Odisha Assembly / ୬ ଲକ୍ଷ ୭୩ ହଜାର ବୟସ୍କଙ୍କୁ କେବେ ମିଳିବ ବାର୍ଦ୍ଧକ୍ୟ ଭତ୍ତା ? ମନ୍ତ୍ରୀ କହିଲେ, 'ଶୂନ୍ୟସ୍ଥାନ ସୃଷ୍ଟି ହେଲେ...'
·4 months ago·2 min read

Key Points
ଏବେ ରାଜ୍ୟରେ ମଧୁବାବୁ ପେନସନ ଯୋଜନା ଅଧିନରେ ମୋଟ ୬ ଲକ୍ଷ ୭୩ ହଜାର ୩୪୯ ଜଣ ଆବେଦନ କରି ଭତ୍ତା ଅପେକ୍ଷାରେ ଅଛନ୍ତି ।
ଭୁବନେଶ୍ଵର: ମଧୁବାବୁ ପେନସନ ଯୋଜନାରେ ଭତ୍ତା ପାଇବା ଲାଗି ବର୍ତ୍ତମାନ ରାଜ୍ୟରେ ପ୍ରାୟ ୭ ଲକ୍ଷ ବୃଦ୍ଧବୃଦ୍ଧା ଅପେକ୍ଷା କରିଛନ୍ତି । ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଷୀଙ୍କ ତାରକା ପ୍ରଶ୍ନର ଉତ୍ତର ରଖି ଏ ତଥ୍ୟ ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ଏବେ ରାଜ୍ୟରେ ମଧୁବାବୁ ପେନସନ ଯୋଜନା ଅଧିନରେ ମୋଟ ୬ ଲକ୍ଷ ୭୩ ହଜାର ୩୪୯ ଜଣ ଆବେଦନ କରି ଭତ୍ତା ଅପେକ୍ଷାରେ ଅଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬୪ ହଜାର ୪୭୮ ଜଣ, ମୟୂରଭଞ୍ଜରୁ ୪୮ ହଜାର ୯୧୮ ଜଣ ବାର୍ଦ୍ଧକ୍ୟ ଭତ୍ତାକୁ ଅପେକ୍ଷା କରି ରହିଛନ୍ତି ।
ଏଥିସହ ପଢ଼ନ୍ତୁ: ପୁଲିସ ନିକଟରେ ବୟାନ ଅଦାଲତରେ ସାକ୍ଷ୍ୟ ଭାବେ ଗ୍ରହଣୀୟ ନୁହେଁ: ହାଇକୋର୍ଟ
କେବେ ମିଳିବ ଭତ୍ତା ?
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, "ମୃତ୍ୟୁଜନିତ କିମ୍ବା ଅନ୍ୟ କୌଣସି କାରଣରୁ ଶୂନ୍ୟସ୍ଥାନ ସୃଷ୍ଟି ହେଲେ ଆବେଦନକାରୀମାନଙ୍କୁ ସେମାନଙ୍କ ଯୋଗ୍ୟତା ଭିତ୍ତିରେ ଭତ୍ତା ମଞ୍ଜୁର କରାଯାଏ । ଏହା ଏକ ନିରନ୍ତର ପ୍ରକ୍ରିୟା । ମଧୁବାବୁ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟାକୁ ଆବଶ୍ୟକତା ଅନୁସାରେ ସମୟକ୍ରମେ ସରକାର ବୃଦ୍ଧି କରିଥାନ୍ତି ।"
କେଉଁ ଜିଲ୍ଲାରୁ କେତେ ?
ଏବେ ଅନୁଗୁଳରେ ୨୨ ହଜାର ୧୦୪ ଜଣ ଭତ୍ତା ଅପେକ୍ଷାରେ ଥିବାବେଳେ ବାଲେଶ୍ଵରରେ ୪୧ ହଜାର ୨୮୦ ଜଣ, ବରଗଡ଼ରେ ୨୮ ହଜାର ୩୪୫ ଜଣ, ଭଦ୍ରକରେ ୩୧ ହଜାର ୩୯୦ ଜଣ, ବଲାଙ୍ଗିରରେ ୨୮ ହଜାର ୫ ଜଣ, ବୌଦ୍ଧରେ ୬ ହଜାର ୩୫ ଜଣ ୱେଟ ଲିଷ୍ଟରେ ଅଛନ୍ତି ।
ସେହିଭଳି କଟକ ଜିଲ୍ଲାରେ ୪୩ ହଜାର ୬୯ ଜଣ, ଦେବଗଡ଼ରେ ୩ ହଜାର ୯୭୬ ଜଣ, ଢେଙ୍କାନାଳରେ ୨୧ ହଜାର ୧୧୬ ଜଣ, ଗଜପତିରେ ୬ ହଜାର ୮୩ ଜଣ, ଜଗତସିଂହପୁରରେ ୧୯ ହଜାର ୪୦୩ ଜଣ, ଯାଜପୁରରେ ୨୯ ହଜାର ୧୯୫ ଜଣ ବୟସ୍କ ଭତ୍ତା ଅପେକ୍ଷାରେ ଅଛନ୍ତି ।
ଏଥିସହ ପଢ଼ନ୍ତୁ: ରାଜ୍ୟରେ ବଢ଼ିବ ଜିଲ୍ଲା ସହ ଉପଖଣ୍ଡ ସଂଖ୍ୟା; ବରଗଡ଼, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରୁ ସର୍ବାଧିକ ପ୍ରସ୍ତାବ
ଯାଜପୁରରେ ୨୯ ହଜାର ୧୯୫ ଜଣ, ଝାରସୁଗୁଡ଼ାରେ ୭ ହଜାର ୨୦୨ ଜଣ, କଳାହାଣ୍ଡିରେ ୨୨ ହଜାର ୧୯୨ ଜଣ, କନ୍ଧମାଳରେ ୪ ହଜାର ୩୭୯ ଜଣ, କେନ୍ଦ୍ରାପଡ଼ାରେ ୩୦ ହଜାର ୪୯୧ ଜଣ, କେନ୍ଦୁଝରରେ ୩୫ ହଜାର ୨୯୦ ଜଣ, ଖୋର୍ଦ୍ଧାରେ ୨୮ ହଜାର ୪୧୩ ଜଣ ଭତ୍ତା ପାଇଁ ଆବେଦନ କରିଛନ୍ତି ।
କୋରାପୁଟ ଜିଲ୍ଲାରେ ୧୫ ହଜାର ୫୦୬ ଜଣ, ମାଲକାନଗିରିରେ ୪ ହଜାର ୫୭୩ ଜଣ, ନବରଙ୍ଗପୁରରେ ୧୦ ହଜାର ୭୨୭ ଜଣ, ନୟାଗଡ଼ରେ ୧୩ ହଜାର ୪୪୯ ଜଣ, ନୂଆପଡ଼ାରେ ୪ ହଜାର ୬୯୮ ଜଣ, ପୁରୀରେ ୩୨ ହଜାର ୩୫୨ ଜଣ, ରାୟଗଡ଼ାରେ ୧୩ ହଜାର ୯୭୦ ଜଣ, ସମ୍ବଲପୁରରେ ୧୨ ହଜାର ୯୩୮ ଜଣ, ସୋନପୁରରେ ୫ ହଜାର ୯୭୯ ଜଣ ଏବଂ ସୁନ୍ଦରଗଡ଼ରେ ୨୭ ହଜାର ୭୯୩ ଜଣ ଭତ୍ତା ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories