Heavy Rain Fall Alert / ଚିହ୍ନିତ ହେଲା ଲଘୁଚାପ କ୍ଷେତ୍ର, କାଲିଠାରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
·1 hour ago·3 min read

Key Points
ସ୍ପଷ୍ଟ ଚିହ୍ନିତ ହେଲା ଲଘୁଚାପ କ୍ଷେତ୍ର
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ହେଲା
କାଲିଠାରୁ ୨୬ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ପାଣିପାଗ ବିଭାଗର ସୂଚନା

ବ୍ରହ୍ମପୁର, ୨୧/୦୯: ବଙ୍ଗୋପସାଗରରେ ବର୍ତ୍ତମାନ ଲଘୁଚାପ ଘନୀଭୂତ ହୋଇ ବର୍ତ୍ତମାନ ସଦୃଶ ଲଘୁଚାପ ରେ ପରିଣତ ହୋଇଛି ।ପଶ୍ଚିମ, ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆଜି ସନ୍ଧ୍ୟା ସୁଦ୍ଧା ଅବପାତ ଓ ଆସନ୍ତା କାଲି ସୁଦ୍ଧା ଗଭୀର ଅବପାତ ସମ୍ଭାବନା।ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ବିଶେଷକରି ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ରହିବ ପ୍ରଭାବ। କୋରାପୁଟ ,ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରହିବା ସହ ଗଞ୍ଜାମ ,ଗଜପତି ଓ ରାୟଗଡା ରେ ପବନ ସହ ପ୍ରବଳ ବର୍ଷା ରହିବ ।ଯେଉଁଥିପାଇଁ ଏହି ସବୁ ଜିଲ୍ଲାରେ ରହିବ ଅଧିକ ପ୍ରଭାବ । ଅକସ୍ମାତ ବନ୍ୟା କିମ୍ବା ଭୂସ୍ଖଳନ ସମ୍ଭାବନା.
ଏଥିପାଇଁ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି । ୨୩ ଓ ୨୪ ଗଞ୍ଜାମ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ରହିଛି । ବଙ୍ଗୋପସାଗରରେ ଗଭୀର ଅବପାତ ସୃଷ୍ଟି ହେବା ସହ ପ୍ରବଳ ବର୍ଷା ସହିତ ପବନର ବେଗ ୫୦ରୁ ୬୦ କି.ମି. ରହିବ । ଗଞ୍ଜାମ ଜିଲ୍ଲା ପାଖ ଦେଇ ଗତି କରିବାର ରହିଥିବା ଯୋଗୁଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତି ଭାସନ ।
ବର୍ଷା ସହିତ ଘଡଘଡିର ସମ୍ଭାବନା ରହିଥିବାରୁ ବିଜୁଳି ଘଡଘଡିରେ କେହି ଯେପରି ମୃତାହତ ନ ହୁଅନ୍ତି ସେଥିପାଇଁ ଜନସାଧାରଣଙ୍କୁ ବିନା କାରଣରେ ଘରୁ ନ ବାହାରିବାକୁ ଅନୁରୋଧ କରାଯାଇଛି । ଚାଷ ଜମିରେ ଘଡଘଡିର ଅଧିକ ସମ୍ଭାବନା ଥିବାରୁ ଚାଷ ଜମିକୁ ଆଗାମୀ ୩ରୁ ୪ଦିନ ପାଇଁ ନ ଯିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଚାଷୀ ମାନଙ୍କୁ ଅନୁରୋଧ କରିଛନ୍ତି । ଅତ୍ୟଧିକ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାର ଯେଉଁଠି ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ସେହି ସ୍ଥାନ ଗୁଡିକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ସମସ୍ତ ବ୍ଲକ ମାନଙ୍କରେ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ପ୍ରସ୍ତୁତ କରି ରଖାଯାଇଛି। ଆବଶ୍ୟକ ହେଲେ ନଦୀ ଓ ସମୁଦ୍ର କୂଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି ।
