଼ ଅନୁଭୂତ ହେଉଛି। ଦିନକୁ ଦିନ ଶୀତର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଜାଡ଼ ଯୋଗୁଁ ସ୍ଥାନୀୟ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସକାଳ ୧୦ଟା ପରେ ଲୋକେ ଘରୁ ବାହାରକୁ ବାହାରୁଛନ୍ତି
ସେହିପରି ଆଭ୍ୟନ୍ତରୀଣ ଇଲାକାରେ ଶୀତର ପ୍ରକୋପ ଆହୁରି ଅଧିକା ଥିବା ଜଣା ପଡ଼ିଛି ତେବେ ଏଭଳି ହାଡ଼ ଭଙ୍ଗା ଶୀତ ଲାଗି ରହିଲେ ଦାରିଙ୍ଗବାଡ଼ି ଅଞ୍ଚଳରେ ଖୁବଶୀଘ୍ର ତୁଷାରପାତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ପଢ଼ନ୍ତୁ: ରାଜ୍ୟରେ ବଢୁଛି ଶୀତ, ୧୫ ଡିଗ୍ରୀ ତଳେ ବହୁ ସହର
ଖସୁଛି ପାରଦ, ରାଜ୍ୟରେ ବଢୁଛି ଶୀତ । ପ୍ରଚଣ୍ଡ ଶୀତ ଆରମ୍ଭ ହୋଇଛି। ସାରା ଓଡିଶା ଶୀତରେ ଥରୁଛି। ୧୫ ଡିଗ୍ରୀ ତଳେ ରାଜ୍ୟର ବହୁ ସହର। ରାଉରକେଲା ତାପମାତ୍ରା ୧୦.୫ ଡିଗ୍ରୀ ରେକର୍ଡ। ଆଜି ସକାଳେ ଘନ କୁହୁଡ଼ିର ଧଳା ଚାଦରରେ ଘୋଡ଼େଇ ହୋଇଥିଲା କୋରାପୁଟ ଓ ସୁନ୍ଦରଗଡ଼ ସହର । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବି ଥିଲା କୁହୁଡ଼ିର ଆସ୍ତରଣ । ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କୁହୁଡି ହୋଇଥିବା ଦେଖିବାକୁ ମିଳିଛି । ଶୀତୁଆ ସକାଳରେ ଥଣ୍ଡାରୁ ବର୍ତ୍ତିବା ପାଇଁ ଗାଁ ଗହଳିରେ ଲୋକମାନେ ନିଆଁ ଲଗାଇ ବସିଥାନ୍ତି। ଯାହା ଥଣ୍ଡାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥାଏ।
ଏପଟେ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି କମିଥିବା ବେଳେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ରାତି ପାରଦ ୨ ଡିଗ୍ରି ବଢ଼ିଛି । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସହରର ରାତି ତାପମାତ୍ରା ସ୍ଵାଭାବିକଠୁ ୭ ଡିଗ୍ରି ପର୍ଯ୍ୟନ୍ତ କମ୍ ରହିଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ବୁଧବାର ରାତିରେ ଫୁଲବାଣୀ, ସୁନ୍ଦରଗଡ଼, ରାଉରକେଲା ଓ ଝାରସୁଗୁଡ଼ାରେ ପାରଦ ୧୦ ଡିଗ୍ରୀ ରହିଥିଲା । କେନ୍ଦୁଝର ଓ ଅନୁଗୁଳରେ ୧୨ ଡିଗ୍ରୀ, ଢେଙ୍କାନାଳ, କୋରାପୁଟ ଓ ଭଦ୍ରକରେ ରାତି ତାପମାତ୍ରା ୧୩ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରାଯାଇଥିଲା ।

Related Topics
Explore more stories