LED Street Light Scam / ମିଟର ରିଡର୍ରୁ କେମିତି ବନିଗଲେ କୋଟିପତି ଠିକାଦାର ?
·2 months ago·3 min read

Key Points
LED ଲାଇଟ୍ ମହାଘୋଟାଲାର ମାଷ୍ଟରମାଇଣ୍ଡ ଧରଣୀଧରଙ୍କୁ ନେଇ ଚର୍ଚ୍ଚା
BJD ନେତା ପ୍ରଣବ ପ୍ରକାଶ ଦାସଙ୍କ ଘନିଷ୍ଠ ସହଯୋଗୀ ଥିବା ଅଭିଯୋଗ

କେନ୍ଦୁଝର/ଯାଜପୁର: LED ଷ୍ଟ୍ରିଟ୍ ଲାଇଟ୍ ମହାଘୋଟାଲାର ପର୍ଦ୍ଦାଫାସ୍ କରିଛି ଭିଜିଲାନ୍ସ । ତେବେ ସବୁଠାରୁ ବଡ଼ ଚର୍ଚ୍ଚା ହେଉଛି ଯାଜପୁରର ଠିକାଦାର ଧରଣୀଧର ସାହୁଙ୍କୁ ନେଇ, ଯିଏ ଦିନେ ସାଧାରଣ ମିଟର ରିଡର୍ ଥିଲେ ।
ଅଭିଯୋଗ ଅନୁସାରେ, ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଛତ୍ରଛାୟାରେ ରହି ସେ କୋଟି କୋଟି ଟଙ୍କାର ଟେଣ୍ଡର ହାତେଇଥିଲେ । ଗ୍ରାଉଣ୍ଡରେ ଲାଇଟ୍ ଜଳୁ ନଥିଲେ ବି ପଞ୍ଚାୟତରୁ ଲକ୍ଷ ଲକ୍ଷ ଟଙ୍କାର ବିଲ୍ ପାସ୍ ହେଉଥିଲା । ଏହି ମହାଦୁର୍ନୀତିରେ ଆଗକୁ ଅନେକ ବଡ଼ ବଡ଼ ନେତା ଓ ଅଫିସର ସାମ୍ନାକୁ ଆସିବା ଆଶଙ୍କା କରାଯାଉଛି ।
ଏଥିସହ ପଢ଼ନ୍ତୁ:
'ଆମ ଗାଁ ଆମ ବିକାଶ' ଯୋଜନା ଟଙ୍କା ହରିଲୁଟ୍ ମାମଲାରେ ବାନ୍ଧିଲା ଭିଜିଲାନ୍ସ । LED ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ନାଁରେ କୋଟି କୋଟି ଟଙ୍କାର ମହାଘୋଟାଲା ମାମଲାରେ ଭିଜିଲାନ୍ସର ଛାନଭିନ୍ । ପଞ୍ଚମ ଅର୍ଥ ଆୟୋଗର ଅର୍ଥ ଆତ୍ମସାତ କରିବା ମାମଲାରେ ୩ ଜଣ ଠିକାଦାରଙ୍କୁ ଗିରଫ କରିଛି ଭିଜିଲାନ୍ସ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗିରଫ ୩ ଠିକାଦାରଙ୍କ ମଧ୍ୟରୁ ଗିରିଜା ଶଙ୍କର ଦାସ ନୟାଗଡ଼ ଜିଲ୍ଲାରେ କାମ କରିଥିଲେ, ଧରଣୀଧର ସାହୁ ଯାଜପୁର ଜିଲ୍ଲାରେ ଓ ବିଭୂତି ରଞ୍ଜନ ବିଶ୍ଵାଳ କେନ୍ଦୁଝର ଜିଲ୍ଲାରେ କାମ କରିଥିଲେ । 'ଆମ ଗାଁ ଆମ ବିକାଶ' ଯୋଜନା ଟଙ୍କା ଆତ୍ମସାତ କରିଥିବା ଯାଜପୁରର କୋଟିପତି ଠିକାଦାର ଧରଣୀଧର ସାହୁଙ୍କୁ ନେଇ ଏବେ ଜୋରଦାର ଚର୍ଚ୍ଚା ।
ମିଟର ରିଡର୍ରୁ କୋଟିପତି ଠିକାଦାର !