ପଢନ୍ତୁ ଏହି ଖବର: ପୁଣି ଛାନିଆ କଲାଣି ବାତ୍ୟା ଭୟ: ଶକ୍ତିଶାଳୀ ହେବ ଲଘୁଚାପ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜିଲ୍ଲା ଓ ବ୍ଲକ୍ ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ସେହି ନମ୍ବରରେ ଯୋଗାଯୋଗ କରିପାରିବେ । ଏହାସହ ସମସ୍ତ ବ୍ଲକ, ତହସିଲ ଅଧିକାରୀମାନେ ପ୍ରସ୍ତୁତ ଅଛନ୍ତି । ଯଦି କେଉଁଠି କିଛି ସମସ୍ୟା ଦେଖାଯାଏ ସେମାନେ ଲୋକଙ୍କ ପାଖରେ ପହଞ୍ଚିବେ । ସେହିପରି ସ୍ୱାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗ, ପୋଲିସ ପ୍ରଶାସନଇ ଓଡ୍ରାଫ ଟିମ୍ ସମସ୍ତେ ସଜାଗ ହୋଇ ରହିଛନ୍ତି । ପୂର୍ବ ବର୍ଷ ଅତ୍ୟଧିକ ବର୍ଷା ଯୋଗୁଁ ଦିଗପହଣ୍ଡି, ସାନଖେମୁଣ୍ଡି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା, କଳିଙ୍ଗା ଘାଟିର କିଛି ସ୍ଥାନରେ ଅତ୍ୟଧିକ ବର୍ଷା ଯୋଗୁଁ ଭୂସ୍ଖଳନ ହେବାର ସମ୍ଭାବନା ରହୁଛି, ଏଣୁ ସେ ସମସ୍ତ ଅଞ୍ଚଳକୁ ଚିହ୍ନଟ କରାଯାଇଛି । ସେ ସ୍ଥାନ ମାନଙ୍କରେ ଅଗ୍ନିଶମ ଓ ଓଡ୍ରାଫ ବାହିନୀ ନିୟୋଜିତ କରାଯାଇଛି ।
କଳିଙ୍ଗା ଘାଟିରେ ଯାତାୟତରେ ବିପଦ ସୃଷ୍ଟି ହୋଇପାରେ ସେଥି ଲାଗି କନ୍ଧମାଳ ଜିଲ୍ଲା ପ୍ରଶାସନ ସହିତ କଥା ହୋଇ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଜାତୀୟ ରାଜପଥ, ଗ୍ରାମ୍ୟ ଉନ୍ନୟନ ବିଭାଗକୁ ସଜାଗ କରି ରଖାଯାଇଛି । ଯେଉଁଠି ବିଦ୍ୟୁତ ଖୁଣ୍ଟ ପଡିବ ସେହି ସ୍ଥାନ ମାନଙ୍କରେ ବିଦ୍ୟୁତ ବିଭାଗ ସାଙ୍ଗେ ସାଙ୍ଗେ ପହଞ୍ଚି ମରାମତି କରିବାକୁ କୁହାଯାଇଛି । ଜିଲ୍ଲାରେ ବର୍ଷାର ପ୍ରଭାବକୁ ଦେଖି ଆବଶ୍ୟକ ସ୍ଥଳେ ସମସ୍ତ ସ୍କୁଲ କଲେଜ ଛୁଟି କରାଯିବାକୁ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସମସ୍ତ ସରକାରୀ କର୍ମଚାରୀ ହେଡକ୍ୱାର୍ଟର ନ ଛାଡିବାକୁ କୁହାଯାଇଛି । ଏପରିକି, ଆରଆଇ ଓ ପିଇଓ ମାନେ ମଧ୍ୟ ହେଡକ୍ୱାର୍ଟର ଅଞ୍ଚଳରେ ରହିବାକୁ କୁହାଯାଇଛି । ଯେଉଁ ସରକାରୀ ଅଧିକାରୀ ମାନେ ଛୁଟିରେ ଯାଇଛନ୍ତି ସେମାନେ ତୁରନ୍ତ ଫେରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ପାତ୍ରପୁରର ତୁମ୍ବା ଭଳି ଅଞ୍ଚଳରେ ଭୂସ୍ଖଳନ ଓ ଚିକିଟି ଅଞ୍ଚଳରେ ନଦୀ କୂଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ବ୍ଲକ୍ ପ୍ରଶାସନ ପକ୍ଷରୁ ଜାଗା ଚିହ୍ନଟ କରାଯିବା ସହ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରି ସଇସେବୁର ସମୀକ୍ଷା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବାଘଲଟି, ଘୋଡାହାଡ ଡ୍ୟାମରେ ୫୦ ରୁ ୬୦ ପ୍ରତିଶତ ପାଣି ଖାଲି ଅଛି, ଆବଶ୍ୟକ ସ୍ଥଳେ ଲୋକଙ୍କୁ ମାଇକ୍ ଯୋଗେ ପ୍ରଚାର କରି ପାଣି ଛଡାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି ।

Related Topics
Explore more stories