Videos
|
Odisha

Matric Exam / ମାର୍ଚ୍ଚ ୧୨ରୁ ମ୍ୟାଟ୍ରିକ ପରୀକ୍ଷା, ଗଣିତ ପାଇଁ ମିଳିବ ଅଧିକ ୧୫ ମିନିଟ୍, ଜାଣନ୍ତୁ ପରୀକ୍ଷା ସମୟ

Bikash Mohanty
Browse all articles by Bikash Mohanty
·17 mins ago·2 min read
ମାର୍ଚ୍ଚ ୧୨ରୁ ମ୍ୟାଟ୍ରିକ ପରୀକ୍ଷା, ଗଣିତ ପାଇଁ ମିଳିବ ଅଧିକ ୧୫ ମିନିଟ୍, ଜାଣନ୍ତୁ ପରୀକ୍ଷା ସମୟ
Matric exam

Key Points

ଆସନ୍ତା ମାର୍ଚ୍ଚ ୧୨ରୁ ମ୍ୟାଟ୍ରିକ ପରୀକ୍ଷା
ପ୍ରତିଦିନ ଗୋଟିଏ ସିଟିଂରେ ହେବ ମାଟ୍ରିକ୍‌ ପରୀକ୍ଷା
ଗଣିତ ପାଇଁ ମିଳିବ ଅଧିକ ୧୫ ମିନିଟ୍
ବୋର୍ଡ ସଭାପତି ଶ୍ରୀକାନ୍ତ ତରେଇଙ୍କ ସୂଚନା
କଟକ,ଆସନ୍ତା ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହେବ ମ୍ୟାଟ୍ରିକ ପରୀକ୍ଷା । ଏହା ୨୭ମାର୍ଚ୍ଚରେ ଶେଷ ହେବ। ପ୍ରତ୍ୟେକ ଦିନ ଗୋଟିଏ ସିଟିଂରେ ହେବ ପରୀକ୍ଷା। ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ସକାଳ ୯ ଟା ରୁ ୧୧.୩୦ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। କେବଳ ଗଣିତ ପରୀକ୍ଷା ପାଇଁ ଅତିରିକ୍ତ ୧୫ ମିନିଟ ସମୟ ଦିଆଯିବ। ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ସଭାପତି ଶ୍ରୀକାନ୍ତ ତରେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା ଉପରେ ବୋର୍ଡ ପ୍ରାଧ୍ୟାନ୍ୟ ଦେଇ ଆସୁଛି। ପ୍ରତ୍ୟେକ ବର୍ଷ ଫେବୃଆରୀ ମାସରେ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଏଥରେ ମାର୍ଚ୍ଚ ମାସରେ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ ହେବାପାଇଁ ପର୍ଯ୍ୟାପ୍ତ ସମୟ ଦିଆଯାଇଛି। ଅଧିକରୁ ଅଧିକ ଛାତ୍ରଛାତ୍ରୀ କିପରି ପରୀକ୍ଷା ଦେବେ ତା ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ପ୍ରଶ୍ନ ପତ୍ରରେ ସିକ୍ରେଟ କୋଡ, କ୍ୟୁଆର୍ କୋଡ ଓ ୱାଟର ମାର୍କର ବ୍ୟବସ୍ଥା ମଧ୍ୟ ରହିବ। ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନର ମିଳିତ ସହଯୋଗରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପରୀକ୍ଷା ଆୟୋଜନ କରାଯିବ।  ସେହିପରି ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ଏକ୍ସ ରେଗୁଲାର ପରୀକ୍ଷା ଏକା ସମୟରେ ବୋର୍ଡ ଆୟୋଜନ କରୁଛି ବୋଲି କହିଛନ୍ତି ବୋର୍ଡ ସଭାପତି।

ପଢନ୍ତୁ ଏହି ଖବର:ରାଜ୍ୟ ସରକାରଙ୍କ ବଡ଼ ଭେଟି; ପାର୍ଟ-ଟାଇମ୍ କଳା, ସଂଗୀତ ଓ କ୍ରୀଡ଼ା ଶିକ୍ଷକଙ୍କ ଦରମା ୧୬ ହଜାର ଟଙ୍କାକୁ ବୃଦ୍ଧି

କେଉଁ ଦିନ କେଉଁ ବିଷୟ ?

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ସୂଚୀ ଅନୁସାରେ, ମାର୍ଚ୍ଚ ୧୨ (ଶୁକ୍ରବାର) ପ୍ରଥମ ଦିନ ପ୍ରଥମ ଭାଷା (ମାତୃଭାଷା) ପରୀକ୍ଷା ହେବ । ମାର୍ଚ୍ଚ ୧୫ (ସୋମବାର) ବିଜ୍ଞାନ ପରୀକ୍ଷା ହେବାକୁ ଥିବାବେଳେ ମାର୍ଚ୍ଚ ୧୭ (ବୁଧବାର) ଗଣିତ ପରୀକ୍ଷା ଅନୁଷ୍ଠିତ ହେବ । ଗଣିତ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟ୍ ସମୟ ମିଳିବ। ମାର୍ଚ୍ଚ ୧୮ ତାରିଖ (ଗୁରୁବାର) TL (ପ୍ରାକ୍ଟିକାଲ୍) ପରୀକ୍ଷା, ମାର୍ଚ୍ଚ ୧୯ ତାରିଖ (ଶୁକ୍ରବାର) ସାମାଜିକ ବିଜ୍ଞାନ, ମାର୍ଚ୍ଚ ୨୪ ତାରିଖ (ବୁଧବାର) ଦ୍ଵିତୀୟ ଭାଷା, ମାର୍ଚ୍ଚ ୨୫ ତାରିଖ (ଗୁରୁବାର) ତୃତୀୟ ଭାଷା (ହିନ୍ଦୀ), ମାର୍ଚ୍ଚ ୨୭ ତାରିଖ (ଶନିବାର) ତୃତୀୟ ଭାଷା (ସଂସ୍କୃତ, ଓଡ଼ିଆ) ପରୀକ୍ଷା ହେବ ।