ଏପରିକି ବହୁ ଯୁବକଙ୍କୁ ଚାକିରି ଦେବା ନାଁରେ ଧରଣୀଧର ସାହୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ନେଇ ସୂଚନା ଅଧିକାର କର୍ମୀ ଶ୍ରୀମନ୍ତ ପାତ୍ର ଅଭିଯୋଗ ଆଣିଛନ୍ତି । ୩ ଜିଲ୍ଲାର ୫୦ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି ।
ଆଉ ୩ କୋଟି ଟଙ୍କାର ଦୁର୍ନୀତି ସାମ୍ନାକୁ ଆସିବା ପରେ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଆଣିଛନ୍ତି ସାଂଘାତିକ ଅଭିଯୋଗ । ସର୍ବେଶ୍ଵରଙ୍କ ଅନୁସାରେ, ଏ ଦୁର୍ନୀତି କେବଳ ୩ କୋଟିର ନୁହେଁ, ସଠିକ୍ ତଦନ୍ତ ହେଲେ ଏହା ଏକ ମହାଘୋଟାଲା ରୂପେ ସାମ୍ନାକୁ ଆସିବ ।
୨୦୨୩ର ଯାଜପୁର DRDA ତଥ୍ୟ ଅନୁସାରେ ୨୦୨୦-୨୧ ରୁ ୨୦୨୬ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାରେ ଷ୍ଟ୍ରିଟ୍ ଲାଇଟ୍ ପାଇଁ ପ୍ରାୟ ୩୪୦ କୋଟି ଟଙ୍କାର ବଜେଟ୍ କରାଯାଇ ଟେଣ୍ଡର ହୋଇଥିବା ସେ ଦାବି କରିଛନ୍ତି । ପୂର୍ବରୁ ଅର୍ଗସ ପକ୍ଷରୁ ଏହାକୁ ସାମ୍ନାକୁ ଅଣା ଯାଇଥିବା ବେଳେ ପ୍ରସାଶନ ଅଣଦେଖା କରିଥିଲା ।
ଏଥିସହ ପଢ଼ନ୍ତୁ:
ପ୍ରତି ପଞ୍ଚାୟତରେ LED ଲାଇଟ୍ ବାବଦକୁ ପ୍ରତି ମାସ କେବେ ୫୦ ହଜାର ତ କେବେ ୧ ଲକ୍ଷ ଟଙ୍କା ବିଲ୍ TPNODL ପକ୍ଷରୁ ପଞ୍ଚାୟତକୁ ଆସୁଥିଲା । ଏହି ବିଲ୍ ନଦେଲେ ନୋଟିସ ବି ଜାରି ହେଉଥିଲା । ହେଲେ ଲାଇଟ ନଜଳି ବିଲ୍ ପଞ୍ଚାୟତ ତହବିଲରୁ ଦିଆ ଯାଉଥିଲା । ତେଣୁ ସେନେଇ କେତେ ଟଙ୍କା ଆତ୍ମସାତ ହୋଇଛି ତଦନ୍ତ କରିବାକୁ ମଧ୍ୟ ଦାବି ହୋଇଛି ।
ମିଟର ରିଡର୍ରୁ କୋଟିପତି ଠିକାଦାର !
- ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଜଣେ ସାଧାରଣ ମିଟର ରିଡର୍ ଭାବେ କାମ କରୁଥିଲେ ଧରଣୀଧର
- ଅଭିଯୋଗ ଅନୁସାରେ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଘନିଷ୍ଠ ହେବା ପରେ ଚମକି ଉଠିଲା ଭାଗ୍ୟ
- ଶାସକ ଦଳର ବଡ଼ ନେତାଙ୍କ ଛତ୍ରଛାୟାରେ ରହି ‘ବିରଜା ଇଲେକ୍ଟ୍ରିକାଲ୍ସ’ ନାମକ ସଂସ୍ଥା ଗଢ଼ିଥିବା ଅଭିଯୋଗ
- କୋଟି କୋଟି ଟଙ୍କାର ସରକାରୀ ଠିକା କାମ ହାତେଇ ଥିବା କଂଗ୍ରେସ ନେତା ସନ୍ତୋଷ ନନ୍ଦଙ୍କ ଅଭିଯୋଗ
- କେବଳ ଜିଲ୍ଲା ନୁହେଁ ବରଂ ବଡ଼ ନେତାଙ୍କୁ ଧରି ସାରା ରାଜ୍ୟରେ ଟେଣ୍ଡର ନେଉଥିଲେ ଓ ଅନ୍ୟମାନଙ୍କୁ ବାଣ୍ଟୁଥିଲେ
ଏପରିକି ବହୁ ଯୁବକଙ୍କୁ ଚାକିରି ଦେବା ନାଁରେ ଧରଣୀଧର ସାହୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ନେଇ ସୂଚନା ଅଧିକାର କର୍ମୀ ଶ୍ରୀମନ୍ତ ପାତ୍ର ଅଭିଯୋଗ ଆଣିଛନ୍ତି । ୩ ଜିଲ୍ଲାର ୫୦ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି ।
ଆଉ ୩ କୋଟି ଟଙ୍କାର ଦୁର୍ନୀତି ସାମ୍ନାକୁ ଆସିବା ପରେ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଆଣିଛନ୍ତି ସାଂଘାତିକ ଅଭିଯୋଗ । ସର୍ବେଶ୍ଵରଙ୍କ ଅନୁସାରେ, ଏ ଦୁର୍ନୀତି କେବଳ ୩ କୋଟିର ନୁହେଁ, ସଠିକ୍ ତଦନ୍ତ ହେଲେ ଏହା ଏକ ମହାଘୋଟାଲା ରୂପେ ସାମ୍ନାକୁ ଆସିବ ।
୨୦୨୩ର ଯାଜପୁର DRDA ତଥ୍ୟ ଅନୁସାରେ ୨୦୨୦-୨୧ ରୁ ୨୦୨୬ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାରେ ଷ୍ଟ୍ରିଟ୍ ଲାଇଟ୍ ପାଇଁ ପ୍ରାୟ ୩୪୦ କୋଟି ଟଙ୍କାର ବଜେଟ୍ କରାଯାଇ ଟେଣ୍ଡର ହୋଇଥିବା ସେ ଦାବି କରିଛନ୍ତି । ପୂର୍ବରୁ ଅର୍ଗସ ପକ୍ଷରୁ ଏହାକୁ ସାମ୍ନାକୁ ଅଣା ଯାଇଥିବା ବେଳେ ପ୍ରସାଶନ ଅଣଦେଖା କରିଥିଲା ।
ଏଥିସହ ପଢ଼ନ୍ତୁ:
ପ୍ରତି ପଞ୍ଚାୟତରେ LED ଲାଇଟ୍ ବାବଦକୁ ପ୍ରତି ମାସ କେବେ ୫୦ ହଜାର ତ କେବେ ୧ ଲକ୍ଷ ଟଙ୍କା ବିଲ୍ TPNODL ପକ୍ଷରୁ ପଞ୍ଚାୟତକୁ ଆସୁଥିଲା । ଏହି ବିଲ୍ ନଦେଲେ ନୋଟିସ ବି ଜାରି ହେଉଥିଲା । ହେଲେ ଲାଇଟ ନଜଳି ବିଲ୍ ପଞ୍ଚାୟତ ତହବିଲରୁ ଦିଆ ଯାଉଥିଲା । ତେଣୁ ସେନେଇ କେତେ ଟଙ୍କା ଆତ୍ମସାତ ହୋଇଛି ତଦନ୍ତ କରିବାକୁ ମଧ୍ୟ ଦାବି ହୋଇଛି ।
ଆଗକୁ ଏହି ମାମଲାରେ ଅନେକ ବଡ଼ ବଡ଼ ନେତା ଓ ଅଫିସର ସାମ୍ନାକୁ ଆସିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ବିଜେପି ନେତା ସୁଦୀପ୍ତ ପଣ୍ଡା ଏବଂ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ପୂର୍ବତନ ସରକାରଙ୍କ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିଙ୍କ ପ୍ରତ୍ୟକ୍ଷ ହାତ ନରହିଲେ ଜଣେ ସାଧାରଣ ବ୍ୟକ୍ତି ଏଭଳି କୋଟି କୋଟି ଟଙ୍କାର ମହାଦୁର୍ନୀତି କରିପାରିବ ନାହିଁ । ଭିଜିଲାନ୍ସ ଏହି ମାମଲାରେ ଗିରଫ କରିଥିବା ୩ ଠିକାଦାରଙ୍କ ଆୟ ଓ ସମ୍ପତ୍ତିର ଖୋଳତାଡ଼ କରୁଥିବା ଜଣାପଡ଼ିଛି ।
Related Topics
Explore more stories