Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

liquor consumption / ଏଣିକି କାଚ ବୋତଲରେ ମିଳିବ ନାହିଁ ମଦ, ୧୦ ମାସରେ ୬ ହଜାର ୫୬୯କୋଟି ଟଙ୍କାର ମଦ ପିଇ ଦେଇଛନ୍ତି ରାଜ୍ୟବାସୀ

Bikash Mohanty
Browse all articles by Bikash Mohanty
·4 months ago·2 min read
ଏଣିକି କାଚ ବୋତଲରେ ମିଳିବ ନାହିଁ ମଦ, ୧୦ ମାସରେ ୬ ହଜାର ୫୬୯କୋଟି ଟଙ୍କାର ମଦ ପିଇ ଦେଇଛନ୍ତି ରାଜ୍ୟବାସୀ
whiskey

Key Points

ଏଣିକି କାଚ ବୋତଲରେ ମିଳିବ ନାହିଁ ମଦ
କାଚ ବୋତଲରେ ବଦଳରେ ମୋଟା କାଗଜ ଖୋଳରେ ମିଳିବ ମଦ
୧୦ ମାସରେ ୬ ହଜାର ୫୬୯କୋଟି ଟଙ୍କାର ମଦ ପିଇଛନ୍ତି ରାଜ୍ୟବାସୀ

ରାଜ୍ୟରେ ବଢୁଛି ନିଶା କାରବାର। ଊଭୟ ମଦ ଓ ଧଳା ଜହର କବଳରେ ବି ଓଡିଶା। ଏଣିକି କାଚ ବୋତଲରେ ମିଳିବ ନାହିଁ ମଦ। କାଚ ବୋତଲରେ ବଦଳରେ ମୋଟା କାଗଜ ଖୋଳରେ ମିଳିବ ମଦ। ଯାହା ପରିବେଶ ସୁରକ୍ଷା ପାଇଁ ଅନୁକୂଳ ମଧ୍ୟ ଅଟେ। ସରକାର କାଚ ବୋତଲର ପୁନଃ ବ୍ୟବହାର ପାଇଁ ଉତ୍ସାହିତ କରୁଛି। ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିଧାନସଭାରେ ଉତ୍ତର ଦେଇଛନ୍ତି।

ରାଜ୍ୟରେ ବଢୁଛି ମଦ ବିକ୍ରି, ନିଶା କବଳରେ ଓଡ଼ିଶା। ରାଜ୍ୟରେ ବଢୁଛି ମଦ ବିକ୍ରି। ଗତ ୧୦ ମାସରେ ୬ ହଜାର ୫୬୯କୋଟି ଟଙ୍କାର ମଦ ପିଇ ଦେଇଛନ୍ତି ରାଜ୍ୟବାସୀ ବିଧାନସଭା ରେ ଅବକାରୀ ମନ୍ତ୍ରୀ ରଖିଥିବା ଉତ୍ତର ରେ ଆହୁରି ଆସିଛି ଯେ ପ୍ରତିବର୍ଷ କ୍ରମାଗତ ଭାବେ ବଢି ଚାଲିଛି ମଦ ବିକ୍ରି। ୨୦୨୩-୨୪ ରେ ମଦ ବିକ୍ରି ରୁ ୭ ହଜାର ୨୧୬ କୋଟି ରାଜସ୍ୱ ଆଦାୟ ହୋଇଥିବା ବେଳେ ୨୦୨୪-୨୫ ରେ ୮ ହଜାର ୧୯୫ କୋଟି ର ରାଜସ୍ୱ ଆଦାୟ ହୋଇଛି।

ସେପଟେ ଧଳା ଜହର କବଳରେ ବି ଓଡିଶା। ରାଜ୍ୟରେ ବଢୁଛି ବ୍ରାଉନ ସୁଗାର କାରବାର, ବିଧାନସଭାରେ ଆସିଲା ସାଙ୍ଘାତିକ ତଥ୍ୟ.। ବ୍ରାଉନ ସୁଗାର ହବ ପାଲଟିଛି ବାଲେଶ୍ୱର, ପୁରୀ, ଭୁବନେଶ୍ୱର ଏବଂ ଜଗତସିଂପୁର ଜିଲ୍ଲା। 2025-26 ଫେବୃଆରୀ ମାସ ସୁଦ୍ଧା 40 କେଜି 278 ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବାବେଳେ ଗିରଫ ହୋଇଛନ୍ତି 481 ଜଣ | 2024-25 ରେ ଜବତ ହୋଇଥିଲା 28 କେଜି 575 ଗ୍ରାମ ବ୍ରାଉନ ସୁଗାର ଗିରଫ ହୋଇଥିଲେ 361 ଜଣ | 2023-24 ବର୍ଷରେ 34 କେଜି 426 ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବାବେଳେ ଗିରଫ ହୋଇଛନ୍ତି 448 ଜଣ , 2022 - 23 ରେ 32 କେଜି 826 ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ 382 ଜଣ ଗିରଫ ହୋଇଛନ୍ତି। ବିଜେଡ଼ି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ଆଜି ରାଜଧାନୀ ଭୁବନେଶ୍ବରରୁ 3 କୁଖ୍ୟାତ ବ୍ରାଉନସୁଗର ବେପାରୀ ଗିରଫ ହୋଇଛନ୍ତି। 3 କୁଖ୍ୟାତ ବ୍ରାଉନସୁଗର ବେପୋରୀ ସମୀର ଖାନ, ସେଖ ଇର୍ଷାଫ ମହମଦ, ମୁନା ଖାନଙ୍କୁ । ଆଚାର୍ଯ୍ୟ ବିହାର ଅଞ୍ଚଳରୁ ମାଡି ବସିଲା ସ୍ପେଶାଲ କ୍ରାଇମ ୟୁନିଟ। ସେମାନଙ୍କ ଠାରୁ 370ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ସେମାନେ ବାଲେଶ୍ଵର ଜଳେଶ୍ଵର ଅଞ୍ଚଳରୁ ବ୍ରାଉନସୁଗର ଆଣି ରାଜଧାନୀରେ ବିକ୍ରି କରୁଥିଲେ। ସେମାନଙ୍କ ନିକଟରୁ 3ଟି ବାଇକ, 4ଟି ମୋବାଇଲ ଏବଂ ଟଙ୍କା ଜବତ କରିଛି ସ୍ପେଶାଲ କ୍ରାଇମ ୟୁନିଟ।
ପଢନ୍ତୁ ଏହି ଖବର: ସରକାରଙ୍କ ନୂଆ ଯୋଜନା ! ଦୋକାନକୁ ଯାଇ ବୁଝିବାକୁ ପଡ଼ିବନି ନିଜ ବ୍ରାଣ୍ଡ ଅଛି କି ନାହିଁ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
liquor consumption | Odisha Liquor News: No More Glass Bottles, Rs 6569 Crore Liquor Consumed in 10 Months | Argus News