Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Delhi Bomb Blast / ଦିଲ୍ଲୀ କାର୍‌ ବୋମା ବିସ୍ଫୋରଣ ଘଟଣାରେ ଓଡ଼ିଶା ଲିଙ୍କ୍‌

Rashmita Mishra
Browse all articles by Rashmita Mishra
·7 months ago·2 min read
ଦିଲ୍ଲୀ କାର୍‌ ବୋମା ବିସ୍ଫୋରଣ ଘଟଣାରେ ଓଡ଼ିଶା ଲିଙ୍କ୍‌
Delhi Bomb Blast

Key Points

ଦିଲ୍ଲୀ କାର୍‌ ବୋମା ବିସ୍ଫୋରଣ ଘଟଣାରେ ଓଡ଼ିଶା ଲିଙ୍କ୍‌ ।
ଆତଙ୍କବାଦୀମାନେ ବ୍ୟବହାର କରିଥିବା ମୋବାଇଲ୍‌ ସିମ୍‌ ଯାଜପୁର ଓ ଭଦ୍ରକ କିଣାଯାଇଛି 

ଦିଲ୍ଲୀ କାର୍‌ ବୋମା ବିସ୍ଫୋରଣ ଘଟଣାରେ ଓଡ଼ିଶା ଲିଙ୍କ୍‌ ସାମନାକୁ ଆସିବା ପରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ପକ୍ଷରୁ ତନାଘନା ହୋଇଛି । ଆତଙ୍କବାଦୀମାନେ ବ୍ୟବହାର କରିଥିବା ମୋବାଇଲ୍‌ ସିମ୍‌ ଯାଜପୁର ଓ ଭଦ୍ରକରୁ କିଣାଯାଇଥିବା ଜଣାପଡ଼ିବା ପରେ ଦିଲ୍ଲୀ ପୁଲିସ ଏ ସଂପର୍କରେ ଖୋଳତାଡ଼ ଜାରି ରଖିଥିଲା। ଗତକାଲି ଦିଲ୍ଲୀ ସାହିନ୍‌ବାଗ ଥାନା ପୁଲିସ ଯାଜପୁର ଓ ପଡ଼ୋଶୀ ଜିଲ୍ଲାଭଦ୍ରକ ମଞ୍ଜୁରୀରୋଡ୍‌ ବଜାରରେ ଚଢ଼ଉ କରି ୨ ଜଣ ମୋବାଇଲ୍ ଦୋକାନୀଙ୍କୁ ଉଠାଇ ନେଇଛି ।

ଦୁଇ ଅଭିଯୁକ୍ତଙ୍କ ଆକାଉଣ୍ଟରେ ବିପୁଳ ଅର୍ଥ କାରବାର ହୋଇଥିବାର ଖୁଲାସା ହୋଇଛି । ଗତ ନଭେମ୍ବର ୧୦ ତାରିଖରେ ଜାତୀୟ ରାଜଧାନ ଦିଲ୍ଲୀର ଲାଲକିଲ୍ଲାରେ ବ୍ଲାଷ୍ଟ ହୋଇଥିଲା । ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଅଲ୍ ଫଲାହ ୟୁନିଭର୍ସିଟିର ଡାକ୍ତରମାନେ ଏହି ଆତଙ୍କୀ ଷଡ଼ଯନ୍ତ୍ର କରିଥିଲେ । ଘଟଣାର ତଦନ୍ତ ଜାରି ରହିଛି ।

ଏଥିସହ ପଢ଼ନ୍ତୁ: ହାଇକୋର୍ଟ ବାର ଆସୋସିଏସନ କାର୍ଯ୍ୟକ୍ରମରେ ଯୋଗ ଦେବେ ଜଷ୍ଟିସ ସୂର୍ଯ୍ୟକାନ୍ତ 

ସୂଚନାନୁଯାୟୀ ବେଆଇନ ସିମ୍ ଏବଂ ନକଲି ଫୋନ୍ ବିକ୍ରି ଅଭିଯୋଗରେ ଭଦ୍ରକ ଭଣ୍ଡାରିପୋଖରୀର ମୋବାଇଲ୍ ଦୋକାନୀ ସନ୍ତୋଷ ଖଣ୍ଡାଇକୁ ଦିଲ୍ଲୀ ପୁଲିସ୍ ଗିରଫ କରିଛି । ବଅନ୍ତ ଅଞ୍ଚଳର ମହେଶ୍ୱର ଖୁଣ୍ଟିଆଙ୍କୁ ବି ଉଠାଇନେଲା ଦିଲ୍ଲୀ ପୁଲିସ୍ । ମଞ୍ଜୁରୀ ରୋଡ଼ ବଜାର ମୋବାଇଲ ଦୋକାନରେ ଚାଲିଥିଲା ବିକ୍ରି । ଭଣ୍ଡାରିପୋଖରୀ ପୁଲିସ୍ ସହାୟତାରେ ଦିଲ୍ଲୀ ପୁଲିସ୍ ସନ୍ତୋଷଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା । ସେ ନକଲି ମୋବାଇଲ ଓ ସିମ୍ ବିକ୍ରି କରୁଥିବା ଜଣା ପଡିଥିଲା । ସନ୍ତୋଷ ଏବଂ ମହେଶ୍ୱରଙ୍କୁ ଭଦ୍ରକ କୋର୍ଟର ଟ୍ରାଜିଣ୍ଟ ରିମାଣ୍ଡରେ ଦିଲ୍ଲୀ ନିଆଯାଇଥିବା ଜଣାପଡିଛି । ଦୁହେଁ ମିଶି ନୂଆ ସିମ୍ କାର୍ଡ କିଣିବାକୁ ଆସୁଥିବା ଗ୍ରାହକଙ୍କର ଆଧାର କାର୍ଡ ଉପଯୋଗ କରି ଅଜଣାତରେ ଏକକାଳୀନ ବହୁ ସିମକୁ ଆକ୍ଟିଭ କରୁଥିବା ଜଣାପଡିଛି ।

​​​​​​​ଗ୍ରାହକଙ୍କୁ ଗୋଟିଏ ସିମକାର୍ଡ ଦେଉଥିଲେ । ଆକ୍ଟିଭ ହୋଇଥିବା ଅନ୍ୟ ସିମକାର୍ଡକୁ ଉଚ୍ଚାଦରରେ ବେନାମୀ ଲୋକଙ୍କୁ ବିକ୍ରି କରୁଥିଲେ । ଏହି ସିମକାର୍ଡଗୁଡିକ ଅପରାଧିକ କାର୍ଯ୍ୟରେ ବ୍ୟବହାର ହେଉଥିଲା । ଦିଲ୍ଲୀ ସାହିନବାଗ ଥାନାରେ ରୁଜୁ ହୋଇଥିଲା ମାମଲାରେ ଅଭିଯୁକ୍ତଙ୍କଠାରୁ ବେଆଇନ ସିମକାର୍ଡ ଜବତ ହେବା ପରେ ସନ୍ତୋଷ ସ୍କାନରକୁ ଆସିଥିଲା ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Delhi Bomb Blast | Odisha Link Found in Delhi Car Bomb Blast Case | Argus News