Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲକ୍ଷ୍ମୀବସ୍‌ : କୋଟି କୋଟି ଟଙ୍କାର ସ୍କାମ !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଲକ୍ଷ୍ମୀବସ୍‌ : କୋଟି କୋଟି ଟଙ୍କାର ସ୍କାମ !

Key Points

  • ବିଧାନସଭାରେ ଉଠିଲା ଲକ୍ଷ୍ମୀବସ୍‌ ଦୁର୍ନୀତି ପ୍ରସଙ୍ଗ
  • ୧୦ ମାସରେ ୩୭୪ କୋଟି କ୍ଷତି
  • ଯେଉଁଠି ଘରୋଇ ବସ୍‌ ପାଉଥିଲା ୪ ହଜାର , ସେଇଠି ଲକ୍ଷ୍ମୀ ବସ ପାଇଁ ୧୪ ହଜାର

ଅର୍ଗସ ବ୍ୟୁରୋ: ଲକ୍ଷ୍ମୀବସ୍‌ ଯୋଜନାରେ କୋଟି କୋଟି ଖାଇଛନ୍ତି ବିଜେଡି ନେତା । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ବରଂ ୩୭୪ କୋଟି ଟଙ୍କାର ଦୁର୍ନୀତି ହୋଇଛି । ଏନେଇ ବିଧାନସଭାରେ ଝଡ଼ । ବିଜେପି ବିଧାୟକ ବିଭୂତି ପ୍ରଧାନ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ଲକ୍ଷ୍ମୀ ବସ ଚଳାଚଳରେ ୧୦ ମାସରେ ୩୭୪ କୋଟି ଟଙ୍କା କ୍ଷତି ହୋଇଛି । ନିର୍ବାଚନକୁ ଆଖି ଆଗରେ ରଖି ଘରୋଇ ବସ ବ୍ୟବହାର ପାଇଁ ୪ ହଜାର ଟଙ୍କା ସରକାରୀ ତହବିଲରୁ ଦିଆଯାଇଥିବା ବେଳେ ଲକ୍ଷ୍ମୀ ବସ ପାଇଁ ୧୪ ହଜାର ଟଙ୍କା ଦିଆ ଯାଇଛି । ଏଠାରେ ପ୍ରଶ୍ନ, ଘରୋଇ ବସ୍‌ ପାଇଁ ଯଦି ୪ ହଜାର ଦିଆଯାଉଥିଲା ତାହାଲେ ଲକ୍ଷ୍ମୀବସ୍‌ ପାଇଁ ୧୪ ହଜାର କାହିଁକି ? ଖାଲି ଏତିକି ନୁହେଁ ବରଂ ଲକ୍ଷ୍ମୀ ବସ୍‌ ଷ୍ଟାଣ୍ଡର କାନ୍ଥ ପାଇଁ ୫ ଲକ୍ଷ ଦିଆଯାଇଛି । 

ଦୁର୍ନୀତି କେମିତି ଓ କେଉଁ ବାଟେ ହେବ ତାହା ବିଜେଡିକୁ ଭଲରେ ଜଣା । ଆଉ ନୁହେଁ ତ କଣ ? ଆମେ ସମସ୍ତେ ଜାଣନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲାଗି ହିତାଧିକାରୀଙ୍କୁ ଦେଢଲକ୍ଷ ଟଙ୍କା ମିଳୁଛି । ହେଲେ ଲକ୍ଷ୍ମୀ ବସ୍‌ଷ୍ଟାଣ୍ଡର କାନ୍ଥ ପାଇଁ ପୂର୍ବ ସରକାର ଦେଇଥିଲା ୫ ଲକ୍ଷ । କିଛି ଏମିତି ତଥ୍ୟ ଦେଇ ବିରୋଧୀ ବିଜେଡିକୁ ଟାର୍ଗେଟ୍‌ କରିଛନ୍ତି ବିଜେପି ବିଧାୟକ । ଯାହାକୁ ନେଇ ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ । 

ଲକ୍ଷ୍ମୀ ବସ୍ ଷ୍ଟପ ନିର୍ମାଣ ନାଁରେ ବଡ ଦୁର୍ନୀତିର ପ୍ରମାଣ ସାମ୍ନାକୁ ଆସିଥିଲା ସମ୍ବଲପୁରରୁ ।  ମୋଟ ୧୨୮ ଟି ବସ ଷ୍ଟପ ଜିଲ୍ଲାରେ ନିର୍ମାଣ ହେବାକୁ ନିଷ୍ପତ୍ତି ହୋଇଥିଲା । ହେଲେ କାଁ ଭାଁ ନୂଆ ଲକ୍ଷ୍ମୀ ବସ ଷ୍ଟପ ନିର୍ମାଣ ହୋଇଥିବା ବେଳେ ଅନେକ ଅଧାପନ୍ତରିଆ ଭାବେ ଏବେ ବି ଅନେକ ବସଷ୍ଟପ୍‌ ପଡି ରହିଛି । ପୁରୁଣା ଭଙ୍ଗା ଦଦରା ବସଷ୍ଟପ ଓ ଯାତ୍ରୀ ପ୍ରତିକ୍ଷାଳୟକୁ ରଙ୍ଗ ଲଗାଇ ଲକ୍ଷ୍ମୀ ବସ୍ ଷ୍ଟପର  ଫଳକ ଲଗାଇ ଲୁଟ ହୋଇଛି ଟଙ୍କା..ଜୁଜୁମୁରା, ଧନକଉଡା, ରେଢାଖୋଲ ଓ ରେଙ୍ଗାଲି । ଯୁଆଡ଼େ ଦେଖିବେ ସିଆଡେ ମାଳମାଳ ଦୁର୍ନୀତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୨ ତାରିଖରେ ବିଧାନସଭାର ଦିଆଯାଇଥିଲା ଲିଖିତ ଉତ୍ତର ଦେଖିଲେ ସବୁ ସ୍ପଷ୍ଟ ହୋଇଯିବ । ପରିବହନ ମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି କ୍ଷତିରେ ଚାଲୁଛି ଲକ୍ଷ୍ମୀ ଯୋଜନା । ୩୭୪ କୋଟି ୮ ଲକ୍ଷ ୫୮ ହଜାର ୫୫ ଟଙ୍କା କ୍ଷତିରେ ଅଛନ୍ତି ସରକାର । ଅକ୍ଟୋବର ୨୦୨୩ ରୁ ଅଗଷ୍ଟ ୨୦୨୪ ଯାଏଁ ମାତ୍ର ୧୦ ମାସରେ ଏହି କ୍ଷତି ସହିଛନ୍ତି ସରକାର ।  ଲକ୍ଷ୍ମୀ ଯୋଜନାରେ ରାଜ୍ୟରେ ୧୩୪୦ ଟି ବସ ଚାଲିଥିବା ବେଳେ ବସ ଚଳାଚଳ ବାବଦରେ ରାଜ୍ୟ ସରକାର ୩୯୯ କୋଟି ୧୨ ଲକ୍ଷ ୪୪ ହଜାର ୬୪୦ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଆୟ ହୋଇଛି ମାତ୍ର ୨୫ କୋଟି ୩ ଲକ୍ଷ ୮୬ ହଜାର ୫୮୫ ଟଙ୍କା । ନିର୍ବାଚନ ପୂର୍ବରୁ ୩୧୭୮ କୋଟି ଟଙ୍କାରେ ସରକାର କିଣିଥିଲେ ଲକ୍ଷ୍ମୀ ବସ । ତେବେ ଏଥିରେ ଦୁର୍ନୀତିର ଗନ୍ଧ ବାରି ସୁଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ ଓଡିଶା ସୂଚନା ଅଧିକାର ଅଭିଯାନ । ତେବେ ତଥ୍ୟ  ମିଳିବାରୁ କିଛି ଦିନ ପୂର୍ବରୁ  ଖାରବେଳ ଭବନ ସାମ୍ନାରେ ବିକ୍ଷୋଭ କରିଥିଲା ସଂଗଠନ । ଆଉ ଏବେ ସ୍ପଷ୍ଟ ହୋଇଛି କେମିତି ଲକ୍ଷ୍ମୀବସ୍‌ ନାଁରେ ଦୁର୍ନୀତି କରିଥିଲା ବିଜେଡି ।

(ଭୁବନେଶ୍ଵରରୁ ପ୍ରଦୀପ୍ତ ମହାପାତ୍ରଙ୍କ ସହ ଦିବ୍ୟଜ୍ୟୋତି ମହାନ୍ତିଙ୍କ ରିପୋର୍ଟ)
 

Sponsored
LAccMI bus scam | Argus News