ଆଖିପିଛୁଳାକେ ମୋବାଇଲ ଲୁଟ୍ କରି ମାରୁଥିଲେ ଛୁ

Key Points
ଫ୍ଲାଇଟରେ ଆସୁଥିଲେ
ଲଜରେ ରହୁଥିଲେ
ଚନ୍ଦନ ମାରି କାଟୁଥିଲେ ଚିତା
ଫୋନ ପେରେ ପାସୱାର୍ଡ ବ୍ରେକ କରି ୟୁପିଆଇରୁ ଟଙ୍କା ନେଇ ଯାଉଥିଲେ | ଆଉ ବାହାରେ ବୁଲି କରୁଥିଲେ ମଉଜ ମଜଲିସ | ସ୍ପେଶାଲ ଅପରେସନ କରି 5ଜଣ ଲୁଟେରା ଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ | ଗିରଫ ଅଭିଯୁକ୍ତ ମାନେ ଝାଡ଼ଖଣ୍ଡ ର ଟିନପାହାଡି ଗ୍ୟାଙ୍ଗ | ସେମାନଙ୍କ ନିକଟରୁ 50ଟି ଦାମୀ ମୋବାଇଲ, ଏଟିଏମ କାର୍ଡ, ସିମ ଏବଂ ବିମାନ ଟିକେଟ ଜବତ ହୋଇଛି।
ମୁହଁ ଘୋଡାଇ ଛିଡା ହୋଇଥିବା ଅଭିଯୁକ୍ତ ମାନେ ହେଉଛନ୍ତି ମହମଦ ଜମାଲ ସେକ, ଶିବ କୁମାର ମହନ୍ତ ଏବଂ ଅମରନାଥ ମହନ୍ତ | ଏହି ଟିମରେ ଦୁଇଜଣ ନାବାଳକ ରହିଛନ୍ତି । ତେବେ ଟିନପାହାଡି ଗ୍ୟାଙ୍ଗ ର ମୁଖ୍ୟ ମାଷ୍ଟରମାଇଣ୍ଡ କୁ ଧରିବା ପାଇଁ ରାଜ୍ୟ ବାହାରକୁ ଯିବ କମିସନରେଟ ପୋଲିସ | ପୂର୍ବରୁ ଗିରଫ ହୋଇଥିବା ଟିନ ପାହାଡି ଗ୍ୟାଙ୍ଗ ସହ ଏମାନଙ୍କ ର ରହିଛି ସମ୍ପୃକ୍ତି ।
ପ୍ରଶ୍ନ ଉଠୁଛି ଗ୍ୟାଙ୍ଗର ୫ଜଣ ସଦସ୍ୟ ଗିରଫ ହୋଇଥିବା ବେଳେ ଆଉ କେତେ ଜଣ ରହିଛନ୍ତି? କିଏ ଏହି ଗ୍ୟାଙ୍ଗର ସର୍ଦ୍ଦାର ? ଲୁଟ ମୋବାଇଲକୁ ଏମାନେ କେଉଁଠି ବିକ୍ରି କରନ୍ତି? ଏହିଭଳି ତମାମ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ ।