Farmers Killed / ବଜ୍ରପାତ ନେଇଗଲା ୩ ଚାଷୀଙ୍କ ଜୀବନ, କ୍ଷେତରେ ଟଳିପଡ଼ିଲେ
·1 hour ago·2 min read

Key Points
ରବିବାର ସନ୍ଧ୍ୟାରେ ଯାଜପୁରର ବଡ଼ଚଣା ଓ କେନ୍ଦୁଝରର ଆନନ୍ଦପୁରରେ ବଜ୍ରପାତରେ ୩ ଜଣ ଚାଷୀଙ୍କ ମୃତ୍ୟୁ ହୋଇଛି ।
ବଡ଼ଚଣା/ଆନନ୍ଦପୁର: ସନ୍ଧ୍ୟା ହେଲେ ମାଡ଼ି ଆସୁଛି କାଳବୈଶାଖୀ । କଳା ହାଣ୍ଡିଆ ମେଘ ଘୋଟି ଆସୁଛି । ତାହା ସହ ବିଜୁଳି ମାରୁଛି । ରବିବାର ସନ୍ଧ୍ୟାରେ ଯାଜପୁରର ବଡ଼ଚଣା ଓ କେନ୍ଦୁଝରର ଆନନ୍ଦପୁରରେ ବଜ୍ରପାତରେ ୩ ଜଣ ଚାଷୀଙ୍କ ମୃତ୍ୟୁ ହୋଇଛି । ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି ।
ବଡ଼ଚଣାର ଚଣ୍ଡିତଳ ଦଳିତ ସାହିର ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ସେହିଭଳି ବନ୍ଦାଳ ପଞ୍ଚାୟତ ଓଲର ଆଦିବାସୀ ସାହିରେ ବଜ୍ରପାତରେ ଜଣେ ଟଳି ପଡ଼ିଛନ୍ତି । ଆହତମାନଙ୍କୁ କଟକ ବଡ଼ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି । ବଜ୍ରାଘାତରେ ଚାଷୀ ଚନ୍ଦନ ମଲିକ ଓ ଜଗା ତିରିଆଙ୍କ ମୃତ୍ୟୁ ହୋଇଛି ।
ଏଥିସହ ପଢ଼ନ୍ତୁ: ବିଶ୍ୱ ପାଇଁ ବଡ଼ ବିପଦର ସତର୍କ ସଙ୍କେତ,ଆସୁଛି ଭୟଙ୍କର ଏଲ୍-ନିନୋ!
ସେପଟେ ଆନନ୍ଦପୁରର ବଜ୍ରପାତ ନେଇଛି ଚାଷୀ ଜୀବନ । ଘସିପୁରା ଥାନା ଅନ୍ତର୍ଗତ କଇନିପୁରା ଗାଁର ଚୈତନ୍ୟ ସାହୁ ନାମକ ଚାଷୀ ତଳି ରୋଇବାକୁ ଗାଁ ନିକଟସ୍ଥ ଚାଷ ଜମିକୁ ଯାଇଥିଲେ । ସେହି ସମୟରେ ବର୍ଷା ସହିତ ବଜ୍ରପାତ ହୋଇଥିଲା ।
ବଜ୍ରପାତରେ ଚୈତନ୍ୟ ବିଲରେ ଟଳି ପଡ଼ିଥିଲେ । ଅନ୍ୟ ଚାଷୀ ମାନେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଚୈତନ୍ୟଙ୍କ ମୃତ୍ୟୁରେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।
ସେହିଭଳି ଶନିବାର ମଧ୍ୟ ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିଲା । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଖୁର୍ଡିଆବାହାଲ ଗାଁର ଚାଷୀ ଗଙ୍ଗା ବାଗ ଆଖି ବୁଜିଥିଲେ । ଗଙ୍ଗା ନିଜ ବିଲରେ ତଳି ରୁଆଇବା ସମୟରେ ବଜ୍ରପାତରେ ଟଳି ପଡ଼ିଥିଲେ ।
ଏଥିସହ ପଢ଼ନ୍ତୁ: କେଉଁଥି ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା ସ୍ପଷ୍ଟ କଲେ EIC
କାଳବୈଶାଖୀ ଆଲର୍ଟ
ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆଲର୍ଟ ଜାରି କରିଛି । ବିଭିନ୍ନ ଜିଲ୍ଲାରେ ୭ ତାରିଖ ପର୍ଯ୍ୟନ୍ତ ଲାଗି ରହିବ କାଳବୈଶାଖୀ ବର୍ଷା । ବର୍ଷା ଓ ବଜ୍ରପାତ ପାଇଁ ଆଜି ପାଇଁ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ବରଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼କୁ ୟେଲୋ ଆଲର୍ଟ ଜାରି ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories