Snake Bite Death / ସାପ କାମୁଡାରେ ମୃତ୍ୟୁ: ମିଳୁଥିଲା ୪ ଲକ୍ଷ ମିଳିବ ୧୦ ଲକ୍ଷ !
·9 months ago·2 min read

Key Points
ସାପ କାମୁଡ଼ା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ବଢାଇବେ ରାଜ୍ୟ ସରକାର
ମିଳୁଛି ୪ ଲକ୍ଷ
ମିଳିବ ୧୦ ଲକ୍ଷ
ମିଳୁଛି ୪ ଲକ୍ଷ
ମିଳିବ ୧୦ ଲକ୍ଷ
ସାପ କାମୁଡାରେ ମୃତ୍ୟୁ ହେଲେ ମିଳିବ ୧୦ ଲକ୍ଷ ଟଙ୍କା। ଆଗରୁ ମିଳୁଥିଲା ୪ ଲକ୍ଷ ଟଙ୍କା। ବର୍ତ୍ତମାନ ଏହି ଟଙ୍କାକୁ ବୃଦ୍ଧି କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସାପ କାମୁଡ଼ାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ କ୍ଷତିପୂରଣ ରାଶି ବୃଦ୍ଧି କରିବାକୁ ଓଡ଼ିଶା ସରକାର ବିଚାର କରୁଛନ୍ତି। ସାପ କାମୁଡ଼ା ମୃତ୍ୟୁ ପାଇଁ ବର୍ତ୍ତମାନ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉଛି। ନିକଟରେ ଏକ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବୁଧବାର କହିଛନ୍ତି ଯେ, କ୍ଷତିପୂରଣ ରାଶି ବୃଦ୍ଧି ପ୍ରସ୍ତାବକୁ ରାଜ୍ୟ ସରକାର ସମୀକ୍ଷା କରୁଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ, ଏହି ରାଶି ବୃଦ୍ଧି ପାଇଁ ଓଡ଼ିଶା ସରକାର ପୂର୍ବରୁ କେନ୍ଦ୍ରକୁ ଚିଠି ଲେଖି ସୁପାରିଶ କରିଥିଲେ। ଥରେ ସଂଶୋଧିତ କ୍ଷତିପୂରଣ ଢାଞ୍ଚା ଅନୁମୋଦନ ହେବା ପରେ ଏହା ସାରା ଦେଶରେ ଲାଗୁ ହେବ। ଏହା ବ୍ୟତୀତ, ସୁପ୍ରିମକୋର୍ଟ ଏହି ବର୍ଷ ଜାନୁଆରୀରେ ଆଣ୍ଟି-ଭେନମ୍ ସମେତ ସାପ କାମୁଡ଼ା ଚିକିତ୍ସା ସୁବିଧା ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ କରାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ଦ୍ୱାରା ମୃତକଙ୍କ ପରିବାର ଲୋକେ ସାମାନ୍ୟ ଆଶ୍ୱସ୍ତି ପାଇପାରିବେ।
ଏଥିସହ ପଢ଼ନ୍ତୁ: ଘରେ ଲଗାନ୍ତୁ ଏହି ୫ ଗଛ, ବାସ୍ନାରେ ପାଖ ମାଡ଼ିବନି ବିଷାକ୍ତ ସାପ
ସୂଚନାନୁସାରେ, ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟଠାରୁ ବି ଭୟଙ୍କର ସାପ କାମୁଡ଼ା । ପ୍ରତିବର୍ଷ ରାଜ୍ୟରେ ପ୍ରାୟ ୧ ହଜାରରୁ ଅଧିକ ଲୋକଙ୍କ ପ୍ରାଣ ନେଉଛି ସାପ । ବର୍ଷାଦିନ ଆସିବା ମାତ୍ରେ ସାପ କାମୁଡ଼ା ହାର ବଢ଼ୁଛି । ଗତ ଦୁଇଦିନ ଭିତରେ ୯ଜଣଙ୍କ ଜୀବନ ଗଲାଣି ରାଜ୍ୟର ବିଭିନ୍ନ ସ୍ଥାନରେ । ରାଜ୍ୟରେ ଯେତିକି ବିପର୍ଯ୍ୟୟଜନିତ ମୃତ୍ୟୁ ଘଟୁଛି, ସେଥିରୁ ୯୦% ମୃତ୍ୟୁର କାରଣ ପାଣିରେ ବୁଡ଼ିବା ଓ ସାପ କାମୁଡ଼ା। ସାପ କାମୁଡ଼ାରେ ୨୦୧୬ରେ ୩୦୫ଜଣ ଲୋକଙ୍କ ଜୀବନ ଯାଇଥିଲା । ୨୦୧୯ରେ ଏହା ୮୨୩ ଥିବାବେଳେ ୨୦୨୩ରେ ୧୦୦୧ଜଣ ପ୍ରାଣ ହରାଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତ ମାର୍ଚ୍ଚରେ ବିଧାନସଭାରେ ସରକାର ରଖିଥିବା ତଥ୍ୟ ମୁତାବକ, ୨୦୨୩- ୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ ୧୮୫୯ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ସାପ କାମୁଡ଼ାରେ । ସେଥିରୁ ୨୦୨୩-୨୪ ଆର୍ଥିକ ବର୍ଷରେ ୧୧୫୦ ଜଣ ପ୍ରାଣ ହରାଇଥିଲେ । ମୋଟାମୋଟି କହିବାକୁ ଗଲେ, ପ୍ରତିବର୍ଷ ୧ ହଜାରରୁ ଅଧିକ ଜୀବନ ଯାଉଛି ବିଷଧର ସାପ ଚୋଟରେ ବୋଲି ସୂଚନା ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories