Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମ୍ବଲପୁରରୁ ଲଢିବେ ଧର୍ମେନ୍ଦ୍ର : ବାଣ ଫୁଟାଇ ସେଲିବ୍ରେସନ୍‌ କଲେ ଲୋକେ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ସମ୍ବଲପୁରରୁ ଲଢିବେ ଧର୍ମେନ୍ଦ୍ର : ବାଣ ଫୁଟାଇ ସେଲିବ୍ରେସନ୍‌ କଲେ ଲୋକେ

Key Points

ଘୋଷଣା ହେଲା ବିଜେପିର ପ୍ରାର୍ଥୀ ତାଲିକା । ରାଜ୍ୟର ୨୧ ଲୋକସଭା ଆସନରୁ ୧୮ ଲୋକସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ । ତେବେ ପଶ୍ଚିମ ଓଡ଼ିଶା ତଥା ହାଇପ୍ରୋଫାଇଲ ଆସନ ସମ୍ବଲପୁରରୁ ଏଥର ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ: ଘୋଷଣା ହେଲା ବିଜେପିର ପ୍ରାର୍ଥୀ ତାଲିକା । ରାଜ୍ୟର ୨୧ ଲୋକସଭା ଆସନରୁ ୧୮ ଲୋକସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ । ତେବେ ପଶ୍ଚିମ ଓଡ଼ିଶା ତଥା ହାଇପ୍ରୋଫାଇଲ ଆସନ ସମ୍ବଲପୁରରୁ ଏଥର ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ଧର୍ମେନ୍ଦ୍ର ପ୍ରାର୍ଥୀ ହେବା ପରେ ସ୍ଥାନୀୟ ଅଂଚଳର ଭୋଟର ବେଶ ଖୁସି ହୋଇଛନ୍ତି । ଏମିତିକି ବାଣ ଫୁଟାଇ ସେଲିବ୍ରେସନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ନଜର ପକାନ୍ତୁ କେଉଁ ଆସନରୁ କିଏ ହେଲେ ବିଜେପି ପ୍ରାର୍ଥୀ ?

କେଉଁ ଆସନରୁ କିଏ ?

ସମ୍ବଲପୁର -ଧର୍ମେନ୍ଦ୍ର ପ୍ରଧାନ

ବରଗଡ – ପ୍ରଦୀପ ପୁରୋହିତ
ସୁନ୍ଦରଗଡ- ଜୁଏଲ ଓରାମ
କେଉଁଝର- ଅନନ୍ତ ନାୟକ
ମୟୁରଭଞ୍ଜ- ନବ ଚରଣ ମାଝୀ
ବାଲେଶ୍ୱର -ପ୍ରତାପ ଷଡଙ୍ଗୀ
ଭଦ୍ରକ- ଅଭିମନ୍ୟୁ ସେଠୀ
ବ୍ରହ୍ମପୁର- ପ୍ରଦୀପ କୁମାର ପାଣିଗ୍ରାହୀ

କେନ୍ଦ୍ରାପଡ- ବୈଜୟନ୍ତ ପଣ୍ଡା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଢେଙ୍କାନାଳ- ରୂଦ୍ରନାରାୟଣ ପାଣି
ବଲାଙ୍ଗୀର – ସଂଗୀତା ସିଂ ଦେଓ
କଳାହାଣ୍ଡି- ମାଳବିକା କିଶୋରୀ ଦେଓ
ନବରଙ୍ଗପୁର-ବଳଭଦ୍ର ମାଝୀ

ଜଗତସିଂହପୁର- ବିଭୂପ୍ରସାଦ ତରାଇ
ପୁରୀ – ସମ୍ବିତ ପାତ୍ର
ଭୁବନେଶ୍ୱର- ଅପରାଜିତା ଷଡଙ୍ଗୀ
ଆସ୍କା- ଅନିତା ଶୁଭଦର୍ଶନୀ

କୋରାପୁଟ – କାଲେରାମ ମାଝୀ

ମୋଟ୍‌ ଉପରେ ଓଡ଼ିଶା ପାଇଁ ଲୋକସଭା ପ୍ରାର୍ଥୀ ତାଲିକା ଜାରି କରିିଛି ବିଜେପି । ପଞ୍ଚମ ପର୍ଯ୍ୟାୟ ତାଲିକାରେ ଓଡ଼ିଶା ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । ଓଡ଼ିଶାର ମୋଟ ୨୧ ଆସନରୁ ୧୮ ଲୋକସଭା ସିଟ୍‌ରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଅନେକ ଦିନ ହେଲାଣି ରାଜ୍ୟରେ ଚର୍ଚ୍ଚା ହେଉଥିଲା କି କେବେ ଘୋଷଣା ହେବ ପ୍ରାର୍ଥୀ ତାଲିକା । ଏହାରି ଭିତରେ ମେଂଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଲା । ବିଜେପି ଆଜି ପ୍ରାର୍ଥୀ ଘୋଷଣା କଲା । ଏଠାରେ କହିରଖୁଛୁ କି, ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଦିଲ୍ଲୀରୁ ଆସିବା ପରେ ଟିକଟ ଘୋଷଣା ହେବା ନେଇ ସଙ୍କେତ ଦେଇଥିଲେ । ଆଉ ବର୍ତ୍ତମାନ ସମୟରେ ପ୍ରାର୍ଥୀଙ୍କ ତାଲିକା ଘୋଷଣା ହେଲା ।

 

 

Sponsored
Odisha Lok Sabha Elections 2024 | Argus News