Land Encroachment / ୯୦ ଏକର ନିଲାମ ନେଇ ୨୫୦ ଏକର ଜମି ଜବରଦଖଲ !

Key Points
କାଜୁ ବଗାୟତ ନାଁରେ ମହା ଚଞ୍ଚକତା
90 ଏକର ନିଲାମ ନେଇ ୨୫୦ ଏକର ଜମି ଜବରଦଖଲ !
ଯାଜପୁର ବଡ଼ଚଣାରେ 24 ବର୍ଷର ଲୁଟର ଖୋଲିଲା ପୋଲ୍
ବେଆଇନ ଭାବେ ପତିତ ଓ ଗୋଚର ଜମି ଦିଆଯାଇଛି ଲିଜ୍
ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କଲେ ଅଞ୍ଚଳବାସୀ
ବିଜେଡି ଶାସନରେ କାଜୁ ଚାଷ ନାଁରେ କୋଟି କୋଟି ଟଙ୍କା ହରିଲୁଟ୍ ପାଇଁ କେମିତି ହୋଇଥିଲା ଷଡ଼ଯନ୍ତ୍ର ତାର ପ୍ରମାଣ ହେଉଛି ଏ ଦସ୍ତାବିଜ । ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅଧୀନ କୋଲସାହି ମୌଜାର ଖାତା ନଂ 292 ଓ 294ର 3ଟି ପ୍ଲଟରେ ଥିବା ମୋଟ 90 ଏକର ଜମିକୁ କାଜୁ ଚାଷ ପାଇଁ ଦିଆଯାଇଛି ନିଲାମ । ଇଏ ସେହି ନିଲାମ ନାମା । ଏହି ସବୁ ଜମିର କିସମ ହେଉଛି ଗୋଚର ଓ ପତିତ । ରାଜସ୍ବ ବିଭାଗ ଅଧୀନସ୍ଥ ଏ ଜମିକୁ କେମିତି କାଜୁ ଚାଷ ପାଇଁ ନିଲାମ ଦେଇଥିଲା କାଜୁ ନିଗମ ସେ ନେଇ ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ ।
ଅନ୍ୟପଟେ ଅଭିଯୋଗ ହୋଇଛି, 90 ଏକର ଜମି ଲିଜ୍ ନେଇ ଆହୁରି 250 ଏକରରୁ ଅଧିକ ଜମି ଜବରଦଖଲ କରାଯାଇଛି । ଶହ ଶହ ଏକର ଜମି ଜବରଦଖଲ କରି କାଜୁ ଚାଷ କରି ମାଲାମାଲ୍ ହେଉଛନ୍ତି ଲିଜ୍ ଧାରୀ। କିନ୍ତୁ ପତିତ ଓ ଗୋଚର ଜମି ନ ଥିବାରୁ ହଇରାଣ ହେଉଛନ୍ତି ଅଞ୍ଚଳବାସୀ। କାଜୁ ଚାଷ ପାଇଁ ଜମି ଲିଜ୍ ଦିଆଯାଇଥିବା କୋଲସାହିକୁ ଲାଗି ରହିଛି କୁମାରଖାତ ମୌଜା। ଏଠି ଖାତା ନଂ ୧୯୮ରେ ରହିଛି 50 ଏକରର କାଜୁ ବଗାୟତ କିସମର ଜମି। କିନ୍ତୁ ଏହି ଜମିକୁ କାଜୁ ଚାଷ ପାଇଁ ଲିଜ୍ ନ ଦେଇ ପତିତ ଓ ଗୋଚର ଜମିକୁ ଦିଆଯାଇଛି ଲିଜ୍ ।
ଏ ନେଇ ଆମେ ଲୋଡ଼ିଥିଲୁ ସ୍ଥାନୀୟ ସୋଲାର ସ୍ଥିତ କାଜୁ ମଣ୍ଡଳର ଶାଖା ପରିଚାଳକଙ୍କ ପ୍ରତିକ୍ରିୟା । ଅଫିସରେ ବାବୁଙ୍କର ଦେଖା ମିଳିଲାନି । ବଡ଼ ପ୍ରଶ୍ନ ହେଲା କାଜୁ ଚାଷ ନାଁରେ ଏ ଲୁଟ ପଛରେ ଅଛି କାହାର ହାତ ? ଅଞ୍ଚଳବାସୀଙ୍କୁ ହଇରାଣ କରି ଗୋଚର ଓ ପତିତ ଜମି ଲିଜ୍ ଦେଇ କାଜୁ ଚାଷ କରାଇବା ପଛରେ ଅଛି କାହାର ହାତ ?
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
📱 Get Argus News App
✨Related Topics
Explore more stories