Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜାତୀୟ ବଜାର ଠାରୁ ଓଡ଼ିଶା ବଜାର ଶସ୍ତା

Rashmita Mishra
Browse all articles by Rashmita Mishra
·1 year ago·1 min read
ଜାତୀୟ ବଜାର ଠାରୁ ଓଡ଼ିଶା ବଜାର ଶସ୍ତା

Key Points

ଖାଉଟିଙ୍କୁ ଆଶ୍ଵସ୍ତି
୩.୨୧% ଖସିଲା ଖୁଚୁରା ମୁଦ୍ରାସ୍ଫୀତି
ଜାତୀୟ ଠାରୁ ଓଡ଼ିଶା ବଜାର ଶସ୍ତା
ବିକାଶ ପାଇଁ ଶୁଭ ସଙ୍କେତ କହିଲେ ଅର୍ଥନୀତିଜ୍ଞ

କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବଡ ସଫଳତା । ଦୀର୍ଘ ଦିନ ପରେ ନିୟନ୍ତ୍ରଣାଧୀନ ରହିଛି ଦରଦାମ ସ୍ଥିତି । ଯାହା ନିତିଦିନିଆ ଖାଉଟି ମାନଙ୍କୁ ଆଶ୍ଵସ୍ତି ଦେଇଛି । ଆଉ ଏଥିରେ ବିଶେଷ ଭାବେ ଉପକୃତ ହେଉଛନ୍ତି ରାଜ୍ୟବାସୀ। କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଜାତୀୟ ସ୍ତରରେ ମୁଦ୍ରାସ୍ଫୀତି ପାଞ୍ଚ ବର୍ଷରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି । ସବୁଠୁ ଆଗରେ ରହିଛି ଓଡ଼ିଶା । ଚଳିତ ବର୍ଷ ମାର୍ଚ୍ଚ ମାସରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ହାର ୩.୨୧ ପ୍ରତିଶତ ହ୍ରାସ ପାଇଛି । ଯାହା ଜାତୀୟ ହାର ୩.୩୪ ପ୍ରତିଶତ ଠାରୁ କମ୍। ଗତବର୍ଷ ଡିସେମ୍ବର ମାସରେ ଓଡ଼ିଶାର ସ୍ଥିତି ୬.୯୬ ପ୍ରତିଶତ ରହିଥିବା ବେଳେ ଏବେର ସ୍ଥିତି ଅର୍ଥନୀତି ସୁଦୃଢ଼ୀକରଣ ପାଇଁ ଶୁଭ ସଙ୍କେତ ବୋଲି ବଜାର ବିଶେଷଜ୍ଞଙ୍କ ମତ।

୨୦୨୪ ଆର୍ଥିକ ବର୍ଷ ଶେଷ ଆଡକୁ ଦରଦାମ ବୃଦ୍ଧି ଅସହ୍ୟ ହୋଇପଡ଼ିଥିବା ବେଳେ ଘରର ହାଣ୍ଡିଶାଳ ଉପରେ ପଡିଥିଲା ଏହାର ପ୍ରଭାବ। ତେଲ, ଲୁଣ ଠାରୁ ଆରମ୍ଭ କରି ଡାଲି ଜାତୀୟ ଶସ୍ୟ ଏବଂ ପନିପରିବାର ମଧ୍ୟ ଅହେତୁକ ମୂଲ୍ୟ ବୃଦ୍ଧି ଘଟିଥିଲା। ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହ ଦରଦାମ ଉପରେ ନିୟନ୍ତ୍ରଣ ଆଣିବାକୁ ମୁଖ୍ୟ ଶାସନସଚିବଙ୍କୁ ଚିଠି ଲେଖିଥିଲେ କେନ୍ଦ୍ର ସରକାରଙ୍କ। ରାଜ୍ୟ ସରକାରଙ୍କ ଉଦ୍ୟମ ଏବଂ ବଜାର ନୀତି ସୁପରିଚାଳନା ଦ୍ଵାରା ଏବେ ସ୍ଥିତିରେ ସୁଧାର ଆସିଛି, ଏହାକୁ ନେଇ ଗ୍ରାହକ ମାନେ ମଧ୍ୟ ବେଶ ଖୁସି ପ୍ରକଟ କରିଛନ୍ତି। ଫେବୃୟାରୀ ତୁଳନାରେ ମାର୍ଚ୍ଚ ମାସରେ ମୁଦ୍ରାସ୍ଫୀତି ହାରରେ ଭଲ ସୁଧାର ଆସିଛି, ଆଗକୁ ସ୍ଥିତିରେ ଆହୁରି ଉନ୍ନତି ହେବା ନେଇ ଆଶା କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
odisha-market-is-cheaper-than-the-national-market | Argus News