Videos
|
Odisha

Odisha Metro news / ସତ ହେବ ତ ମେଟ୍ରୋ ସ୍ଵପ୍ନ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ସତ ହେବ ତ ମେଟ୍ରୋ ସ୍ଵପ୍ନ?
Metro project latest news

Key Points

ଓଡ଼ିଶାରେ ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ରହିଛି। ମେଟ୍ରୋ ସ୍ଵପ୍ନ କେତେ ଦୂର ଆଗେଇଛି, ପ୍ରକଳ୍ପର ବର୍ତ୍ତମାନ ସ୍ଥିତି କ’ଣ ଏବଂ ଏହା କେବେ ବାସ୍ତବ ରୂପ ନେବ-ଏହି ରିପୋର୍ଟରେ ରହିଛି ତାହାର ସମ୍ପୂର୍ଣ୍ଣ ଚିତ୍ର।

ଅର୍ଗସ ବ୍ୟୁରୋ: ସ୍ଵପ୍ନ ଦେଖାଇବାରେ ବ୍ୟସ୍ତ ନବୀନ ବାବୁ । ହେଲେ ବାସ୍ତବତା ପୂରା ଭିନ୍ନ । ନିର୍ବାଚନୀ ବର୍ଷଥିବାରୁ ନୂଆବର୍ଷରେ ସକାଳୁ ସକାଳୁ ଯାଇ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟକ୍ରମକୁ ଯିଏ ଦେଖିବ ସିଏ କହିବ କେବଳ ପ୍ରଚାର ଓ ଲୋକ ଆଣିବା ଲାଗି କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର ।

ହେଲେ ବହୁ ଆଡମ୍ବରେ ଲଘୁକ୍ରିୟା ପରି ମେଟ୍ରୋ ପ୍ରକଳ୍ପ ବୋଲି ଅଭିଯୋଗ କରିଛି ବିଜେପି । କହିଛି, ଏଯାଏଁ ରାଜଧାନୀକୁ ଗନ୍ଧମୁକ୍ତ କରିପାରିଲେଣି , ମେଟ୍ରୋ ସ୍ଵପ୍ନ ଦେଖାଇଲେ । ଯଦି ପ୍ରକଳ୍ପ କରିବେ ବୋଲି କହୁଛନ୍ତି ବଜେଟ୍‌ରେ କେତେ ବ୍ୟୟବରାଦ ହୋଇଛି ବୋଲି କୁହନ୍ତୁ । ହେଲେ ଏଥିରୁ କିନ୍ତୁ ଗୋଟିଏ କଥା ସ୍ପଷ୍ଟ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଏମିତି ପ୍ଲାନ କରିଛି ବିଜେଡି ।

ପୁରୁଣା ରାଜଧାନୀ-ନୂଆ ରାଜଧାନୀକୁ ଯୋଡିବାକୁ ମେଟ୍ରୋ ପ୍ରକଳ୍ପର ସ୍ଵପ୍ନ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଏମିତିକି ୪ ବର୍ଷରେ ପ୍ରୋଜେକ୍ଟ ଶେଷ ହେବା ନେଇ ବି ଘୋଷଣା କଲେ ।  ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରେ ୬ ହଜାର ୨୫୫ କୋଟି ଟଙ୍କା ବ୍ୟୟରେ ତିଆରି ହେବ ଏହି ପ୍ରକଳ୍ପ ।

ପ୍ରଥମ ପର୍ଯ୍ୟାୟରେ, ୨୬ କିଲୋମିଟର ଦୀର୍ଘ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପରେ ଭୁବନେଶ୍ୱର ବିମାନବନ୍ଦରଠାରୁ ତ୍ରିଶୁଳିଆ ମଧ୍ୟରେ ମୋଟ ୨୦ଟି ଷ୍ଟେସନ ରହିବ । ଇଏ ତ ପ୍ରୋଜେକ୍ଟର କଥା..ହେଲେ ପ୍ରକୃତରେ ମେଟ୍ରୋ ପ୍ରକଳ୍ପ କେବେ ସରିବ ତାହା କିନ୍ତୁ ଅନିଶ୍ଚିତତାରେ ।

ମୁଖ୍ୟମନ୍ତ୍ରୀ ଗୋଟିଏ ପରେ ଗୋଟିଏ ପ୍ରତିଶ୍ରୁତି ଦେଇ କେମିତି ଲୋକଙ୍କ ସହ ପ୍ରତାରଣା କରୁଛନ୍ତି ତାହା କାହାକୁ ବି ଅଛପା ନାହିଁ । ଏବେ ପୁଣି ଥରେ ନୂଆ ମିଛ କହୁଥିବାରୁ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ଅଭିଯୋଗ କରିଛନ୍ତି, ରାଜ୍ୟ ସରକାର ଓ ଶାସକ ଦଳର ନେତାମାନେ ରାତିଅଧିଆ ଅବାସ୍ତବ ସ୍ୱପ୍ନ ଦେଖି ଦେଇ ଭୁବନେଶ୍ୱର ତଥା ଓଡ଼ିଶାବାସୀଙ୍କୁ ବୁଝାଇବା ପାଇଁ ପ୍ରଚେଷ୍ଟା କରୁଛନ୍ତି । ଶାସକ ବିଜେଡିର ନୂଆ ନେତା ପାଣ୍ଡିଆନ ବାବୁ ‘ଖୁଂଟ' ଓ ‘ଷ୍ଟେସନ' ଗଣିଦେଲେ ମେଟ୍ରୋ ହୁଏ ନାହିଁ । ସେଥିପାଇଁ ସଠିକ ଯୋଜନା ଏବଂ ଆବଶ୍ୟକୀୟ ଟଙ୍କା ଜରୁରୀ ରହିଛି ।

ନବୀନ ବାବୁ ମେଟ୍ରୋ ପାଇଁ ଯୋଜନା କରିବା ବ୍ୟୟ ବରାଦ କରନ୍ତୁ । ନିର୍ବାଚନ ପରିପ୍ରେକ୍ଷୀରେ ଅତୀତରେ ଅନେକ ଯୋଜନାର ଶୁଭାରମ୍ଭ ହୋଇଥିଲା ହେଲେ କାର୍ଯ୍ୟକାରିତ କଣ ତାହା ସମସ୍ତଙ୍କୁ ଜଣା ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା ଭୁବନେଶ୍ଵରକୁ ସ୍ମାର୍ଟସିଟି କରି ଗଢି ତୋଳିବାକୁ କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ଅନୁଦାନ ଦେଉଛନ୍ତି । ହେଲେ କେନ୍ଦ୍ରୀୟ ଯୋଜନାକୁ ହରିଲୁଟ କରି କେମିତି ରାଜଧାନୀବାସୀଙ୍କୁ ଦୁର୍ଗନ୍ଧମୟ ପରିବେଶରେ ରହିବାକୁ ସରକାର ବାଧ୍ୟ କରୁଛନ୍ତି ତାହା ସମସ୍ତେ ଦେଖୁଛନ୍ତି ।

ଏବେ ନୂଆବର୍ଷରେ ପୁଣି ଥରେ ନୂଆ ମିଛ କହିଥିବାରୁ ନବୀନ ବାବୁଙ୍କୁ ଘେରିଛନ୍ତି ବିରୋଧୀ ।
 
Watch Now: BJD Govt's Inability to Address Bhubaneswar's Foul Smell Discredits Metro Project as Mere Drama!

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସତ ହେବ ତ ମେଟ୍ରୋ ସ୍ଵପ୍ନ? | Metro Dream for Odisha | Argus News